ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଆଜି ସଂନ୍ଧ୍ୟାରେ ପରଲୋକ ଘଟିଛି। ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ର ପ୍ରମୂଖ କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଆଜି ସକାଳୁ ସେ କ୍ରିଦାଶପୁର ସ୍ଥିତି ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ଆସୁଥିଲେ । ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ…
Read MoreBlog
ଇତଲାକାରୀଙ୍କ ଦସ୍ତଖତ ସ୍ପେସିମେନ ସହ ଯାଞ୍ଚ ପାଇଁ ହାଣ୍ଡରାଇଟିଙ୍ଗ ଏକ୍ସପର୍ଟଙ୍କୁ ପଠାଇବାକୁ କଂଗ୍ରେସର ଦାବି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜଣେ ପ୍ରମୁଖ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦଙ୍କ ନାମରେ ଲେଟରପ୍ୟାଡ଼, ସିଲ୍ ଏବଂ ଦସ୍ତଖତ ଜାଲି କରାଯାଇ ନୟାଗଡ଼ ଅତିରିକ୍ତ ଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବଦଳି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଯାଇଥିବା କଥିତ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ପୂର୍ବତନ ସାଂସଦ ନିଜେ ନୟାଗଡ଼ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ସମଗ୍ର ମାମଲାର ଉଚ୍ଚସ୍ତରୀୟ ପୋଲିସ ତଦନ୍ତ ଆବଶ୍ୟକ ବୋଲି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଶ୍ରୀ ଦାଶଙ୍କ କହିବାନୁସାରେ, ଯଦି ପୂର୍ବତନ ସାଂସଦଙ୍କ ଦସ୍ତଖତ ଜାଲି ହୋଇଥିବା ଅଭିଯୋଗ ସତ୍ୟ ହୁଏ, ତେବେ ଏହାର ବୈଜ୍ଞାନିକ ଯାଞ୍ଚ ଅତ୍ୟାବଶ୍ୟକ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ କଥିତ ଚିଠିରେ ଥିବା ଦସ୍ତଖତ, ଥାନାରେ ଦାଖଲ ହୋଇଥିବା…
Read Moreରଣପୁର “ନୂଆପଡ଼ା ବି” ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି
ରଣପୁର, (ନୟାଗଡ଼ ଦର୍ପଣ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭୭ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି। ଏହି ବନମହୋତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ବନ ସରଂକ୍ଷକ ଶୁଶାନ୍ତ କୁମାର ବନ୍ଧ, ଦେବାଶିଷ ଭୋଇ ଯୋଗଦେଇଥିଲେ ।ଏହି ବନମହୋତ୍ସବ ର ଲକ୍ଷ୍ୟ ହେଉଛି ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ଓ ବୃକ୍ଷ ବଡ…
Read Moreନୟାଗଡ଼ରେ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, କ୍ଲିନିକ୍ ସିଲ୍
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡ୍ରେ ଥିବା ଏକ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଞ୍ଚ ପରେ କ୍ଲିନିକ୍କୁ ସିଲ୍ କରାଯାଇଛି। ଏହି ଘଟଣା ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଖଣ୍ଡପଡ଼ା ରୋଡ୍ରେ ଅବସ୍ଥିତ ‘ନିରୋଗ କ୍ଲିନିକ୍’ରେ ଅଲଟ୍ରାସାଉଣ୍ଡ ମେସିନ୍ ଚଳାଇବା ପାଇଁ ରବିବାର ଯେଉଁ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ନାମ ପଞ୍ଜୀକୃତ ଥିଲା, ସେହି ଡାକ୍ତରଙ୍କ ପରିବର୍ତ୍ତେ ଶୁକ୍ରବାର ଦିନ ସ୍ୱୀକୃତି ପ୍ରାପ୍ତ ଡାକ୍ତର ରୋଗୀଙ୍କ ଅଲଟ୍ରାସାଉଣ୍ଡ କରୁଥିବା ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଥିଲା। ଅଭିଯୋଗକୁ ଆଧାର କରି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କ୍ଲିନିକ୍ରେ ଚଢ଼ାଉ କରିଥିଲେ। ଯାଞ୍ଚ ବେଳେ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରାଯିବା ସହ ଅଲଟ୍ରାସାଉଣ୍ଡ ମେସିନ୍କୁ ଯାଞ୍ଚ କରାଯାଇଥିଲା।…
Read Moreନୟାଗଡ଼ କଲେଜ ପାଇଁ ଗୌରବ ଆଣିଲେ ରିତ୍ୟୁଷା ମିଶ୍ର, ସିପିଇଟି-୨୦୨୬ରେ ରାଜ୍ୟ ଟପ୍ପର ହେଲେ ରିତ୍ୟୁଷା
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିପିଇଟି-୨୦୨୬ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମେଧାବୀ ଛାତ୍ରୀ ରିତ୍ୟୁଷା ମିଶ୍ର ସମଗ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି ରାଜ୍ୟ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ରିତ୍ୟୁଷାଙ୍କ ଏହି ଉଲ୍ଲେଖନୀୟ ସଫଳତା ନୟାଗଡ଼ ଜିଲ୍ଲା ସହ ମହାବିଦ୍ୟାଳୟ ପାଇଁ ଗର୍ବର ବିଷୟ ପାଲଟିଛି। ତାଙ୍କ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ବେହେରାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ରିତ୍ୟୁଷା ମିଶ୍ର ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି…
