ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦଶପଲ୍ଲାବାସୀ

ଦଶପଲ୍ଲା,(୧୦/୦୮):- ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ୫ଟି ଇନଣ୍ଡୋର ଷ୍ଟାଡିୟମ। ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ରାଜ୍ୟ କ୍ୟାବିନେଟରେ ମୋଟ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା, ଓଡ଼ଗାଁ ସମେତ ନୟାଗଡ଼ ପୈାରାଞ୍ଚଳକୁ ମିଶାଇ ୫ଟି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ଜିଲ୍ଲାରେ ପାଞ୍ଚଟି ଷ୍ଟାଡିୟମ ନିର୍ମାଣ କରାଯିବା ଘୋଷଣା ପରେ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ଆଜି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ସଂଯୁକ୍ତା ଦାସଗୁପ୍ତା, ଦିଲ୍ଲିପ ପଣ୍ଡା, ସଜ୍ଜନ କୁମାର ରାୟ, ବ୍ଲକ୍ ଚେୟାରମ୍ୟାନ୍ ସୁନନ୍ଦା ସାହୁ ତଥା ବହୁ କ୍ରୀଡାପ୍ରେମୀ ଏବଂ ଜନସାଧାରଣ ଏକ ଶୋଭାଯାତ୍ରାରେ ମହାବୀର ମନ୍ଦିର ନିକଟରୁ ବାହାରି ମେଡିକାଲ ଛକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ମାଲ୍ୟାର୍ପଣ କରିବାପରେ ସେଠାରେ ଏକ ସାଧାରଣ ସଭା କରାଯାଇଥିଲା ।

Related posts