ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟି ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି, ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧିବକ୍ତା ଚନ୍ଦ୍ରବିଜୟୀ ମିଶ୍ର, ପରମ୍ପରା ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ଜିଲ୍ଲାସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ଵାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୨୫ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ହେବାକୁ ଯାଉଥିବାରୁ ଇଚ୍ଛୁକ ବ୍ୟକ୍ତିଙ୍କ ଠାରୁ ଲେଖା ଆମନ୍ତ୍ରଣ କରାଯାଉଛି । ନୟାଗଡ଼ ଜିଲ୍ଲା ସମ୍ବନ୍ଧୀୟ କଳା,ସଂସ୍କୃତି, ପର୍ଯ୍ୟଟନ, ପ୍ରସିଦ୍ଧ ଚରିତ୍ର, ଐତିହ୍ୟ, ଜନଜୀବନ ଉପରେ ଓଡ଼ିଆ ଭାଷାରେ ୧୦୦୦(ଏକ ହଜାର)ଶବ୍ଦ ବିଶିଷ୍ଟ ଗଦ୍ୟ ଭିତ୍ତିକ…

Read More

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରେରଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ନିୟମିତ ଉପସ୍ଥିତି, ଶିକ୍ଷା ପ୍ରତି ରୁଚି ତଥା ଆତ୍ମବିଶ୍ୱାସ ବୃଦ୍ଧି,ଭବିଷ୍ୟତ ପାଇଁ ପ୍ରସ୍ତୁତି, ନକାରାତ୍ମକ ପ୍ରବୃତ୍ତି ହ୍ରାସ ଏବଂ ଭଲ ଆଚରଣ ଗଠନ ପାଇଁ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଭବ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ‘ପ୍ରେରଣା’ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଯୋଗଦାନ କରି ପିଲାମାନେ କିପରି ଭଲ ମଣିଷ ହୋଇ ଭବିଷ୍ୟତରେ ନିଜର ରୁଚି ଓ ଦକ୍ଷତା ଅନୁଯାଇ କ୍ୟାରିୟର ଗଠନ କରି ପାରିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କ୍ୟାନସର୍ ପରାମର୍ଶ କକ୍ଷ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ପର୍ଶ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପରାମର୍ଶ କକ୍ଷ ଖୋଲାଯାଇଥିବା ଜଣାପଡ଼ିଛି। ସପ୍ତାହର ପ୍ରତ୍ୟେକ ଶନିବାର ସ୍ପର୍ଶ ହସ୍ପିଟାଲରୁ କ୍ୟାନସର୍ ସ୍ପେଶାଲିଷ୍ଟ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ ସିଏମଡି ଡା. ପ୍ରିୟବ୍ରତ ଧିର, ଡିଜିଏମ୍ ଅସିତ୍ କୁମାର ପ୍ରହରାଜ, ଜିଏମ୍ ସୈାମେନ୍ଦ୍ର ମିଶ୍ରଙ୍କ ସହ ସ୍ଥାନୀୟ କର୍ମଚାରୀ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ…

Read More

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ୱୀ ଗବେଷକ ଶ୍ରୀଯୁକ୍ତ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ‘ପଠାଣି ସାମନ୍ତ ଶିକ୍ଷ୍ୟାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’, କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ଜନାବ ହଜରତ୍‌ଅଲ୍ଲୀ ଖାଁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ସ୍ୱନାମଧନ୍ୟ ସଙ୍ଗଠକ ରାମେଶ୍ଵର ଶତପଥୀ ‘ ପଠାଣି ସାମନ୍ତ ଜନ ସଂଗଠକ ସମ୍ମାନ’, କଣ୍ଠଶିଳ୍ପୀ,…

Read More

ଡିସେମ୍ବର ୮ରୁ ୧୨ ରାଜସୁନାଖଳା ମହୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ତେଣୁ ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବ୍ୟାପକ ଭାବେ କରିବାକୁ ନିଷ୍ପତି ହୋଇଛି। ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର ୮ରୁ ୧୨ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ ଆୟୋଜନ…

Read More

ବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ  ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଜଣେ ସୁଦକ୍ଷ ନାଟ୍ୟ ସଂଗଠକ, ନାଟ୍ୟକାର, ନାଟ୍ୟ ଅଭିନେତା ତଥା ସମାଜସେବୀ ଭାବେ ସମଗ୍ର ଜିଲ୍ଲାରେ  ବେଶ ଜଣାଶୁଣା ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ମହାପାତ୍ର  ସମଗ୍ର ନୟାଗଡ଼ ଅଞ୍ଚଳରେ ମି.କାଳିଆ ଭାବେ ସମସ୍ତଙ୍କ ନିକଟରେ ଅତି ପରିଚିତ। ତାଙ୍କରି ପ୍ରଚେଷ୍ଟାରେ ନୟାଗଡ଼ ସହରରେ ପ୍ରତ୍ୟେକ ବର୍ଷ…

Read More

ଚମ୍ପାଗଡ ଗ୍ରାମପଞ୍ଚାୟତରେ ଅଙ୍ଗନବାଡି କର୍ମୀ ସସ୍ମିତା ଛୁଆଳସିଂହଙ୍କ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନକୁ ଖୋଲାଖୋଲି ଉଲଙ୍ଘନ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସସ୍ମିତା ଛୁଆଳସିଂହ ପ୍ରଧାନ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନର ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଅଛି ।ସସ୍ମିତା ଛୁଆଳସିଂହ @ ପ୍ରଧାନ ଚମ୍ପାଗଡ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ପ୍ରଥମତଃ ଛୁଆଳସିଂହ ଜଣେ ସରକାରୀ କର୍ମଚାରୀ ଥିବା ସତ୍ତ୍ୱେ ସେ ବେଆଇନ୍ ଭାବେ ନିଜ ନାମରେ ଏକ ଜବକାର୍ଡ ରଖିଛନ୍ତି, ଯାହାର ନଂ – OR-22-008-029-004/19676, ସେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ମାସିକ ବେତନ ପାଉଥିଲେ ମଧ୍ୟ MGNREGAର ବିଭିନ୍ନ କାର୍ଯ୍ୟରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ତାଙ୍କ ସ୍ଵାମୀ ଦେବରାଜ ଛୁଆଳସିଂହ ଜଣେ ପ୍ରବାସୀ ଶ୍ରମିକ…

Read More

ନୟାଗଡ଼ରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ସମ୍ବିଧାନ ଦିବସ ଅବସରରେ ନୟାଗଡ଼ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ସହିତ ଜାତୀୟ ସଂହତିକୁ ବଜାୟ ରଖି ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରୟାସ ଉଦ୍ଦେଶ୍ୟ ରେ ଅଖିଳ ଭରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ଅପରାହ୍ନରେ ଜୟ ଭୀମ ଜୟ ବାପୁ ସ୍ଲୋଗାନ ସହିତ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ସିନ୍ଦୁରିଆ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଓ ପଦଯାତ୍ରାରେ ଶତାଧିକ ଛାତ୍ର ଯୁବକ ଯୋଗଦେଇ ଥିଲେ। ଟ୍ରାଫିକ ଛକ ଠାରେ ସମ୍ବିଧାନ ପ୍ରଣୟନ ମୁଖ୍ୟ ବିନ୍ଧାଣୀ ଡ଼.ଭୀମରାଓ ଆମ୍ବେଦକର ଏବଂ…

Read More

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ୍ ୟୁନିଅନର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ନଭେମ୍ବର ୨୬ ଜାତୀୟ ସମ୍ବିଧାନ ଦିବସରେ ସର୍ବଭାରତୀୟ ଆହ୍ଵାନ କ୍ରମେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ ସହିତ କୃଷକ ବିରୋଧୀ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ତ୍ତ ଡାକବଙ୍ଗଳା ଠାରୁ ଶତାଧିକ ଆଶାକର୍ମୀ, ପାଚିକା ସହାୟିକା, ନିର୍ମାଣ ଶ୍ରମିକ, କୃଷକ ପଟୁଆର କରି କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ସଂଗଠିତ କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ଶ୍ରମ ଆଇନ ପୁନଃ ପ୍ରଚଳନ କରିବା, ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ ଦିନ କାମ ସହିତ ଦୈନିକ ମଜୁରୀ ଟ୭୦୦ କରିବା, ସ୍କିମ କର୍ମଚାରୀଙ୍କୁ ମାସିକ…

Read More

ବିଦ୍ୟାଳୟକୁ ମାଡ଼ି ବସିଛି ଅଙ୍ଗନବାଡି କେନ୍ଦ୍ର, ପାଠପଢା ବିପର୍ଯ୍ୟସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ପାଠପଢା କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାଯ୍ୟ ଗତ ଏକ ବର୍ଷ ତଳୁ ଶେଷ ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରା ଯାଉନାହିଁ। ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଉ ଥିଲେ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ। ସୂଚନା ଯୋଗ୍ୟ ଯେ ୱାର୍ଡ଼ ନଂ-୧୩ ରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ତାହା ନୂଆ ରାଜବାଟୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଚାଲୁ ରହିଛି। ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ…

Read More