ଓଡ଼ଗାଁ ଶ୍ରୀଶ୍ରୀ ରଘୁନାଥଙ୍କ କ୍ଷେତ୍ର ଓଡ଼ିଶାର ଅନନ୍ୟ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ

ଓଡ଼ଗାଁ: ଓଡଗାଁ ଶ୍ରୀରଘୁନାଥ ଜିଉ ଓଡିଶା ରାଜ୍ୟରେ ସ୍ୱର୍ଣ୍ଣକଳସ କ୍ଷେତ୍ର ରୁପେ ପରିଚିତ । ୩ଶହ ବର୍ଷର ରାମ, ଲକ୍ଷ୍ମଣ ଓ ସୀତାଙ୍କ ଦାରୁ ବିଗ୍ରହ କୌଣସି ନବକଳେବର ହୋଇନଥିବା ବେଳେ ଶାନ୍ତ କାନ୍ତ କମନୀୟ ସୈାମ୍ୟ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ମୂର୍ତ୍ତି ସନ୍ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଜୁଗଳ । ମନରେ ଯାଗ୍ରତ ହୁଏ ଭକ୍ତିଭାବ । ଏବଂ ତାପରେ ଭକ୍ତ ସମ୍ପୁର୍ଣ୍ଣ ସମର୍ପିତ କରିଦିଏ ତାର ସମସ୍ତ ସତାକୁ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।
ଦକ୍ଷୀଣ ପାଶ୍ୱର୍ରେ ଗୟଳସିଂ ଏବଂ ଉତ୍ତର ପାଶ୍ୱର୍ରେ ଶୁଳିଆ ପାହାଡର ସବୁଜ ବଳୟ ମଧ୍ୟସ୍ଥ ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରୁଥିବା ଓଡଗ୍ରାମ ଶ୍ରୀ ରଘୁନାଥ ଜିଉଙ୍କୁ କୋଳରେ ଧରି ସବୁ ବେଳେ କର୍ମ ପ୍ରବଣ ରହିଥାଏ । ୧୨ଦିନରେ୧୩ପରବ ବର୍ଷସାରା ମେଳା ମହୋତ୍ସବ ଜାନୀ ଯାତ୍ରା ଲାଗି ରହିଥାଏ । ପୂର୍ବ ପାଶ୍ୱରେ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପିଠ ବାବା ଲଡୁକେଶ ମହାଦେବ ଏବଂ ଉତର ପଶ୍ଚିମ ପାଶ୍ୱର୍ରେ ବାବା ଦୁତୀକେଶ୍ୱର ମହାଦେବଙ୍କ ଅବସ୍ଥିତି ଯୋଗୁଁ ଆମ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥାଏ ।
ଶ୍ରୀ ଜିଉମାନଙ୍କ ମନ୍ଦିର ଇତିହାସର ପୃଷ୍ଠଭୁମିରୁ ପ୍ରମାଣ ସ୍ୱରୁପ ଜଣାଯାଏ ୫ଶହବର୍ଷ ପୂର୍ବେ ଅଚ୍ୟୁତାନନ୍ଦଙ୍କ ମାଳିକାର ୧୦୩ ଜନ୍ମ ସରଣରେ ବର୍ଣ୍ଣିତ “ଓଡଗ୍ରାମ ଧାମେ ଛତିଶ ଆଙ୍ଗୁଳ ଏକଇ ରାମ ମୂରତୀ, ଲାବଣ୍ୟ ପ୍ରତିମା ସୁଦ୍ଧ ସୂବର୍ଣ୍ଣରେ କୃଷି କ୍ଷେତ୍ରରେ ଉତ୍ପତି” । ନୟାଗଡ ରାଜାଙ୍କୁ ସ୍ୱପ୍ନାଦେଶ ଅନସାରେ ଦେଓାନୀ ବୈରାଗୀ ଚରଣ ପଟ୍ଟନାୟକଙ୍କ ଦ୍ୱାରା ପୁଜିତ ହେଉଥିବା ଶ୍ରୀରଘୁୁନାଥ ଜିଉଙ୍କ ଦାରୁବିଗ୍ରହଙ୍କୁ କିମ୍ବଦନ୍ତୀ ଅନୁସାରେ ଓଡଗାଁ ଠାରେ ଥିବା ମୁନୀ ଆଶ୍ରମରେ୧୭୬୩ରେ ସ୍ଥାପନା କରାଯାଇଥିଲା । ପ୍ରଥମେ ଏକ ଚାଳ କୁଡିଆରେ ସେବାନିତୀ ଚାଲିଥିଲା । ତତ୍କାଳିନ ରାଜାଙ୍କ ପ୍ରୋତ୍ସାହନରେ ଗଞ୍ଜାମ ଜିଲ୍ଲାର ଆଠଗଡ, ମଥୁରା, ସ୍ଥାନୀୟ ଓଡଗାଁ ଏବଂ ମଶାବାରୀର ମହାରଣା ଶିଳ୍ପୀମାନଙ୍କ ଦ୍ୱାରା ମନ୍ଦିର ନିର୍ମାଣ ହୋଇଥିଲା ।
ମନ୍ଦିର ନିର୍ମାଣର ବିଶେଷତ୍ୱ :- ପୂର୍ବ ଆକାଶରେ ସୂଯର‌୍ୟଙ୍କର ଉଦୟ କିରଣ ରତ୍ନ ବେଦିରେ ଶ୍ରୀ ଜିଉମାନଙ୍କ ଉପରେ ପଡିଥାଏ । ଏହି ପୂର୍ବ ଦ୍ୱାର ହେଉଛି ମନ୍ଦିରର ମୁଖ ଶାଳା । ବିଶାଳ କାୟ ଦୁଇଟି ସିଂଘ ଦ୍ୱାରରେ ସ୍ଥାନୀତ ହୋଇଥିବା ବେଳେ ଏହି ଦ୍ୱାରର ରକ୍ଷକ ଅଟନ୍ତି ଅନନ୍ତ ବାସୁଦେବ । ଦକ୍ଷୀଣ ପାଶ୍ୱର୍ରେ ରହିଥିବା ବାଘଦ୍ୱାର ଦେଇ ସାଧାରଣତଃ ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟରେ ପ୍ରବେଶ କରିଥାନ୍ତି। ଏହିଦ୍ୱାରର ରକ୍ଷକ ତକ୍ଷକ ଏବଂ କର୍କଟ । ସେହିପରି ଉତର ପାଖ ହାତି ଦ୍ୱାରର ରକ୍ଷକ ହେଉଛନ୍ତି ଶଙ୍ଖ ନାଗ ଏବଂ କୁଳିକ। ପଶ୍ଚିମରେ ଥିବା ଘୋଡା ଦ୍ୱାରର ରକ୍ଷକ ପଦ୍ମ ମହାପଦ୍ମ ।
ମନ୍ଦିରକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମତଃ ନାଟ୍ୟ ବା ଭଦ୍ର ମଣ୍ଡପ, ପରେ ଜଗମୋହନରେ ଜୋଡ ହସ୍ତରେ ରତ୍ନ ବେଦୀରେ ବିରାଜିତ ପ୍ରଭୁଙ୍କୁ ଅନାଇଁ ରହିଛନ୍ତି ଭକ୍ତ ହନୁମାନ । ଏବଂ ଶେଷରେ ଗର୍ଭଗୃହ, ଯେଉଁଠି ରତ୍ନ ବେଦିରେ ୩ ଠାକୁର ବିରାଜମାନ କରିଥାନ୍ତି । ତିନିମନ୍ଦିର ଶିର୍ଷରେ ସ୍ଥାପିତ ସୁବର୍ଣ୍ଣ କଳଶର ଚମତ୍କାରିତା ମଧ୍ୟ ଏଠାରେ ଦେଖିବାକୁ ମୀଳେ । ଖରାବର୍ଷା ଶିତ ସମ୍ପର୍କରେ ଆସି ଶହଶହ ବର୍ଷପରେ ମଧ୍ୟ ତାହା ଅମଳିନ ରହିଛି । ବହୁଦୁରରୁ ଅସୁଥିବା ଭକ୍ତ ସ୍ୱର୍ଣ୍ଣକଳଶରୁ ତାର ପ୍ରଥମ ଦର୍ଶନ ଆରମ୍ଭ ହୋଇଥାଏ। ପୂର୍ବ ଦ୍ୱାରଦେଇ ମନ୍ଦିରକୁ ପ୍ରବେଶ କଲେ ଗୁମୁଟର ଦକ୍ଷୀଣ ପାଶ୍ୱର୍ରେ ହନୁମାନ ଏବଂ ବାମରେ ମାତା ବିରଜାଙ୍କ ପରେ ମନ୍ଦିର ବେଢାରେ ରାମେସ୍ୱର, ଚିତ୍ରକୂଟ ପର୍ବତ, ରାମାୟଣ କଥାବସ୍ତୁର କଳାକୁଞ୍ଜ, ଗମ୍ଭିରା ଗୃହ, ମା ସରସ୍ୱତୀ, ଲକ୍ଷ୍ମୀ, କାଳୀ, ଗାୟତ୍ରୀ, ନବଗ୍ରହ, ବିମଳାଙ୍କ ମନ୍ଦିର, ରୋଷଘର, ଋଷୀମୁନୀ, ସୂଯର‌୍ୟ ଦେବଙ୍କ ପରେ ପଂଚଦେବ ଓ ନିତାଇôଗାରୀଙ୍କୁ ଦେଖିବାକୁ ମିଳୀଥାଏ ।
ପର୍ବପର୍ବାଣୀ :- ପୁରୀ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ଋତୁଚକ୍ରର କ୍ରମ ଅନୁଶାରେ ପୋଷାକ ପରିଧାନର ପରିବର୍ତନ ହେବା ସହ ମନ୍ଦିରର ନିତୀ ଅନୁସାରେ ପର୍ବପର୍ବଉାଣୀ ପାଳିତ ହୋଇଥାଏ । ମୁଖ୍ୟ ପର୍ବ ଭାବରେ ଶ୍ରୀରାମ ଜନ୍ମ ଠାରୁ ଗୁରୁବାରକୁ ଛାଡି ୧୦ଦିନ ଧରି ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାମାୟଣ କଥା ବସ୍ତୁର ୧୦ଟି ଗୁରୁତ୍ୱ ପୂର୍ଣ୍ଣ ମୁହୁର୍ତର ଦୃଶ୍ୟକୁ ସାନ୍ଧ୍ୟ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥାନ୍ତି । ଦୃଶ୍ୟ ମାନଙ୍କ ମଧ୍ୟରୁ ସୀତା ବିବାହ ଓ ରାବଣ ପୋଡି ବହୁ ଗୁରୁତ୍ୱ ବହନ କରିଥାଏ । ଏହାପରେ ଠାକୁରଙ୍କ ର ଭଉଁରୀ ଯାତ୍ରା ପାଳିତ ହୋଇଥାଏ ।
ମହିଁମା :- ରାମତାରକ ମନ୍ତ୍ର ଜପକରି ଉପେନ୍ଦ୍ର ଭଞ୍ଜ ସାଧାନାରେ ସିଦ୍ଧିଲାଭ କରି କବି ସମ୍ରାଟ୍ଟ ହୋଇପାରିଥିଲେ । ଶ୍ରୀଜିଉଙ୍କ ସରଣରେ ଆସି ଅନେକଙ୍କ ମାତୃତ୍ୱ ଲାଭ ଆଶା ପୁରଣ ହୋଇଥିବା ଜଣାଯାଏ ।
ଯୋଗାଯୋଗ :- ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଭଞ୍ଜନଗର ରାଜ୍ୟ ସଡକ ପଥରେ ନୟାଗଡ ଜିଲ୍ଲା ସଦର ମହକୁମା ଠାରୁ ୨୭ କି.ମି. ଅତିକ୍ରମ କଲାପରେ ଓଡଗାଁରେ ପହଁଚିବେ । ଏବଂ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ଆସ୍କା ବୁଗୁଡା ଦେଇ ୧୦୫କି.ମି. ଅତିକ୍ରମ କଲେ ଶ୍ରୀରଘୁନାଥଙ୍କ ପୀଠରେ ପହଁଚି ପାରିବେ ଶ୍ରଦ୍ଧାଳୁ।

Related posts