ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଆଜି ସଂନ୍ଧ୍ୟାରେ ପରଲୋକ ଘଟିଛି। ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ର ପ୍ରମୂଖ କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଆଜି ସକାଳୁ ସେ କ୍ରିଦାଶପୁର ସ୍ଥିତି ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ଆସୁଥିଲେ । ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏମ୍ସଠାରେ ଉପସ୍ଥିତ ରହିଥିବା ବେଳେ ପରିବାର ବର୍ଗଙ୍କୁ ସ୍ୱାନ୍ତ୍ୱନା ଜଣାଇଛନ୍ତି।
ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ
