ବାହାଘର ଭୋଜି ଖାଇ ଜଣେ ମୃତ, ୨୫ଗୁରୁତର

ଓଡ଼ଗାଁ: ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗାଁର ଆଡୁଆ ସାହିରେ ଗତକାଲି ରାତିରେ ବାହାଘର ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣଙ୍କ ହେଲେ ୫୫ବର୍ଷୀୟା ମାଟିଆଣୀ ବାରିକ। ମୃତକ ରାଧା ବାରିକଙ୍କ ସ୍ତ୍ରୀ ଅଟନ୍ତି। ତତ୍ ସହିତ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।

Related posts