Read Moreରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ: ବାସୁଦେବ ସାହୁ ସଭାପତି ଓ ଦିଲ୍ଲୀପ ମିଶ୍ର ସଂପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ ଗତକାଲି ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ସଭାପତି ଭାବେ ରୋଟାରିଆନ ବାସୁଦେବ ସାହୁ ଏବଂ ସଂପାଦକ ଭାବେ ରୋଟାରିଆନ ଦିଲ୍ଲୀପ ମିଶ୍ର ଆନୁଷ୍ଠାନିକ ଭାବେ କ୍ଲବ୍ ର ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ଏବଂ ସଂପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଉତ୍ସବରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ର ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି ରୋଟାରିଆନ ବିପ୍ର ଚରଣ…
Read Moreକଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ୭୭ ତମ ବନମହୋତ୍ସବ ଉପଲକ୍ଷେ ଓଡ଼ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ତହସିଲଦାର ଡ.ମାନସରଞ୍ଜନ ଭୋଇ,ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତୀବାଳା ରଣା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ବନପାଳ ସରିତା ବରାଳ,ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, କଦଳୀବନ୍ଧ, ରଗଡିସାହି ଗ୍ରାମବାସୀ,ସାମ୍ବାଦିକ ବନ୍ଧୁଗଣ ଓ ଛାତ୍ରାଭିଭାବକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ହତା ମଧ୍ୟରେ ଏବଂ ବାହାରେ ବଉଳ,ଅଁଳା,ପେସ୍ତାବାଦାମ୍, ଗଙ୍ଗଶିଉଳି,କରମଙ୍ଗା, ଆତ,ସଜନା,ଅମୃତଭଣ୍ଡା, ଲେମ୍ବୁ ଓ ଡାଳିମ୍ବ ବୃକ୍ଷ ରୋପଣ କରାଗଲା।ଗତବର୍ଷ ଲଗାଯାଇଥିବା ସମସ୍ତ ଗଛର ଯତ୍ନ ନେଇ ବଞ୍ଚାଇଥିବାରୁ ଅତିଥି ମାନେ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିଲେ।ନୂତନ ଗଛ ଲଗାଇବା ସହିତ ତାର ଯତ୍ନ ନେଇ ବଞ୍ଚାଇପାରିଲେ ଆମେ ଅମ୍ଲଜାନ ଅଭାବକୁ ରୋକିପାରିବା ବୋଲି ଅତିଥି ଉପସ୍ଥିତ ସମସ୍ତ ଙ୍କୁ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷକତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ସାଂସଦ,ପୁରୀ ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ,କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ,ସମ୍ମାନନୀୟ ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ରଥ ମଂଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ l ଏହାପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସମୀକ୍ଷା…
Read Moreକଣ୍ଟିଲୋ -ଖଣ୍ଡପଡା ରେଳ ଲାଇନ ମନ୍ତ୍ରୀଙ୍କ ସଂକେତ ଅପେକ୍ଷାରେ
ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର -ଗୋପାଳପୁର ରେଳ ଲାଇନ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡ଼ାକୁ ନୟାଗଡ଼ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ଉକ୍ତ 120କିଲୋମିଟର ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଡର ପର୍ଯ୍ୟନ୍ତ ଏକ କର୍ଡ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ ବୋଲି କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଉତ୍ତର ରଖିଥିଲେ ଏଥିନିମନ୍ତେ ଆବଶ୍ୟକ ଲୋକେସନ ସର୍ଭେ ଏବଂ ଡିପି ଆର କାର୍ଯ୍ୟ ରେଳ ବିଭାଗ ପକ୍ଷରୁ ଶେଷ ହୋଇସାରିଲାଣି।ଶ୍ରୀ ମହତାବ ସ୍ମିତ ହାସ୍ୟ ଦେଇ କହିଲେଜେ ପଣସକୁ ବିଧା ମାରି ପାକଳ କରିବାରେ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସିଦ୍ଧହସ୍ତ କଣ୍ଟିଲୋ ଖଣ୍ଡପଡାକୁ ରେଳ ଗଡ଼ିବା ପାଇଁ ସେ ନିଜେ ପବିତ୍ର…
Read Moreନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରମ୍ପରା ସୁରକ୍ଷା ପାଇଁ ଦାବିରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ ହୋଇଆସୁଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଉପଜିଲ୍ଲାପାଳ ଏହି ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ଦାବି ହେଉଛି, ଉପଜିଲ୍ଲାପାଳଙ୍କ ବଦଳରେ ମନ୍ଦିର ପରିଚ୍ଛା କିମ୍ବା ରାଜାଙ୍କ ପ୍ରତିନିଧି ମୁଦିରଥଙ୍କ ଦ୍ୱାରା ଏହି ନୀତି କରାଯାଉ। ଏ ସମ୍ପର୍କରେ ବରିଷ୍ଠ ନାଗରିକ…
Read More