ଦୀପକ ଖଣ୍ଡାୟତରାୟ ଓ ପ୍ରମୋଦ ନନ୍ଦ ପାଇବେ ମୁଖ୍ୟମନ୍ତ୍ରୀ ପଦକ

ନୟାଗଡ଼,(୦୧/୦୯):- ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫ ଟି ମୋ ସରକାର ଅଧୀନରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ, STF, EOW, ଭିଜିଲାନ୍ସ ଓ ଜିଲ୍ଲା ପୋଲିସରୁ ୬୪ଜଣ ମନୋନୀତ ହୋଇଛନ୍ତି । ଗୃହ ବିଭାଗ ACSଙ୍କ ଅଧୀନରେ ଗଠିତ ହୋଇଥିଲା ରାଜ୍ୟସ୍ତରୀୟ ପୁରସ୍କାର କମିଟି। ଏନେଇ ନୟାଗଡ଼ ଜିଲ୍ଲାରୁ ଉତ୍ତମ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପାଇବେ ଦୁଇ ପୋଲିସ୍ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ନନ୍ଦ ଓ ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ।

Read More

ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ, ପୁଲିସ ଡିଜିଙ୍କୁ ଭେଟିଲେ ପରିବାର ଲୋକେ

ରଣପୁର,(ନୟାଗଡ ଦର୍ପଣ):- ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏପରି ଏକ ଘଟଣା ଘଟିଛି ରଣପୁର ଅଞ୍ଚଳରେ। ୨୦୨୦ରେ ନୟାଗଡ଼ ବ୍ଲକ ନାଗପୁର ଅଞ୍ଚଳର ପତିତପାବନ ସାହୁଙ୍କ ଭଉଣୀ ସସ୍ମିତା କୁମାରୀ ସାହୁ ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ଅଞ୍ଚଳର ଦୀପକ କୁମାର ସାହୁଙ୍କୁ ଯଥା ରୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ପରେ ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାର ନିର୍ୟାତନା । ସେ ବାବଦରେ ସସ୍ମିତା ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଆଉ ଟଙ୍କା ଆଣିବାକୁ ମଧ୍ୟ ଗୁହାରି କରିଥିଲେ। ତେବେ ପରିବାର ଲୋକେ ୩ ଲକ୍ଷ ଟଙ୍କା ଧରି ଯାଇଥିବା ବେଳେ ଗତ ଏପ୍ରିଲ ୨୧ ତାରିଖରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଥିଲେ। ଏ ନେଇ ପରିବାର ଲୋକେ…

Read More

ନୂଆଗାଁ ତହସିଲଦାରଙ୍କୁ ଭେଟିଲେ ଶତାଧିକ ନୂଆରାଇପୁର ଗ୍ରାମବାସୀ

ନୂଆଗାଁ,(୩୧/୦୮):- ନୂଆଗାଁ ବଳ୍କ ଅନ୍ତର୍ଗତ ନୂଆରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ରାଇପୁର ଗ୍ରାମର ଦେବତ୍ତୋର ପଡିଆ ଜମିକୁ ଜୋର ଜବରଦସ୍ତ ଡାଳିଆମଡ଼ା ଗ୍ରାମବାସୀ ଦଖଲ କରି ଅଛନ୍ତି । ଉକ୍ତ ସ୍ଥାନରେ ନିର୍ମାଣ ହେଉଥିବା ସ୍ମଶାନକୁ ରୋକ ଲଗାଇବା ସହିତ ୧୪୪ ଜାରି କରାଯାଇଥିଲା । ୧୪୪ ଧାରାକୁ ଅମାନ୍ୟ କରି ଡାଳିଆମଡ଼ା ଗ୍ରାମବାସୀ ପୁଣି ଦଖଲ କରିବା ସହ ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ଅଭିଯୋଗ ହୋଇଛି । ଏପରିକି ତହସିଲଦାରଙ୍କ ଦ୍ୱାରା ପୋତାଯାଇଥିବା ପତାକାକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି । ଆଜି ଗ୍ରାମବାସୀ ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Read More

ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ହେଲେ ସଞ୍ଜୟ

ନୂଆଗାଁ,(୩୧/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ବ୍ଲକ୍ ସହକାରୀ କୃଷି ଅଧିକାରୀ ପୂଜା କଅଁର, ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ, ବି ଭି ଓ ନରେନ୍ଦ୍ର କୁମାର ବେହେରା, ବ୍ଲକ୍ ବୈଷୟିକ ପରିଚାଳକ ଗଣେଶ ରଞ୍ଜନ ମାର୍ଥାଙ୍କ ଉପସ୍ଥିତିରେ ନୂଆଗାଁ ବ୍ଲକର ୨୦ଜଣ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଆତ୍ମା ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଭାବେ ୧୬ ନଂ ଜିଲ୍ଲାପରିଷଦ ଜୋନରୁ କଳ୍ପନା ସାହୁ ଏବଂ ୧୭ ନଂ ଜିଲ୍ଲାପରିଷଦ ଜୋନରୁ ରାଜ୍ କିଶୋର ପ୍ରଧାନଙ୍କୁ…

Read More

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଓଡ଼ଗାଁ,(୩୧/୦୮):- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ୱାର୍ଡରେ ସଫେଇ କାର୍ୟ୍ୟକ୍ରମ କରାଯାଇଥିଲା। ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ବ୍ଲକ ଛକ ନିକଟବର୍ତ୍ତୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ଛାମୁସାହିରେ ଅବସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଏନ୍ଏସି କାର୍ୟ୍ୟାଳୟ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସକ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ସ୍ୱତନ୍ତ୍ରଭାବେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ବିଜେୟିତା ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ୟ୍ୟନିର୍ବାହୀ ଅଧିକାରୀ…

Read More

ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୪ଜଣଙ୍କୁ କୋର୍ଟ ଚାଲାଣ, ଏବେ ବି ଦୁଇ ଫେରାର

ଭାପୁର,(୩୧/୦୮):- ଭାପୁର ବ୍ଳକ ଫତେଗଡ଼ ଥାନା ବାଇଗୁଣିଆ ପଞ୍ଚାୟତ ବୋରଗାଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଫତେଗଡ଼ ପୁଲିସ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏକ ପାରିବାରିକ କଳହକୁ ନେଇ ଗତ ୧୭ତାରିଖରେ ବୋରଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୮ଜଣ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ସୁଧିର ଦଳେଇଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଶିବାନନ୍ଦ ଦଳେଇ, ଅଚ୍ୟୁତ ଦଳେଇ, ଉତ୍ସବ ଦଳେଇ ଓ ପାର୍ବତୀ ଦଳେଇଙ୍କୁ ଗିରଫ କରି ଭାପୁର କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆନନ୍ଦ ଦଳେଇ ଓ ବିନୋଦ ଦଳେଇ ଏବେ ବି…

Read More

ନୟାଗଡରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼,(୩୧/୦୮):- ନୟାଗଡ଼ ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସହରରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୮ଘଟିକା ସମୟରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ପଠାଣିସାମନ୍ତ ଅଡିଟୋରିୟମରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥା ଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ସୁବାଷ ଚନ୍ଦ୍ର ରାୟ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ଡା. ପୋମା ଟୁଡୁଙ୍କ ସଭାପତିତ୍ବରେ ଆୟୋଜିତ…

Read More

ଫାଟିଗଲା ଗ୍ୟାସ ଟାଙ୍କି, ଜଣେ ମହିଳାଙ୍କ ମୃତ୍ୟୁ ସ୍ୱାମୀ ଗୁରୁତର

ରୋଷେଇ କଲାବେଳେ ଫାଟିଗଲା ଗ୍ୟାସ ଟାଙ୍କି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ମହିଳାଙ୍କ ଚାଲିଗଲା ଜୀବନ । ଉଦ୍ଧାର କରିବାକୁ ଉଦ୍ୟମ ବେଳେ ଗୁରୁତର ହେଲେ ମୃତା ମହିଳାଙ୍କ ସ୍ବାମୀ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗାଁର ୨୨ ବର୍ଷୀୟା ହରପ୍ରିୟା ଜେନା ନିଜ ରୋଷେଇ ଘରେ ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ଅଚାନକ ଫାଟି ଯାଇଥିଲା ଗ୍ୟାସ ଟାଙ୍କି। ଫଳରେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ତାଙ୍କର ସ୍ବାମୀ ସିଲୁ ଜେନା ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ…

Read More

ପ୍ରଗତି ପଥରେ ନୟାଗଡ ପୌର ପରିଷଦ

ନୟାଗଡ଼,(୩୧/୦୮):- ୧୯୫୩ ମସିହାରେ ଗଠିତ ହୋଇଥିବା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦୧୯ ମସିହା ଫେବୃୟାରୀ ୧୧ ତାରିଖରେ ପୌର ପରିଷଦର ମାନ୍ୟତା ପାଇଛି । ଦୁଇ ବର୍ଷ ମଧ୍ୟରେ ସହରର ଅଭୂତପୂର୍ବ ବିକାଶ ହୋଇଛି । ନୟାଗଡ଼ରେ ୨୫ କୋଟି ଟଙ୍କା ବ୍ୟୟରେ ୨୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ପୌରାଞ୍ଚଳରେ ୭୮୪ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୪୯୯ ଜଣଙ୍କ ଭୂମୀ ଅଧିକାର ପ୍ରମାଣ, ୨୮୫ ଜଣଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସ୍ଥାନରେ କଚ୍ଚା ଘରେ ରହିଥିବା ୪୭୭ ପରିବାକୁ ଆବାସ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୨୯ ଜଣଙ୍କ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି । ୧୩ଟି ୱାର୍ଡ଼ରେ ୧୩ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅନୁମୋଦନ ମିଳିଛି…

Read More

ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

ଭାପୁର,(୩୦/୦୮):- ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ଆଶା ମହାସଂଘର ସମସ୍ତ ଆଶାକର୍ମୀଙ୍କୁ କରୋନା ମହାମାରୀର ତୃତୀୟ ଲହର ବିଷୟରେ ସଚେତନ କରିବା ସହ ଭାପୁର ବ୍ଲକରେ ବ୍ୟାପୁଥିବା ଡେଗୁଂ ରୋଗ ବିଷୟରେ ସଚେତନ କରାଯାଇଥିଲା। ବିଗତ ଦିନରେ ଆଶା ମହାସଘଂ ଶ୍ରୀରାମ ଫାଉଣ୍ଡେସନର କାର୍ଯଶୈଳିରେ ଖୁସି ହୋଇ ସମସ୍ତେ ଫାଉନ୍ଡେସନର ସଦସ୍ଯ ହୋଇଥିଲେ। ସରକାର ଦେଇଥିବା କାର୍ଯ୍ୟ କରିବା ସହ ଶ୍ରୀରାମ ଫାଉଣ୍ଡେସନ ସଦସ୍ୟ ହିସାବରେ ଅନ୍ୟ ସଦସ୍ୟ ମାନକଂ ସହ ମିଶି କୋଭିଡ ସମୟରେ ଅସହାୟକୁଂ ସାହାୟ୍ଯ ଓ ଅଞ୍ଚଳର ଉନ୍ନତିରେ ସଦାସର୍ବଦା ଲାଗି ପଡିଛନ୍ତି। ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ବୋଡ କମିଟିର ସହ ସମ୍ପାଦକ ଦେବୀପ୍ରସାଦ ମିଶ୍ର ସମସ୍ତ ମା’ ମାନଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର…

Read More