ଆମ ଦେଶରେ ଘିକୁଆଁରୀର ବିଭିନ୍ନ ନାମ: ହିନ୍ଦୀ- କୁଜା, ସେବତୀ, ବଙ୍ଗଳା- ଗୋଲାପ, ସଂସ୍କୃତ – ଚାରୁକେଶର, ବୃତ୍ତ, ପୁଷ୍ପ, ତେଲୁଗୁ- ମେଣ୍ଡିଚେଟ୍ଟୁ ।
ପ୍ରକୃତି ଆମକୁ ସମସ୍ତ ପ୍ରକାର ରୋଗର ନିରାକରଣ ନିମନ୍ତେ ଯୋଉ ବୃକ୍ଷଲତାଗୁଡିକ ଦେଇଛି ସେଥିମଧ୍ୟରୁ ଘିକୁଆଁରୀ ଅନ୍ୟତମ । ଏହି ଗଛ ଭାରତର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଥାଏ । ଏହା ଏକ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ପତ୍ରଗୁଡିକ ଲମ୍ବ ଏବଂ ପତ୍ରଟି ମାଂସଳ ହୋଇଥରବାରୁ ତା’ଭିତରେ ଲାଲୁଆ ରସ ରହିଥାଏ । ଏହି ରସ ରୋଗ ନିରାକରଣରେ ସାହାର୍ଯ୍ୟ କରେ ଏହି ଗଛକୁ ଉଭିଦ ବିଜ୍ଞାନୀମାନେ “ଆଲୋଛୟୁରା” କହିଥାନ୍ତି । ସଂସ୍କୃତରେ ଘିକୁଆଁରୀକୁ ଘୃତକୁମାରୀ, ତରୁଣୀ, ସହା, ଗୃହକନ୍ୟା ବୋଲି କହନ୍ତି । ଏହା ପ୍ରଧାନତଃ ଆଫ୍ରିକା, ଭାରତ ଓ ଆରବରେ ଦେଖାଯାଇଥାଏ ।
ଘିକୁଆଁରୀ ରସ ମଧୁର, ତିକ୍ତ ମଦଗନ୍ଧ ଓ ଶୀତଳ ହୋଇଥିବାରୁ ଏହା କଫ, ପିତ୍ତ, କାଶ ଶ୍ୱାସ, ବିଷ, କୃଷ୍ଣଗୁଳ୍ମ ପ୍ଲୀହା, ଯକୃତ ବୃଦ୍ଧି, ରଜ୍ଜୁ, ଅଗ୍ନିଦଗ୍ଧକ୍ଷତ, ଚର୍ମରୋଗ, ରକ୍ତ ପିତ୍ତ ନାଶ କରେ । ଆହୁରି ମଧ୍ୟ ଏହା ଧାତୁ ବୃଦ୍ଧି କରେ । ବଳବୀର୍ଯ୍ୟ ବୃଦ୍ଧିକରେ ଓ ନେତ୍ର ରୋଗର ହିତକର ।
ବହୁରୋଗ ପ୍ରତିଷେଧକ ଭାବେ ଘିକୁଆଁରୀ ଗଛ ବ୍ୟବହୃତ ହୋଇଥାଏ । ଯଥା-
୧- ମୁଣ୍ଡ ବ୍ୟଥା ହେଉଥିଲେ ବା ବୁଲେଇ ହେଲେ ଘିକୁଆଁରୀ ପତ୍ରକୁ ଆଣି ତା ଶସକୁ ମୁଣ୍ଡରେ ଘଷିଲେ ମୁଣ୍ଡବ୍ୟଥା କମିଯାଏ ଏବଂ ମୁଣ୍ଡରୁ ବାହାରୁଥିବା ଗରମ କ୍ରମଶଃ କମିଯାଏ ।
୨- ପୋଡି ଯାଇଥିବା ଶରୀର ବା ଦାଗ ଲାଗିଯାଇଥିବା ସ୍ଥାନରେ ଘଷିଲେ ତାହାର ଯନ୍ତ୍ରଣା ଉପଶମ ହୁଏ ।
୩- ହଳଦୀଚୂର୍ଣ୍ଣ, ଟାଙ୍ଗଣାଖାଇ, ଘିକୁଆଁରୀ ରସରେ ମିଶାଇ ଖାଇଲେ ଝାଡା ପରିଷ୍କାର ହୁଏ ଏବଂ ପ୍ଲୀହାରୋଗ ନିବାରିତ ହୁଏ ।
୪- ଘିକୁଆଁରୀ ରସରେ ନସ୍ୟ ପ୍ରୟୋଗ କଲେ କାମଳ ରୋଗ ନିବାରିତ ହୁଏ ।
୫- ପ୍ରମେହ ରୋଗ ନିବାରଣ ପାଇଁ ଶତଧୌତି ଘୃତ, ଘିକୁଆଁରୀ ରସ ମିଶ୍ରିସହ ସେବନ କଲେ ରୋଗନାଶ ହୁଏ ।
୬- ଘିକୁଆଁରୀ ରସକୁ ବ୍ୟବହାର କଲେ ରକ୍ତସ୍ରାବ ନିୟମିତ ହୋଇଥାଏ ।
୭- ଏହି ପତ୍ର ରସରେ ଅଳ୍ପ ସୈନ୍ଧବ ଲୁଣ ଭଲରୂପେ ମିଶାଇ କ୍ଷତ ସ୍ଥାନରେ ୨/୩ ଥର ଲଗାଇ ଦେଲେ କୀଟ ଦଂଶନ ବିଷ କଟିଯାଏ ଏବଂ ଜଳାପୋଡା କମିଯାଏ ।
୮- ପିଲାଙ୍କର କୃମିଝାଡା ପାଇଁ ପତ୍ରରସ ସହ ମିଶ୍ରି ଦେଲେ କୃମି ଝାଡା ଦେଇ ବାହାରି ଯାଇଥାନ୍ତି ।
୯- ଘିକୁଆଁରୀ ରସରେ ହଳଦୀକୁ ବାଟି ଦେହରେ ଲଗାଇଲେ କଣ୍ଡୁ ଓ ଚର୍ମରୋଗ ଦୂର ହୋଇଥାଏ ।
୧୦- ଘିକୁଆଁରୀ ରସକୁ ଦିନରେ ତିନିଥର ସେବନ କଲେ ମେହ ଓ ଗନେରିଆ ଭଲ ୁହଏ ।
୧୧- ଘିକୁଆଁରୀ ଫୁଲ କଫ ଓ ମେହନାଶକ, ଘିକୁଆଁରୀ ରସରେ ମୁସୁମ୍ବର ପ୍ରସ୍ତୁତ କରାଯାଏ । ଦେହରେ କୌଣସି ଭାତୁଡି ହେଲେ ତା’ ଉପରେ ପତ୍ରର ରସ ଦେଇ ପଟି ବାନ୍ଧିନେବ । ୪/୫ ଦିନ ଭିତରେ ଭାତୁଡି ମିଳାଇ ଯାଇଥାଏ ।
୧୨- ଘିକୁଆଁରୀ ଫୁଲକୁ ଘିଅରେ ଭାଜି ୨/୩ ଥର ଖାଇଲେ କାଶ, କଫ, ଶର୍ଦ୍ଦି ଇତ୍ୟାଦି ଥଣ୍ଡାଜନିତ ରୋଗ ଉପଶମ ହୁଏ । ଏପରିକି ଶ୍ୱାସ ଆରମ୍ଭ ଅବସ୍ଥାରେ ଉପଚାର କଲେ ଶ୍ୱାସ ଭଲ ହୋଇଥାଏ ।