ରଚିତା ପରିଡାଙ୍କ ଲିଖିତ ଗଳ୍ପ ବନ୍ଦ କବାଟ : ଭସା ମେଘର ସବାରିରେ ବର୍ଷାରାଣୀ ତା’ କଳା ଓଢ଼ଣୀ ଫାଙ୍କରୁ ଚାହିଁ ମୁରୁକି ହସମାରୁଛି, ବିଜୁଳିର ରୋଷଣି ଆଉ ଘଡଘଡିର ଆତସବାଜିକୁ ଡରି ସୂର୍ଯ୍ୟ ବାଦଲ ଭିତରେ ଲୁଚିଯାଇଛି । ଦୂର ଦିଗ୍ବଳୟଟା ପୂରା ଅନ୍ଧାର ଦିଶୁଛି । ସନ୍ଧ୍ୟା ହେବା ପୂର୍ବରୁ କିଏ ଯେମିତି ଆକଶଟାକୁ କଳା ରଙ୍ଗରେ ରଙ୍ଗେଇ ଦେଇଛି ।ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖିବାକୁ ତାକୁ ଭାରି ଭଲଲାଗୁଛି । ରିମ୍ଝିମ୍ ବର୍ଷା ତାଳରେ ନାଚିବାକୁ ତାକୁ ବି ଇଚ୍ଛା ହେଉଛି । ଥଣ୍ଡା ପବନଟାଏ ଝରକା ଦେଇ ଯେବେ ତା’ଦେହରେ ବାଜିଯାଉଛି ତାକୁ ଲାଗୁଛି ସେ ଯେମିତି ତାକୁ ହାତଠାରି ଡାକୁଛି । କିନ୍ତୁ ଏ ବନ୍ଦ କବାଟ ଖୋଲିଲେ ସିନା । ବାହାରକୁ ଯିବା ତା ପାଇଁ ସମ୍ପୂର୍ଣ୍ଣ…
Read MoreMonth: May 2021
ଘିକୁଆଁରୀର ଉପକାରିତା, ନିଶ୍ଚୟ ପଢନ୍ତୁ
ଆମ ଦେଶରେ ଘିକୁଆଁରୀର ବିଭିନ୍ନ ନାମ: ହିନ୍ଦୀ- କୁଜା, ସେବତୀ, ବଙ୍ଗଳା- ଗୋଲାପ, ସଂସ୍କୃତ – ଚାରୁକେଶର, ବୃତ୍ତ, ପୁଷ୍ପ, ତେଲୁଗୁ- ମେଣ୍ଡିଚେଟ୍ଟୁ ।ପ୍ରକୃତି ଆମକୁ ସମସ୍ତ ପ୍ରକାର ରୋଗର ନିରାକରଣ ନିମନ୍ତେ ଯୋଉ ବୃକ୍ଷଲତାଗୁଡିକ ଦେଇଛି ସେଥିମଧ୍ୟରୁ ଘିକୁଆଁରୀ ଅନ୍ୟତମ । ଏହି ଗଛ ଭାରତର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଥାଏ । ଏହା ଏକ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ପତ୍ରଗୁଡିକ ଲମ୍ବ ଏବଂ ପତ୍ରଟି ମାଂସଳ ହୋଇଥରବାରୁ ତା’ଭିତରେ ଲାଲୁଆ ରସ ରହିଥାଏ । ଏହି ରସ ରୋଗ ନିରାକରଣରେ ସାହାର୍ଯ୍ୟ କରେ ଏହି ଗଛକୁ ଉଭିଦ ବିଜ୍ଞାନୀମାନେ “ଆଲୋଛୟୁରା” କହିଥାନ୍ତି । ସଂସ୍କୃତରେ ଘିକୁଆଁରୀକୁ ଘୃତକୁମାରୀ, ତରୁଣୀ, ସହା, ଗୃହକନ୍ୟା ବୋଲି କହନ୍ତି । ଏହା ପ୍ରଧାନତଃ ଆଫ୍ରିକା, ଭାରତ ଓ ଆରବରେ ଦେଖାଯାଇଥାଏ ।ଘିକୁଆଁରୀ ରସ ମଧୁର, ତିକ୍ତ ମଦଗନ୍ଧ…
Read Moreସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ମୂଲ୍ୟବାନ
ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ଆମ ପାଇଁ ସୁବର୍ଣ୍ଣ ସମୟ । ସର୍ପାଘାତର ଦୁଇ ଘଣ୍ଟାପରେ ବିଷ ଶରୀର ନର୍ଭ ଟିସୁ ଓ ମସଲ ଟିସୁରେ ମିଶି ଯାଇଥାଏ । ବିଷ ନର୍ଭ ଟିସୁ ଓ ମସଲ ଟିସୁରେ ମିଶିଯିବା ପରେ ସାପ ବିଷକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ ମେଡିସିନ୍ ଆଉ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ଦୁଇ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆଣିପାରିଲେ ରୋଗୀ ବଞ୍ଚିବା ସମ୍ଭବ । ମାତ୍ର ଲୋକ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ସୁବର୍ଣ୍ଣ ସମୟକୁ ଗୁଣିଆ ପାଖରେ ନଷ୍ଟ କରିଦେଉଛନ୍ତି । ଯେତେବେଳେ ଗୁଣିଆ ହାତଟେକି ଦେଉଛି, ସେତେବେଳେ ଡାକ୍ତରଖାନାକୁ ଆଣୁଛନ୍ତି । ସେତେବେଳେ ରୋଗୀକୁ ବଞ୍ଚାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ତେଣୁ ସାପ କାମୁଡ଼ିବା କ୍ଷଣି ଡାକ୍ତରଖାନାରେ ରୋଗୀକୁ ଭର୍ତ୍ତି କରିବା ଜରୁରୀ ।…
