ନୟାଗଡ଼ରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ସମ୍ବିଧାନ ଦିବସ ଅବସରରେ ନୟାଗଡ଼ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ସହିତ ଜାତୀୟ ସଂହତିକୁ ବଜାୟ ରଖି ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରୟାସ ଉଦ୍ଦେଶ୍ୟ ରେ ଅଖିଳ ଭରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ଅପରାହ୍ନରେ ଜୟ ଭୀମ ଜୟ ବାପୁ ସ୍ଲୋଗାନ ସହିତ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ସିନ୍ଦୁରିଆ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଓ ପଦଯାତ୍ରାରେ ଶତାଧିକ ଛାତ୍ର ଯୁବକ ଯୋଗଦେଇ ଥିଲେ।

ଟ୍ରାଫିକ ଛକ ଠାରେ ସମ୍ବିଧାନ ପ୍ରଣୟନ ମୁଖ୍ୟ ବିନ୍ଧାଣୀ ଡ଼.ଭୀମରାଓ ଆମ୍ବେଦକର ଏବଂ ସମ୍ବିଧାନ ରଚୟିତା ପଣ୍ଡିତ ଜବାହାରଲାଲ ନେହେରୁ, ସର୍ବପଲ୍ଲୀ ରାଧା କ୍ରିଷ୍ଣନ, ସର୍ଦାର ବଲ୍ଲଭଭାଇ ପଟେଲ, ଡ଼.ରାଜେନ୍ଦ୍ର ପ୍ରସାଦ ନମ୍ରତା ଏବଂ କଠୋରତା ମଧ୍ୟରେ ସମନ୍ୱୟ ରକ୍ଷାକରି ନ୍ୟାୟ ସ୍ୱାଧୀନତା ସମତା ଏବଂ ଭାଇଚାରା ମୂଲ୍ୟବୋଧ ଉପରେ ନିର୍ମିତ ଦେଶବାସୀଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟର ଆଇନକାନୁନ ନିୟମାବଳୀ ଉପରେ ଆଧାରିତ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ଧର୍ମନିରପେକ୍ଷତା ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇ ଥିଲା। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଗୋଲାବ ଖାଁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପୀତବାସ ଖୁଣ୍ଟିଆ, କୁଳେଶ ଚନ୍ଦ୍ର ମହାନ୍ତି, ମଦନ ମୋହନ ବିଶୋଇ, ଅଶୋକ ନାୟକ, ଜିତେନ୍ଦ୍ର ନାଏକ, ସରାଫତ ଖାଁ, ଜୀବନଜ୍ୟୋତି ପ୍ରକାଶ ରାଉତ, ଅମ୍ଲାନ ଅଂଶୁମାନ ସାହୁ, ମହିଳା ନେତ୍ରୀ ସୁଜାତା ନାଏକ ଏବଂ ନନ୍ଦିନୀ ନାଏକ ପ୍ରମୁଖଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଛାତ୍ର ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related posts