ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ଆମ ପାଇଁ ସୁବର୍ଣ୍ଣ ସମୟ । ସର୍ପାଘାତର ଦୁଇ ଘଣ୍ଟାପରେ ବିଷ ଶରୀର ନର୍ଭ ଟିସୁ ଓ ମସଲ ଟିସୁରେ ମିଶି ଯାଇଥାଏ । ବିଷ ନର୍ଭ ଟିସୁ ଓ ମସଲ ଟିସୁରେ ମିଶିଯିବା ପରେ ସାପ ବିଷକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ ମେଡିସିନ୍ ଆଉ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ଦୁଇ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆଣିପାରିଲେ ରୋଗୀ ବଞ୍ଚିବା ସମ୍ଭବ । ମାତ୍ର ଲୋକ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ସୁବର୍ଣ୍ଣ ସମୟକୁ ଗୁଣିଆ ପାଖରେ ନଷ୍ଟ କରିଦେଉଛନ୍ତି । ଯେତେବେଳେ ଗୁଣିଆ ହାତଟେକି ଦେଉଛି, ସେତେବେଳେ ଡାକ୍ତରଖାନାକୁ ଆଣୁଛନ୍ତି । ସେତେବେଳେ ରୋଗୀକୁ ବଞ୍ଚାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ତେଣୁ ସାପ କାମୁଡ଼ିବା କ୍ଷଣି ଡାକ୍ତରଖାନାରେ ରୋଗୀକୁ ଭର୍ତ୍ତି କରିବା ଜରୁରୀ । ମଣିଷ ଶରୀରରେ ବିଷ ଚରିଯିବା ପରେ ଗୁଣିଆର ଝଡ଼ାଫୁଙ୍କାରେ ବଞ୍ôଚବା ଅସମ୍ଭବ । ତେଣୁ ଲୋକ ନିଜେ ସଚେତନ ହୋଇ ଚିକିତ୍ସା ବିଜ୍ଞାନ ଉପରେ ଭରସା କରିବା ଉଚିତ ।
Related posts
-
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର... -
ବରିଷ୍ଠଙ୍କ ଆଶ୍ରିବାଦ ଯୁବ ପିଢ଼ିଙ୍କ ପାଇଁ ବର ଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗର ତୁଳନା ନାହିଁ, ବରିଷ୍ଠଙ୍କ ଉପସ୍ଥିତି ପରିବାର... -
ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ...