ରୋହିବାଙ୍କ ଇକୋକ୍ଲବ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ନୟାଗଡ଼ ତଥା ଓଡଗାଁ ବ୍ଲକ ଜଙ୍ଗଲ ଓ ପରିବେଶ  ବିଭାଗ ତରଫରୁ  ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଙ୍କ ୭୬ତମ ଜନ୍ମବାର୍ଷିକ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହକାରୀ ଜଙ୍ଗଲ ସଂରକ୍ଷକ ଡ଼ଃ ସତ୍ୟଜିତ କର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡଗାଁ ବନପାଳ ସରିତା ବରାଳ, ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ଲାଉଖାଳ ବନରଖି ଦିପ୍ତିମୟୀ ରାଉତ, କୋମଣ୍ଡ ସାଧାନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସମସ୍ତଙ୍କୁ ସ୍ୱାଗତ କରି ଥିବାବେଳେ ସମସ୍ତ ଅତିଥି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ଖେଳପଡିଆରେ  ୭୫ ରୁ ଅଧିକ ପିସ୍ତାବାଦାମ, ଗଙ୍ଗଶିଉଳି, ବଉଳ, ବେଲ ନିମ୍ବ ସହିତ ହତା ଭିତରେ ଆତ, ଡାଳିମ୍ବ ପିଜୁଳି ଆଦି ଫଳନ୍ତି ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷଙ୍କ ସୁରକ୍ଷା ସାଙ୍ଗକୁ ପୂର୍ବରୁ ଲଗାଯାଇଥିବାରେ ବୃକ୍ଷରେ ପିଲାଙ୍କ ଦ୍ୱାରା ବନ୍ଧାଯାଇଥିବା ସୁରକ୍ଷା କବଚ ରାଖୀକୁ ଦେଖି ଅତିଥିମାନେ ଖୁସିବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି, ସମେତ କୁନି ମହାଙ୍କୁଡ, ଦେବରାଜ ନାୟକ, ମିନାକ୍ଷୀପାତ୍ର ଆଦି ସମସ୍ତ ସଭ୍ୟା ସଭ୍ୟମାନଙ୍କୁ ଙ୍କୁ ନିଜ ନିଜ ବାଡି଼ବଗିଚାରେ ତଥା ଖୋଲାସ୍ଥାନରେ ବୃକ୍ଷରୋପଣ କରି ତାର ସୁରକ୍ଷା ସହିତ ନିଜ  ପରିବେଶକୁ ପ୍ରାକୃତିକ ଶୀତଳୀ କରଣ କରାଯାଇ ପାରିବ ବୋଲି ମୁଖ୍ୟଅତିଥି ସୂଚନା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିବାବେଳେ ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣୀ ନାୟକ, ଖୋଗେଶ୍ୱର ବେହେରା, ଆଲୋକ ନାୟକ, ବିଶ୍ୱଜିତ ନାୟକ, ରାଧାଗୋବିନ୍ଦ ନାୟକ, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲଷ୍ମୀ ଦଳେଇ, ରାଜଲଷ୍ମୀ ଶ୍ରୀଚନ୍ଦନ, ପଦ୍ମିନୀ କୁମାରୀ ନାୟକ ସହଯୋଗ କରିଥିଲେ।

Related posts