ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସସ୍ମିତା ଛୁଆଳସିଂହ ପ୍ରଧାନ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନର ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଅଛି ।ସସ୍ମିତା ଛୁଆଳସିଂହ @ ପ୍ରଧାନ ଚମ୍ପାଗଡ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ପ୍ରଥମତଃ ଛୁଆଳସିଂହ ଜଣେ ସରକାରୀ କର୍ମଚାରୀ ଥିବା ସତ୍ତ୍ୱେ ସେ ବେଆଇନ୍ ଭାବେ ନିଜ ନାମରେ ଏକ ଜବକାର୍ଡ ରଖିଛନ୍ତି, ଯାହାର ନଂ – OR-22-008-029-004/19676, ସେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ମାସିକ ବେତନ ପାଉଥିଲେ ମଧ୍ୟ MGNREGAର ବିଭିନ୍ନ କାର୍ଯ୍ୟରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ତାଙ୍କ ସ୍ଵାମୀ ଦେବରାଜ ଛୁଆଳସିଂହ ଜଣେ ପ୍ରବାସୀ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏହି ଦୁଇଜଣଙ୍କ ସହିତ ତତ୍କାଳୀନ ୧) GRS ନୀଳମଣି ସାହୁ,୨) PEO ପ୍ରଭାକର ନାୟକ, ୩) ସରପଞ୍ଚ ବିଷ୍ଣୁପ୍ରିୟା ବଳିୟାରସିଂହ ଏବଂ ବର୍ତ୍ତମାନ ର ୪) ସରପଞ୍ଚ ପୀୟୂଷ ରଞ୍ଜନ ପରିଡ଼ା ମାନେ ମିଶି ଏ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।ଏମାନେ NREG Act, MGNREGS Guidelines , OGP Act 1964, ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନରକୁ ଉଲଙ୍ଘନ କରିବା ସହ ନିଜ କାର୍ଯ୍ୟରେ ଅବହେଳା କରି ଉପରିସ୍ଥ ଅଧିକାରୀଙ୍କୁ ଭ୍ରମିତ କରିଛନ୍ତି। ସେ ଆର୍ଥିକ ବର୍ଷ 2021-22ରେ ଚମ୍ପାଗଡ ସ୍ମଶାନ ଉନ୍ନତିକରଣ ଏବଂ ଗାର୍ଡୱାଲ ଓ କଲଭର୍ଟ ନିର୍ମାଣ, ଆର୍ଥିକ ବର୍ଷ 2022-23ରେ ଚମ୍ପାଗଡ ଶ୍ମଶାନ ଉନ୍ନତିକରଣ ଏବଂ ଗାର୍ଡୱାଲ ଓ କଲଭର୍ଟ ନିର୍ମାଣ, ଗ୍ରାମ ପୋଖରୀର ଉନ୍ନତିକରଣ ଏବଂ ଗାର୍ଡୱାଲ ଓ କଲଭର୍ଟ ନିର୍ମାଣ,ଆର୍ଥିକ ବର୍ଷ 2023-24 ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚମ୍ପାଗଡ ର Boys Toilet ନିର୍ମାଣ,ଆର୍ଥିକ ବର୍ଷ 2024-25 ରେ ଗଙ୍ଗାଧର ନାୟକ ଙ୍କ SOAK PIT ନିର୍ମାଣ ଆଦି ଅନେକ କାର୍ଯ୍ୟ କରିଛନ୍ତି ।

ଚମ୍ପାଗଡ ଗ୍ରାମର ସମାଜସେବୀ ଗଣେଶ୍ୱର ମାନ୍ଧାତା ଏହାର ଅଭିଯୋଗ ଏହି କାମ କରିଥିବାର ପ୍ରମାଣ ସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ପଞ୍ଚାୟତିରାଜ ବିଭାଗ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଆରକ୍ଷୀ ଅଧିକ୍ଷକ କ୍ରାଇମବ୍ରାଞ୍ଚ,ଜିଲ୍ଲାପାଳ ନୟାଗଡ଼, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ବିଡ଼ିଓ ରଣପୁର,ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରଣପୁର ଙ୍କୁ ପ୍ରଦାନ କରିଛନ୍ତି ।ଏହି ସରକାରୀ ଟଙ୍କା ଆତ୍ମସାତ ଓ ବେଆଇନ୍ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଙ୍ଗନବାଡି କର୍ମୀ ସସ୍ମିତା ଛୁଆଳସିଂହ @ ପ୍ରଧାନ,ସମସ୍ତ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ମାନଙ୍କ ବିରୋଧରେ FIR କରିବା ଏବଂ ତାଙ୍କ ଠାରୁ ଉକ୍ତ ଟଙ୍କା ଆଦାୟ କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଛନ୍ତି ।
