Blog

ଚିରସ୍ରୋତା ବରକନ୍ୟା ଝରଣାର ବିକାଶ ଅଟକିଲା କାହିଁକି?

୪ କୋଟିରୁ ୩ କୋଟି ଟଙ୍କା ପଡ଼ିରହିଥିବା ଅଭିଯୋଗ, ସରକାର ଓ ବନ ବିଭାଗ ବିରୋଧରେ ଜନଅସନ୍ତୋଷ ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ନିହଲପ୍ରସାଦ ଗ୍ରାମ ନିକଟରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିରସ୍ରୋତା ବରକନ୍ୟା ଝରଣାର ବିକାଶ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପର୍ଯ୍ୟଟନର ଅପାର ସମ୍ଭାବନା ଥିବା ସତ୍ତ୍ୱେ ସରକାର ଓ ବନ ବିଭାଗର ଅବହେଳା ଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବ ସରକାର ସମୟରେ ବରକନ୍ୟା ଝରଣାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ କେବଳ ପ୍ରାୟ ୧ କୋଟି ଟଙ୍କା…

Read More

ରାହୁଲ ଗାନ୍ଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନୟାଗଡ଼ରେ କଂଗ୍ରେସର ବିକ୍ଷୋଭ, ମୋଦି-ଶାହଙ୍କ କୁଶପୁତ୍ତଳିକା ଦାହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବୁଧବାର ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ନେତାମାନଙ୍କୁ ଅଟକ ରଖାଯାଇଥିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ପିସିସି…

Read More

ଦିଲ୍ଲୀରେ ଭର୍ତ୍ତୃହରିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ନୟାଗଡ଼ରେ ଅରୁଣଙ୍କ ପ୍ରହାର, କହିଲେ ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସ୍ୱର ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଲହୁ ଲୁହାଣ କରିବା କେଉଁ ସୁସ୍ଥ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଅରୁଣ ସିଧାସଳଖ ଭର୍ତ୍ତୁହରିଙ୍କୁ ଆପଣ କେଉଁ ଦଳରେ ଥିଲେ, ଆପଣଙ୍କ ନେତା କିଏ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଦଳ ବଦଳାଇବା ପରେ ଇତିହାସକୁ ବଦଳାନ୍ତୁ ନାହିଁ ବୋଲି କହିଛନ୍ତି। ନୟାଗଡ଼ ବିଜୁ ଜନତା ଦଳ…

Read More

ଆଧାର ସଂଶୋଧନ ପାଇଁ ହନ୍ତସନ୍ତ : ୫୦ ଟଙ୍କାର କାମ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ, ସରଳୀକରଣ ପାଇଁ ଧ୍ୟାନ ଦିଅନ୍ତୁ ସରକାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ଆଧାର କାର୍ଡ଼ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଅନିବାର୍ଯ୍ୟ ପରିଚୟ ପତ୍ର ଭାବେ ପରିଣତ ହୋଇଛି। ସରକାରୀ ଯୋଜନାର ଲାଭ ଉଠାଇବାଠାରୁ ଆରମ୍ଭ କରି ବ୍ୟାଙ୍କିଂ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସେବାରେ ଆଧାରର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ ଆଧାରରେ ଥିବା ନାମ, ଜନ୍ମତାରିଖ କିମ୍ବା ଅନ୍ୟାନ୍ୟ ସୂଚନା ସଂଶୋଧନ କରିବା ପ୍ରକ୍ରିୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୂର୍ବରୁ ପୋଷ୍ଟ ଅଫିସରେ ମାତ୍ର ୫୦ ଟଙ୍କା ଦେଇ ଆଧାରର ସାଧାରଣ ତ୍ରୁଟି ସଂଶୋଧନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ଆବେଦକଙ୍କୁ ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରୁ ଆଫିଡେଭିଟ୍ (ସତ୍ୟପାଠ) କରିବାକୁ କୁହାଯାଉଛି। ଏଥିପାଇଁ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ସେହି ସତ୍ୟପାଠକୁ ଖବରକାଗଜରେ ବିଜ୍ଞାପନ ଆକାରରେ ପ୍ରକାଶ କରିବାକୁ ପଡ଼ୁଛି,…

