ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଔଷଧ ସହ ନିଶୁଳ୍କ ଫିସିଓଥେରାପି ସେବା ଯୋଗାଇ ଦିଆଯାଇଥିଲା। ଆଗାମୀ ଦିନରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି। ମେଡ଼ିସିନ ବିଭାଗ ଡାକ୍ତର ବିଶ୍ୱଜିତ୍ ମହାନ୍ତି, ଶିଶୁ ବିଭାଗ ଡାକ୍ତର ଶୁଭ ସନ୍ଦୀପ ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିଲ୍ଲିପ ନାୟକ, ସର୍ଜରୀ ବିଭାଗ ଡାକ୍ତର ଅଂଶୁମାନ ରଥଙ୍କ ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଦିବ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଫିଜିଓଥେରାପି ସେବା ପ୍ରଦାନ କରାଯାଇଥିଲା। ଫାର୍ମାସୀ ମନୋଜ କୁମାର ପଣ୍ଡାଙ୍କ…
Read More