ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହେଉଅଛି। ସେହି ସ୍ଥାନ ମାନଙ୍କରେ ସ୍ୱଚ୍ଛ, ଅବାଧ ଭୋଟ ହେବାପାଇଁ ମୋବାଇଲ ସେବା ନିତ୍ୟାନ୍ତ ଆବଶ୍ୟକ। ଏହା ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୪-ଜି ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଏସଏନଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଆଦିବାସୀ ଇଲ୍ଲାକାର ଲୋକମାନେ ଉପକୃତ ହେବେ। ନୟାଗଡ଼ ଜିଲ୍ଲାରେ ଏଭଳି ୮୭ଟି ଗାଁରେ ଏହି ସେବା ପହଞ୍ଚିବ ବୋଲି ଜଣାପଡିଛି। ଏହି କ୍ରମରେ ଓଡ଼ଗାଁ ବ୍ଲକର ୫ଗୋଟି ଗାଁ ଏହି ତାଲିକାରେ ସ୍ଥାନ ପାଇଛି। ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସେବା ପହଞ୍ଚି ପାରିନଥିବାରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନ ଥିବା ଅସୁବିଧାର ଶିକାର ହେଉଥିଲେ। ସେହିପରି ଲୋକମାନେ କୌଣସି ଜରୁରୀକାଳୀନ…
Read MoreBlog
ରାତି ଅଧରେ ଚଢ଼ାଉ କଲେ ନୟାଗଡ ତହସିଲଦାର
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୋରମ ବୋଝଇ ସ୍ବରାଜ ଟ୍ରାକ୍ଟର ନମ୍ବର (OD 25F 8348) ଓ ଜେସିବି ନମ୍ବର (OD 33A 5539) ଉଭୟ ଗାଡିକୁ ଇଟାମାଟି ଥାନାକୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିଲା ଏହା ସହିତ ଗୋଟିଏ ମାଙ୍କଡା ବୋଝେଇ ଟ୍ରକ ନମ୍ବର (OR 02 BE 9827)କୁ…
Read Moreତାଳଚେର-ଗୋପାଳପୁର ନୂତନ ରେଳପଥ ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ କେନ୍ଦ୍ର ସରକାର ତାଳଚେର- ଗୋପାଳପୁର ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଖୁସୀର ମାହୋଲ ସୃଷ୍ଠି ହୋଇଥିବା ବେଳେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ୧୯୯୦ ମସିହାରୁ ସର୍ଭେ ଆରମ୍ଭ ହୋଇଥିବା ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ୫ଟି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ। ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଶରଣକୁଳ, ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି…
Read Moreନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…
Read Moreନୟାଗଡ଼ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହେବ ରାୟ ଦମ୍ପତ୍ତିଙ୍କ ଇସ୍ତଫା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ୬୬ହଜାର ପଦ୍ମ ଫୁଟାଇଥିବା ରାୟ ଦମ୍ପତି ଚଳିତ ନିର୍ବାଚନରେ ବିଜେପି ପାଇଁ କାଳ ସାଜିବେ ବୋଲି ନୟାଗଡ଼ରେ ଚର୍ଚ୍ଚା। ନୟାଗଡ ଜିଲ୍ଲାରେ ପଦ୍ମ ଦଳର ସମ୍ପତ୍ତି କୁହାଯାଉଥିବା ଲାଲା ମନୋଜ ରାୟ ଓ ତାଙ୍କ ପତ୍ନୀ ଇରାନୀ ରାୟ ଏବେ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ିବା ବେଳେ ରାୟ ଦମ୍ପତ୍ତି ଯେପରି ରାଜ୍ୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହା ହିଁ ପଦ୍ମ ଦଳିଆ ରାଜ୍ୟ ତୁଙ୍ଗ ନେତାଙ୍କ ଶିରପୀଡ଼ା କରିଦେଇଛି। ଜଣେ ସଂଗ୍ରାମୀ ନେତ୍ରୀ ଭାବରେ ପରିଚିତ ଇରାନୀ ରାୟ ଗାଁ ଗାଁ ବୁଲି ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ଦଳର ଭୋଟକୁ ନୟାଗଡ଼ରେ ୬ ହଜାରରୁ ୬୬ ହଜାରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ…
Read Moreଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ମେମୋରିଆ’ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ବଚପନ୍ ଓ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ମେମୋରିଆ (୨୦୨୩-୨୪)ବିଦ୍ଯାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବସିରନ୍ ବିବି, ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ଯକ୍ଷତା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ…