Read More

ଚେକ୍ ବାଉନ୍ସ ମାମଲାରେ ୬ ମାସ ଜେଲ୍, ୭.୫୦ ଲକ୍ଷ ଜରିମାନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଚେକ୍ ବାଉନ୍ସ ମାମଲାରେ ନୟାଗଡ଼ ଏସଡିଜେଏମ ଅଦାଲତ ଜଣେ ବ୍ୟକ୍ତିଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହ ୭ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।ମାମଲାରୁ ପ୍ରକାଶ ଯେ, ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମର ଜିତେନ୍ଦ୍ର କୁମାର ଭୂୟାଁ ଲକ୍ଷ୍ମୀପ୍ରସାଦ ଗ୍ରାମର ଅଜୟ କୁମାର ସ୍ୱାଇଁଙ୍କଠାରୁ ୫ ଲକ୍ଷ ୨୦ ହଜାର ଟଙ୍କା ଧାର ନେଇଥିଲେ। ଉକ୍ତ ଟଙ୍କା ଫେରସ୍ତ କରିବା ପାଇଁ ୨୧ ଅକ୍ଟୋବର ୨୦୧୯ରେ ସେ ୫ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଚେକ୍‌ଟି ବ୍ୟାଙ୍କରେ ଉପସ୍ଥାପନ ପରେ ବାଉନ୍ସ ହୋଇଥିଲା। ଏହାପରେ ଅଜୟ କୁମାର ସ୍ୱାଇଁ ନୟାଗଡ଼ ଏସଡିଜେଏମ ଅଦାଲତରେ ମାମଲା ରୁଜୁ କରିଥିଲେ। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରିତା ମିଶ୍ରଙ୍କ ଅଦାଲତରେ…

Read More

କଙ୍ଗାରୁ କୋର୍ଟ ମାମଲାରେ ଗାଁ ସଭାପତି ଗିରଫ, କୋର୍ଟ ଚାଲାଣ ପରେ ଜେଲ୍

ଓଡ଼ଗାଁ (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମରେ କଥିତ କଙ୍ଗାରୁ କୋର୍ଟ ପରିଚାଳନା ଅଭିଯୋଗରେ ଗ୍ରାମ ପରିଚାଳନା କମିଟି ସଭାପତି ସୋମନାଥ ଜାନୀଙ୍କୁ ସୋମବାର ସକାଳେ ଓଡ଼ଗାଁ ପୋଲିସ ଗିରଫ କରିଛି। ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜଣେ ଅନୁସୂଚିତ ଜନଜାତିର ଭିନ୍ନକ୍ଷମ ନାବାଳିକାଙ୍କୁ ବଳପୂର୍ବକ ଧର୍ଷଣ କରାଯିବା ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୱାର୍ଡ ସଦସ୍ୟ ଅନିରୁଦ୍ଧ ଜାନୀ ବଜାରରୁ ଔଷଧ ଆଣି ନାବାଳିକାଙ୍କୁ ଖାଇବାକୁ ଦେଇ ଜବରଦସ୍ତି ଗର୍ଭପାତ କରାଇଥିବା ଏବଂ ଭ୍ରୂଣର ମୃତ୍ୟୁ ପରେ ସତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି…

