ନୟାଗଡ଼,(ଲଷ୍ମୀଧର ସାହୁ):-ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ବନମାଳୀ ସିଂ(୪୬)ଙ୍କ ପାକସ୍ଥଳୀ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କର ଦୀର୍ଘଦିନ ଧରି ପାକସ୍ଥଳୀ ଜନିତ ସମସ୍ୟା ରହିଥିଲା । ଦୁଇଦିନ ତଳେ ଅଫିସ କାର୍ଯ୍ୟରେ କଟକ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ସ୍ୱଗର୍ତ ସିଂଙ୍କୁ ତାଙ୍କ ନିଜ ବାସସ୍ଥାନ ଗୁଣ୍ଠୁଣି ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ଶାନ୍ତ,ସରଳ ଏବଂ ଅମାୟିକ ବ୍ୟକ୍ତି ଥିବାବେଳେ ତାଙ୍କର ଏହି ଅକାଳ ମୃତ୍ୟୁରେ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଶିକ୍ଷକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀ ଭାବରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ମୃତ୍ୟୁ
