ମଦର ଆବାସିକ ବିଦ୍ୟାଳୟର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ କଳାପରିଷଦ ଶିଶୁଯତ୍ନ ପ୍ରତିଷ୍ଠାନ ଗୃହ ଭୂମି ଖନନ ଓ ମଦର ଆବାସିକ ବିଦ୍ୟାଳୟ ସଭାଗୃହ ଉଦଘାଟନ ଉତ୍ସବ ପାଳନ ଅବସରରେ ମୁଖ୍ୟ ଉଦଘାଟକ ବଂଶୀଧର ସାହୁ ଉପସ୍ଥିତ ଥିବାବେଳେ, ମୁଖ୍ୟ ଅତିଥିଭାବେ କସ୍ତୁରୀ ମହାପାତ୍ର, ସମାଜସେବୀ, ସମ୍ନାନୀତ ଅତିଥିଭାବେ ସିବିଲ ସୋସାଇଟିର ସଭାପତି ଗୋଦାବରୀ ସାହୁ, ତୈଳ ସମାଜ ସଭାପତି ଶିଶିର ସାହୁ, ଶିଶୁସୁରକ୍ଷା ୟୁନିଟର ପ୍ରୋଟେକ୍ସନ ଅଫିସର ସତ୍ୟରଞ୍ଜନ ଦାଶ, ବିଦ୍ୟାଳୟର ଉପ ସଭାପତି ବିଦ୍ୟାଧର ଆଚାର୍ଯ୍ୟ, ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦ ଉପସ୍ଥିତ ଥିଲେ। ପିଲାଙ୍କର ଉର୍ନତି ଅନୁଷ୍ଠାନର କିଭଳି ଉନ୍ନତି ହେବ, ସରକାରଙ୍କ ଯଦି ସାହାଯ୍ୟ ରହିବ ତା’ହେଲେ ଅନୁଷ୍ଠାନ ଭବିଷ୍ୟତରେ ଆହୁରି ଆଗକୁ ଯିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ଏବଂ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ସଭାସାଙ୍ଗ କରାଯାଇଥିଲା।

Related posts