ରଣପୁର “ନୂଆପଡ଼ା ବି” ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି

ରଣପୁର, (ନୟାଗଡ଼ ଦର୍ପଣ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭୭ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି। ଏହି ବନମହୋତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ  କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ବନ ସରଂକ୍ଷକ ଶୁଶାନ୍ତ କୁମାର ବନ୍ଧ, ଦେବାଶିଷ ଭୋଇ ଯୋଗଦେଇଥିଲେ ।ଏହି ବନମହୋତ୍ସବ ର ଲକ୍ଷ୍ୟ ହେଉଛି ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ଓ ବୃକ୍ଷ ବଡ ହେବା ପର୍ଯ୍ୟନ୍ତ ଠିକ୍ ଭାବରେ ଯତ୍ନ ନେବା ଏବଂ ସମାଜକୁ ବାର୍ତ୍ତା ଦେବା ଯେ ସମସ୍ତେ ମା ପାଇଁ ଗଛଟିଏ ଲଗାଇବା । ବୃକ୍ଷ ହିଁ ଜୀବନ ଓ ମା ପାଇଁ ଗଛଟିଏ ର ନାରା ଦିଆ ଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଗୋଟିଏ ବୃକ୍ଷ ରୋପଣ କରିବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ନିଜ ବକ୍ତବ୍ୟ ରେ କହିଥିଲେ । ରଣପୁର ବନ ବିଭାଗ ତରଫରୁ ଆଜି ୧୦୦୦ ରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କରାଯାଇଅଛି, ଆଗକୁ ୧୦୦୦୦ ବୃକ୍ଷ ରୋପଣ କରାଯିବ ବୋଲି ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ଚରଣ ସିଂହ ତାଙ୍କ ବକ୍ତବ୍ୟ ରଖିଥିଲେ । ଅଞ୍ଚଳର ସ୍ଥାନୀୟ ଜନସାଧାରଣ ଓ ରଣପୁର ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

Related posts