ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷା ପରିଷଦ,ଓଡିଶା ପକ୍ଷରୁ ଚଳିତ ୨୦୨୫ ଶିକ୍ଷା ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କେ.ଏସ.ବି. ପବ୍ଲିକ ସ୍କୁଲ ଶରଣକୁଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି। ଏହି ସ୍କୁଲର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିବା ସହିତ ତୃତୀୟ ଶ୍ରେଣୀ ଛାତ୍ର ମହାବୀର ମହିମା ମୁଦୁଲି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତୃତୀୟ ଶ୍ରେଣୀରେ ମହାବୀର ମହିମା ମୁଦୁଲିଙ୍କ ସହିତ ସାଇ ସମ୍ବିତ, ଆୟୁଷ ସ୍ୱୟଂଜୀତ ସ୍ୱାଇଁ, ପ୍ରିନସେସ ସାହୁ, ପଞ୍ଚମ ଶ୍ରେଣୀରେ ଯଶସ୍ୱିନୀ ଦାଶ, ଅଜିତ ଦାଶ, ଆଲୋକ କୁମାର ଦୋରା, ସ୍ୱୟମ ଓଁକାର ପ୍ରସାଦ ପ୍ରଧାନ ଓ ସପ୍ତମ ଶ୍ରେଣୀରେ ଆଦ୍ୟାଶ୍ମିତା…
Read MoreDay: November 7, 2025
ମଦର ଆବାସିକ ବିଦ୍ୟାଳୟର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ କଳାପରିଷଦ ଶିଶୁଯତ୍ନ ପ୍ରତିଷ୍ଠାନ ଗୃହ ଭୂମି ଖନନ ଓ ମଦର ଆବାସିକ ବିଦ୍ୟାଳୟ ସଭାଗୃହ ଉଦଘାଟନ ଉତ୍ସବ ପାଳନ ଅବସରରେ ମୁଖ୍ୟ ଉଦଘାଟକ ବଂଶୀଧର ସାହୁ ଉପସ୍ଥିତ ଥିବାବେଳେ, ମୁଖ୍ୟ ଅତିଥିଭାବେ କସ୍ତୁରୀ ମହାପାତ୍ର, ସମାଜସେବୀ, ସମ୍ନାନୀତ ଅତିଥିଭାବେ ସିବିଲ ସୋସାଇଟିର ସଭାପତି ଗୋଦାବରୀ ସାହୁ, ତୈଳ ସମାଜ ସଭାପତି ଶିଶିର ସାହୁ, ଶିଶୁସୁରକ୍ଷା ୟୁନିଟର ପ୍ରୋଟେକ୍ସନ ଅଫିସର ସତ୍ୟରଞ୍ଜନ ଦାଶ, ବିଦ୍ୟାଳୟର ଉପ ସଭାପତି ବିଦ୍ୟାଧର ଆଚାର୍ଯ୍ୟ, ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦ ଉପସ୍ଥିତ ଥିଲେ। ପିଲାଙ୍କର ଉର୍ନତି ଅନୁଷ୍ଠାନର କିଭଳି ଉନ୍ନତି ହେବ, ସରକାରଙ୍କ ଯଦି ସାହାଯ୍ୟ ରହିବ ତା’ହେଲେ ଅନୁଷ୍ଠାନ ଭବିଷ୍ୟତରେ ଆହୁରି ଆଗକୁ ଯିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ଏବଂ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ…
Read Moreଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସରେ ରୋହିବାଙ୍କ ଓ ଓଡଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ମାନେ ବାଣ୍ଟିଲେ ସେବାବ୍ରତ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ…
Read Moreରାଷ୍ଟ୍ରଗୀତ “ବନ୍ଦେ ମାତରଂ”ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିର ଏହି ଐତିହାସିକ ଦିନଟି, ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ…
Read Moreଭାରତରେ ହକି ଖେଳର ୧୦୦ବର୍ଷ ପୂର୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତରେ ହକି ଖେଳର ଶତବାର୍ଷିକ ପୂର୍ତିକୁ ଉଦ୍ଦେଶ୍ୟ କରି ନୟାଗଡ଼ ଜିଲ୍ଲାରେ ଏକ ବିଶେଷ ଉତ୍ସବ ଆୟୋଜନ କରାଯାଇଛି। ଏହି ଶୁଭ ଅବସରରେ ରଣପୁର ହକି ଗ୍ରାସ ରୁଟ ସେଣ୍ଟରରେ ପ୍ରାତ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଆକର୍ଷଣ ସମୂହ ରାଲି ସହ ପୁରୁଷ ଓ ମହିଳା ବିଭାଗର ପ୍ରଦର୍ଶନୀ ହକି ମ୍ୟାଚ, ଯାହା ମାଧ୍ୟମରେ ଜିଲ୍ଲାର ଉଦୀୟମାନ ଓ ଅନୁଭବୀ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ, ନୟାଗଡ଼ ଓ ବି.ସି. ହାଇ ସ୍କୁଲ୍, ରଣପୁରର ପ୍ରଧାନ ଶିକ୍ଷକ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ହକି ଖେଳର ଉନ୍ନତି ସମ୍ପର୍କରେ ନିଜର ମତାମତ ରଖିଥିଲେ। ଶେଷରେ, ଜିଲ୍ଲା…
Read Moreଚେସ ପ୍ରିମିୟର ଲିଗରେ ନୟାଗଡ଼ର କୁନି ପ୍ରତିଭା ଚିତ୍ତରଞ୍ଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): କ୍ରିକେଟ ଖେଳା ଯାଉଥିବା ଆଇପିଏଲ ଢାଞ୍ଚାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ଚେସ ପ୍ରିମିୟର ଲିଗ୍ ଭୁବନେଶ୍ୱର ଠାରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରର ମନ୍ୟତା ପ୍ରାପ୍ତ ଖେଳାଳି ମାନେ ସାମିଲ ହୋଇଥିବା ବେଳେ ୧୨ଟି ପ୍ରଞ୍ଚାଇଜ ଦଳ ନିଲାମୀ ଡାକିଥିଲେ। ଏହି ନିଲାମୀ ପ୍ରକ୍ରିୟାରେ ନୟାଗଡ଼ ଉପକଣ୍ଠ ବରପଲ୍ଲୀ ଗାଁର ସ୍ବର୍ଗତ ପ୍ରତାପ କୁମାର ଦାଶଙ୍କ କନିଷ୍ଠ ପୁତ୍ର ଚିତ୍ତରଞ୍ଜନ ଦାଶଙ୍କୁ ସର୍ବନିମ୍ନ ୫୦୦୦ ଟଙ୍କାରେ ସାଞ୍ଚି ଷ୍ଟାର୍ଟାଜିସ୍ ଗ୍ରୁପ କିଣି ନେଇଛି। ସୂଚନା ଯୋଗ୍ୟ ଯେ ଚିତ୍ତରଞ୍ଜନ ବର୍ତ୍ତମାନ ନୟାଗଡ଼ର ଏକ ଘରୋଇ ବିଦ୍ୟାଳୟରେ ୫ମ ଶ୍ରେଣୀରେ ଅଧ୍ୟୟନ…
Read More