ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ ହେଇଥିବା ବେଳେ ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷୀତ ସିନେମା ବେଲବଟମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେ’ରେ ଥିଏଟରରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ ହଟଷ୍ଟାର ଲୋଭନୀୟ ଅର୍ଥ ଦେଇ ଏହାକୁ ଚୁକ୍ତି କରିଛି ବୋଲି ଜଣାପଡିଛି। ଫିଲ୍ମର ପ୍ରଡ୍ୟୁସର ନିଖିଳ ଆଡଭାନୀଙ୍କ ସବୁଜ ସଙ୍କେତକୁ ସମସ୍ତେ ଅପେକ୍ଷା କରିଛନ୍ତି । ବେଲବଟମରେ ଅକ୍ଷୟଙ୍କ ସହ ବନୀ କାପୁର, ହୁମା କ୍ୟୁରେଶୀ, ଲାରା ଦତ୍ତ ଓ ଅଦିଲ ହୁସେନ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ପୂର୍ବରୁ ଅକ୍ଷୟଙ୍କ ଲକ୍ଷ୍ମୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।
ଅକ୍ଷୟ କୁମାରଙ୍କ ବେଲଵଟମ ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ
