ଜିଲ୍ଲା ସ୍ତରୀୟ ତିନି ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏସ.ଜି. ଫାଉଣ୍ଡେସନ ଅନୁଷ୍ଠାନର ସ୍ମାର୍ଟ ସ୍କିଲ ପ୍ରକଳ୍ପ ଦ୍ଵାରା ନୟାଗଡ଼ ସହରସ୍ଥିତ ହୋଟେଲ ନୀଳମାଧଵ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟତଃ ଓଡଗାଁ ଏବଂ ଦଶପଲ୍ଲା ବ୍ଲକରେ ରିୱାର୍ଡ ପ୍ରକଳ୍ପ ମାଧ୍ୟମରେ ଗଠନ କରାଯାଇଥିବା ଜଳ ବିଭାଜିକା କମିଟି ଗୁଡିକର ସାଙ୍ଗଠନିକ ଅଭିବୃଦ୍ଧି, ପ୍ରାକୃତିକ ସମ୍ପଦର ପରିଚାଳନା, ଜଳ ବାୟୁ ବିପତ୍ତିର ପରିଚାଳନା ଓ ଆର୍ଥିକ ସୁପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା। ଜଳ ବିଭାଜିକା ଅଞ୍ଚଳ ଗୁଡ଼ିକରେ କୃଷକ, ମହିଳା ଓ ଭୂମି ହୀନ ଲୋକମାନଙ୍କର କୃଷି ଓ ଜୀବନ ଜୀବିକାମାନରେ କିପରି ଅଭିବୃଦ୍ଧି ହୋଇପାରିବ ଏବଂ କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନିର୍ଧାରଣ ଏବଂ ସଠିକ ଉପାୟରେ ବଜାରୀକରଣ ହୋଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମରେ ଉପେନ୍ଦ୍ର କୁମାର ପରିଡା (ପ୍ରକଳ୍ପ ନିର୍ଦେଶକ ମୃତିକା ଓ ଜଳ ବିଭାଜିକା, ନୟାଗଡ଼), କାଳୀ ଚରଣ ବେହେରା (ଉପ ନିର୍ଦେଶକ), ସୋମ୍ୟ ରଞ୍ଜନ ଶତପଥୀ, ମଧୁସ୍ମିତା ବେହେରା (ପି.ଆଇ.ଏ ), ସୁଜାତା ରଥ (ଆଇ & ସି.ବି), ପବିତ୍ର ସାହୁ (ଡି.ଏଲ.ଏସ.ଏ ) ଏବଂ ରିୱାର୍ଡ ପ୍ରକଳ୍ପର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ। ଆଶୁତୋଷ ଶତପଥି ଏବଂ ସୁବାଷ ପାଣି ତାଲିମ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଜ୍ୟୋତିସ୍ମିତା ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Related posts