ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟି ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅଧ୍ୟାପକ ଡ. ବାନାମ୍ବର ପୃଷ୍ଟି, ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧିବକ୍ତା ଚନ୍ଦ୍ରବିଜୟୀ ମିଶ୍ର, ପରମ୍ପରା ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ଜିଲ୍ଲାସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ଵାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୨୫ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ହେବାକୁ ଯାଉଥିବାରୁ ଇଚ୍ଛୁକ ବ୍ୟକ୍ତିଙ୍କ ଠାରୁ ଲେଖା ଆମନ୍ତ୍ରଣ କରାଯାଉଛି ।

ନୟାଗଡ଼ ଜିଲ୍ଲା ସମ୍ବନ୍ଧୀୟ କଳା,ସଂସ୍କୃତି, ପର୍ଯ୍ୟଟନ, ପ୍ରସିଦ୍ଧ ଚରିତ୍ର, ଐତିହ୍ୟ, ଜନଜୀବନ ଉପରେ ଓଡ଼ିଆ ଭାଷାରେ ୧୦୦୦(ଏକ ହଜାର)ଶବ୍ଦ ବିଶିଷ୍ଟ ଗଦ୍ୟ ଭିତ୍ତିକ ଉଚ୍ଚକୋଟିର ହୋଇଥ‌ିବା ଦରକାର ଏବଂ ଇଚ୍ଛୁକ ଲେଖକ, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍‌ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖକମାନେ ଲେଖାଗୁଡ଼ିକୁ ତା.୧୦.୧୨.୨୦୨୫ ରିଖ ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ନିକଟକୁ ଇ-ମେଲ (dipro.ngr@gmail.com) ମାଧ୍ୟମରେ soft copy ପଠାଇବା ସହ ଏକ ହାର୍ଡକପି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ପୈଠ କରିବାକୁ ଅନୁରୋଧ । ଏଥିପାଇଁ ସମୟସୀମା ତା.୧୦.୧୨.୨୦୨୫ରିଖ ରଖାଯାଇଛି । ଏହାପରେ କୌଣସି ଲେଖା ନ ରଖାଯିବାକୁ କମିଟିରେ ସ୍ଥିର କରାଯାଇଛି । ଲେଖାଗୁଡ଼ିକ word file. mobile type ଫର୍ମାଟ୍‌ରେ ଉଭୟ ସଫ୍ଟକପି ଓ ହାର୍ଡକପି ନକଲ ସହ ନିଜର ଏକ ପାସପୋର୍ଟ ଫଟୋ ଓ ମୋବାଇଲ ନମ୍ବର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

Related posts