ଗୋରୁ ମାଲିକଙ୍କୁ ଦଶପଲ୍ଲା ଏନଏସିର ଚେତାବନୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଦେଇ ଯାଇଛି ୫୭ନଂ. ଜାତୀୟ ରାଜପଥ। ଏଥି ସହିତ ଦାପଲ୍ଲା ଏନଏସିରେ ଅନେକ ବଜାର ବି ରହିଛି। ସୁବଠି ଗୋରୁମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଗୋରୁ ପଲ ରାସ୍ତାଘାଟରେ ଶୋଇ ରହୁଥିବା ଓ ଅବାଧ ବିଚରଣ କରୁଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ଏନେଇ ଏନଏସି ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ଏନଏସି ପକ୍ଷରୁ ଗୋରୁମାଲିକମାନଙ୍କୁ ତାଗିଦ କରାଯାଇଛି। କାରଣ କ୍ଷୁଧାର୍ତ୍ତ ଗୋରୁମାନଙ୍କୁ ଖାଇବାକୁ ନ ଦେଇ ମାଲିକମାନେ ଦୁହିଁବା ପରେ ରାସ୍ତା ଉପରକୁ ଛାହି ଦେଉଛନ୍ତି। ଲୋକେ ଖାଦ୍ୟ ସାମଗ୍ରୀ ସାଇକେଲରେ ରଖି ବଜାର କଲାବେଳେ ଗୋରୁମାନେ ଆସି ଖାଇ ଦେଉଛନ୍ତି। ଏଭଳି ସ୍ଥଳେ ଗୋରୁ ଏବଂ ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଗୋକୁଛନ୍ତି। ଏଣେ ଦୁର୍ଘଟଣାରେ ଲୋକେ ଆହତ ହେଉଥିବାବେଳେ ବସ୍‌ ଓ ଟ୍ରକ ଧକ୍କାରେ ଗୋରୁମାନେ ମଧ୍ୟ ଆହତ ହେଉଥିବା…

Read More

‘ଦଶପଲ୍ଲା ଭୂଗୋଳ’ ପୁସ୍ତକ ଉନ୍ମୋଚିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପୁରାତନ ଗଡଜାତ ରାଜ୍ୟ ଦଶପଲ୍ଲାର ଭୌଗୋଳିକ ପରିସୀମା, ବାତାବରଣ, ଜଳବାୟୁ, ପ୍ରସିଦ୍ଧ ସ୍ଥାନ, ବାଣିଜ୍ୟ, ଶିକ୍ଷା, ରାଜନୈତିକ ଅବସ୍ଥା, ଗମନାଗମନ, ପର୍ବତମାଳା ଏବଂ ଗାଁର ନାମକରଣକୁ  ଆଧାର କରି ଭାରତ ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ଦଶପଲ୍ଲା ଇଷ୍ଟେଟ ସହକାରୀ ଦେୱାନ ନୀଳମଣୀ ବିଷୋୟୀଙ୍କ ପ୍ରଥମ ସଂସ୍କରଣ ଦଶପଲ୍ଲା ଭୂଗୋଳ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ। ଏହି ପୁସ୍ତକ ‘ଦଶପଲ୍ଲା ଭୂଗୋଳ’ର ୨ୟ ସଂସ୍କରଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ‘ଅକ୍ଷ’ ପ୍ରକାଶିନୀ ଆନୁକୂଲ୍ୟରେ ଲେଖକ ଗାଳ୍ପିକ ହାଡିବନ୍ଦୁ ମହାଖୁଡଙ୍କ ଦ୍ୱାରା  ଶନିବାର ଦିନ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଦଶପଲ୍ଲା ରାଜା ସାହେବ ଦିଗ୍‌ବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କ କର କମଳରେ ରାଜନଅର ଅଭିଷେକ ମହଲରେ ପୁସ୍ତକକୁ ଅନାବରଣ କରିଛନ୍ତି। ଏ ଅବସରରେ ଳେକକ ଶ୍ରୀ ମହାଖୁଡଙ୍କୁ ଉଚ୍ଚ…

Read More