Read Moreସୁଷମ ଖାଦ୍ୟ ମଣିଷର ଜୀବନ ବଦଳାଇପାରେ
ସକାଳ ୫ଟା ପୂର୍ବରୁ ଉଠନ୍ତୁ । ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ (ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖାନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖାନ୍ତୁ) । ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖାନ୍ତୁ । ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି ଖାନ୍ତୁ । ରାତ୍ରୀ ଭୋଜନରେ ଅଧା ପେଟ ଖାନ୍ତୁ । ସକାଳେ, ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣିପିଅନ୍ତୁ । ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ । ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ । ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ରାତିରେ ଶୋଇବା ସମୟରେ ପ୍ରଥମେ…
Read Moreଓଡ଼ଗାଁ ଶ୍ରୀଶ୍ରୀ ରଘୁନାଥଙ୍କ କ୍ଷେତ୍ର ଓଡ଼ିଶାର ଅନନ୍ୟ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ
ଓଡ଼ଗାଁ: ଓଡଗାଁ ଶ୍ରୀରଘୁନାଥ ଜିଉ ଓଡିଶା ରାଜ୍ୟରେ ସ୍ୱର୍ଣ୍ଣକଳସ କ୍ଷେତ୍ର ରୁପେ ପରିଚିତ । ୩ଶହ ବର୍ଷର ରାମ, ଲକ୍ଷ୍ମଣ ଓ ସୀତାଙ୍କ ଦାରୁ ବିଗ୍ରହ କୌଣସି ନବକଳେବର ହୋଇନଥିବା ବେଳେ ଶାନ୍ତ କାନ୍ତ କମନୀୟ ସୈାମ୍ୟ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ମୂର୍ତ୍ତି ସନ୍ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଜୁଗଳ । ମନରେ ଯାଗ୍ରତ ହୁଏ ଭକ୍ତିଭାବ । ଏବଂ ତାପରେ ଭକ୍ତ ସମ୍ପୁର୍ଣ୍ଣ ସମର୍ପିତ କରିଦିଏ ତାର ସମସ୍ତ ସତାକୁ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।ଦକ୍ଷୀଣ ପାଶ୍ୱର୍ରେ ଗୟଳସିଂ ଏବଂ ଉତ୍ତର ପାଶ୍ୱର୍ରେ ଶୁଳିଆ ପାହାଡର ସବୁଜ ବଳୟ ମଧ୍ୟସ୍ଥ ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରୁଥିବା ଓଡଗ୍ରାମ ଶ୍ରୀ ରଘୁନାଥ ଜିଉଙ୍କୁ କୋଳରେ ଧରି ସବୁ ବେଳେ କର୍ମ ପ୍ରବଣ ରହିଥାଏ । ୧୨ଦିନରେ୧୩ପରବ ବର୍ଷସାରା ମେଳା ମହୋତ୍ସବ ଜାନୀ…
Read Moreପାକସ୍ଥଳୀ ଓ ଚର୍ମ ଉପରେ ପ୍ରଭାବ ପକାଏ ଅବସାଦ
କିଛି ଗବେଷକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କିଶୋର ଅବସ୍ଥାରେ ଅବସାଦ ପାକସ୍ଥଳୀରେ ସମସ୍ୟା, ଗଣ୍ଠିବାତ ଓ ଚର୍ମରୋଗ ସୃଷ୍ଟି କରିଥାଏ । ମାନସୋକ ରୋଗ ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ସ୍ୱିଜରଲ୍ୟାଣ୍ଡର ବାସେଲ ବିଶ୍ୱବିଦ୍ୟାଳୟପକ୍ଷରୁ ମାରିଅନ୍ ତେଗେଟଫ୍ଙ୍କ ନେତୃତ୍ୱରେ ଏହି ଗବେଷଣା କରାଯାଇଥିଲା । ସେମାନେ କିଶୋର/କିଶୋରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ଓ ମାନସିକ ଅବସାଦ ଭିତରେ ଥିବା ସମ୍ପର୍କ ଉପରେ ଅଧ୍ୟୟନ କରିଥିଲେ । ଆମେରିକାର ୧୩ରୁ ୧୮ବର୍ଷ ବୟସର ୪୮୪୩ଜଣ କିଶୋର/କିଶୋରୀଙ୍କ ଉପରେ ଅଧ୍ୟୟନ କରି ଗବେଷକ ଏହି ସିଦ୍ଧାନ୍ତରେ ପହଞ୍ଚିଚଛନ୍ତି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ପିଲା କିମ୍ବା କିଶୋରୀଙ୍କ ମଧ୍ୟରେ ପୂର୍ବରୁ ମାନସିକ ଅବସାଦ ଦେଖାଯାଇଛି । ସେମାନେ ପରବର୍ତ୍ତୀ ସମୟରେ ହଜମ ଜନିତ ସମସ୍ୟା, ଚର୍ମରୋଗ ଓ ଗଣ୍ଠିବାତର ଶିକାର…
Read Moreମେ ୫ରୁ ୧୯ତାରିଖ ବୁଧବାର ଯାଏଁ ସବୁ ଜିଲ୍ଲା ଲକଡାଉନ
ନୟାଗଡ଼: (ବ୍ୟୁରୋ ରିପୋର୍ଟ) ସାରା ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। ପୂର୍ବପରି ଶନିବାର ଏବଂ ରବିବାର ସଟଡାଉନ ରହିବ ବୋଲି ସୂଚନା।
Read Moreଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ମୃତ୍ୟୁ
ନୟାଗଡ଼,(ଲଷ୍ମୀଧର ସାହୁ):-ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ବନମାଳୀ ସିଂ(୪୬)ଙ୍କ ପାକସ୍ଥଳୀ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କର ଦୀର୍ଘଦିନ ଧରି ପାକସ୍ଥଳୀ ଜନିତ ସମସ୍ୟା ରହିଥିଲା । ଦୁଇଦିନ ତଳେ ଅଫିସ କାର୍ଯ୍ୟରେ କଟକ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ସ୍ୱଗର୍ତ ସିଂଙ୍କୁ ତାଙ୍କ ନିଜ ବାସସ୍ଥାନ ଗୁଣ୍ଠୁଣି ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିବା…
Read Moreବାହାଘର ଭୋଜି ଖାଇ ଜଣେ ମୃତ, ୨୫ଗୁରୁତର
ଓଡ଼ଗାଁ: ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗାଁର ଆଡୁଆ ସାହିରେ ଗତକାଲି ରାତିରେ ବାହାଘର ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣଙ୍କ ହେଲେ ୫୫ବର୍ଷୀୟା ମାଟିଆଣୀ ବାରିକ। ମୃତକ ରାଧା ବାରିକଙ୍କ ସ୍ତ୍ରୀ ଅଟନ୍ତି। ତତ୍ ସହିତ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।
Read Moreଅକ୍ଷୟ କୁମାରଙ୍କ ବେଲଵଟମ ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ
ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ ହେଇଥିବା ବେଳେ ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷୀତ ସିନେମା ବେଲବଟମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେ’ରେ ଥିଏଟରରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ ହଟଷ୍ଟାର ଲୋଭନୀୟ ଅର୍ଥ ଦେଇ ଏହାକୁ ଚୁକ୍ତି କରିଛି ବୋଲି ଜଣାପଡିଛି। ଫିଲ୍ମର ପ୍ରଡ୍ୟୁସର ନିଖିଳ ଆଡଭାନୀଙ୍କ ସବୁଜ ସଙ୍କେତକୁ ସମସ୍ତେ ଅପେକ୍ଷା କରିଛନ୍ତି । ବେଲବଟମରେ ଅକ୍ଷୟଙ୍କ ସହ ବନୀ କାପୁର, ହୁମା କ୍ୟୁରେଶୀ, ଲାରା ଦତ୍ତ ଓ ଅଦିଲ ହୁସେନ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ପୂର୍ବରୁ ଅକ୍ଷୟଙ୍କ ଲକ୍ଷ୍ମୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।
Read More