Read More

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସଚେତନତା ରଥର ଶୁଭାରମ୍ଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର ଆନୁଷ୍ଠାନିକ ଶୁଭାରମ୍ଭ ସହ ଏକ ସଚେତନତା ରଥର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ-ନିବନ୍ଧକ, ସମବାୟ ସମିତି ସମୂହର, ନୟାଗଡ ବିଭାଜନ, ଉପ-ନିବନ୍ଧକ ଓ ସହକାରୀ ନିବନ୍ଧକ, ନୟାଗଡଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି ର କର୍ମଚାରୀମାନେ ଉପସ୍ଥିତ ଥିଲେ।ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଫସଲ ହାନି ସମୟରେ ଚାଷୀମାନଙ୍କୁ ଆର୍ଥିକ ସୁରକ୍ଷା ଓ କ୍ଷତିପୂରଣ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି…

Read More

ନୟାଗଡ଼ରେ SIR-2026 କାର୍ଯ୍ୟର ସମୀକ୍ଷା କଲେ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା

ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ ଓ BLOମାନଙ୍କ ସହ ଆଲୋଚନା; ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭାବେ କାର୍ଯ୍ୟ ସମ୍ପନ୍ନ ପାଇଁ ନିର୍ଦ୍ଦେଶ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା (IAS) ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି Special Intensive Revision (SIR)-2026 କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ପ୍ରଥମେ ଜିଲ୍ଲାର ସ୍ୱୀକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରି SIR-2026 କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିରପେକ୍ଷ ଓ ସଫଳ ଭାବେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ Electoral Registration Officer (ERO), Deputy Collector ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ SIR-2026ର ଅଗ୍ରଗତି, ନୋଟିସ୍ ଜାରି, ଶୁଣାଣି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟର…

Read More

ସେବା ମହୋତ୍ସବ ଉଦଯାପିତ, ମନମୋହିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶମ ଜିଲ୍ଲା ବ୍ୟାପି ସେବା ମହୋତ୍ସବ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି ।  ଉଦଯାପନୀ ଦିବସରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ  ନୟାଗଡ଼ ସହରରେ ଦେଶତ୍ମାବୋଧର  ନିଆରା ପରିବେଷ ସୃଷ୍ଟି କରିଥିଲା। ଗତ ପନ୍ଦର ଦିନ ଧରି ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ବସ୍ତ୍ରଦାନ, ଚପଲ ବଣ୍ଟନ, ମାଗଣା ସ୍ବାସ୍ଥ୍ୟ ଶିବିର, ଚଷମା ବଣ୍ଟନ, ଅର୍ଥ ଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସେବା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲା। ସୋମବାର ଜିଲ୍ଲାବ୍ୟାପି ସେବା ମହୋତ୍ସବର ଉଦଯାପନୀ ଅବସରରେ ନୟାଗଡ଼ ସ୍ୱୟଂଶାସିତ କଲେଜ ଠାରୁ ପଠାଣି ସାମନ୍ତ ଅଡିଟରିଅମ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ନୟାଗଡ଼ ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଉଦଯାପନୀ ସଭା…

Read More

ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭୋଟର ତାଲିକା ଅନ୍ତର୍ଭୁକ୍ତିକୁ ନେଇ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସର ଫେରାଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨୨–ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (SIR-୨୦୨୬)ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ବୁଥ୍ ଲେଭଲ୍ ଏଜେଣ୍ଟ (BLA-1) ଲକ୍ଷ୍ମୀଧର ତ୍ରିପାଠୀ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ବୁଥ୍ ନଂ–୮୫ର କ୍ରମିକ ନଂ–୨୯୭ (EPIC: RAU0029355)ରେ ଶ୍ରୀମତୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତି ସମୟରେ ବିଶେଷ ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରାଯାଇ ନଥିବା ସନ୍ଦେହ ରହିଛି। ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ନାମ ୨୦୦୨ ମସିହାର ରାଞ୍ଚି ଭୋଟର ତାଲିକାର “ମ୍ୟାପିଂ” ଆଧାରରେ ସାମିଲ କରାଯାଇଥିବା କୁହାଯାଉଥିଲେ ମଧ୍ୟ, ସେହି ସମୟରେ ସେ ପ୍ରକୃତରେ ଭୋଟର ଥିଲେ କି ନାହିଁ…

Read More