Read Moreରାଜସୁନାଖଳାକୁ ଏନ.ଏ.ସି. ଘୋଷଣା ପାଇଁ ଦାବୀ, ନହେଲେ ଆନ୍ଦୋଳନ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି. ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏଥିପାଇଁ ପ୍ରସ୍ତାବ ଅଛି ବୋଲି ଘୋଷଣା କରିଥିଲେ। କିନ୍ତୁ ଚଳିତ ବର୍ଷ ୨୦୨୪ରେ ନଗର ଉନ୍ନୟନ ବିଭାଗ ତରଫରୁ ଦୁଇଟି ପର୍ଯ୍ୟାୟରେ ଏନ.ଏ.ସି ଘୋଷଣା ହୋଇଥିବା ବେଳେ ରାଜସୁନାଖଳାକୁ ଏନ.ଏ.ସିରୁ ବାଦ ଦେବା ସମଗ୍ର ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରାମ ପଂଚାୟତବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯେହେତୁ ଏନ.ଏ.ସି ମାନ୍ୟତା ପାଇଁ ଭୌଗଳିକ, ଜନସଂଖ୍ୟା, ଗମନାଗମନ ଓ ବିଭିନ୍ନ ପାରିପାଶ୍ଵିକ ଦୃଷ୍ଟି କୋଣକୁ ଲକ୍ଷ୍ଯ କରି ନିଷ୍ପିତ ନିଆଯାଇଥାଏ। ଯେଉଁଥିପାଇଁ କି ରାଜସୁନାଖଳା ଅଞ୍ଚଳ ଯୋଗ୍ୟ ଅଟେ। କାରଣ ୨୦୧୧ଜନଗଣନା ଅନୁଯାୟୀ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଜନସଂଖ୍ୟା ୯୯୬୭ ହୋଇଥିବା ବେଳେ ଅଦ୍ୟବିଧି ଏହା ୧୫୦୦୦ରୁ ଉର୍ଦ୍ଧ ହେବେ ତତସହିତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତକୁ ଯୋଡି ଏହା କରାଯାଇଥିଲା।…
Read Moreଲାଞ୍ଚ ନେବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲିଫ୍ଟ ଇରିଗେଶନ ଅଫିସରେ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ କାବୁ କଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ନୟାଗଡ଼ ରଣପୁର ଅଂଚଳର ମନୋରଞ୍ଜନ ଦାସଙ୍କ ବୋରୱେଲ କରିଦେବା ପାଇଁ ଲିଫ୍ଟ ଇରିଗେଶନର କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତି ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ଭିତି କରି ମନୋରଞ୍ଜନ କାହାକୁ କିଛି ନ ଜଣାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମନୋରଞ୍ଜନଙ୍କ ଅଭିଯୋଗ ପାଇବାପରେ ଆଜି ଦିବା ୧୨ଟା ସମୟରେ ମନୋରଞ୍ଜନଙ୍କ ଠାରୁ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ୯ହଜାର ଟଙ୍କା ସହ ଦୁଇ ଜଣକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।
Read Moreନୟାଗଡ଼ରେ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ନେତ୍ରୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଘଡୁଆଳ ପେଟ୍ରୋଲପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତାଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ ଶୋଭାଯାତ୍ରାରେ ଶହ ଶହ ବାଇକରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଦଳୀୟ କର୍ମୀମାନେ ଡାକବାଜି ଯନ୍ତ୍ରରେ ବିଜେପି ନାରା ଦେଇ ଯାଉଥିବା ଦେଖାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ପ୍ରତ୍ୟୁଷା ଓ ସମ୍ବିତ ପାତ୍ର ନୟାଗଡ଼ ଜନସାଧାରଣଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା। ଏହି ଶୋଭାଯାତ୍ରାରେ ନୟାଗଡ଼ ବିଜେପିର ଆଗଧାଡ଼ିର ନେତୃବୃନ୍ଦ ଯୋଗଦେଇଥିଲେ।
Read Moreଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରୀ ହେବା ପରେ ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ, ମୁନିସିପାଲିଟି, ଏନଏସି ସମେତ ବିଭିନ୍ନ ଯାନ୍ତ୍ରିକ ଲାଇନ ବିଭାଗ ଯଥା ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଡ୍ରେନେଜ ଇତ୍ୟାଦି ମୃତିକା ସଂରକ୍ଷଣ କାର୍ଯ୍ୟାଳୟ ରୁ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ରେଜିଷ୍ଟର ଯଥା ଈସୁ, ଡେସପାଚ, କାର୍ଯ୍ୟାଦେଶ, ଏଗ୍ରିମେଣ୍ଟ ନଥିପତ୍ର ଆଜି ତୁରନ୍ତ ଜବତ କରିବା ପାଇଁ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନୟାଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଯଦି ଏସବୁ…
Read More