ନୂଆଗାଁ ତହସିଲଦାରଙ୍କୁ ଭେଟିଲେ ଶତାଧିକ ନୂଆରାଇପୁର ଗ୍ରାମବାସୀ

ନୂଆଗାଁ,(୩୧/୦୮):- ନୂଆଗାଁ ବଳ୍କ ଅନ୍ତର୍ଗତ ନୂଆରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ରାଇପୁର ଗ୍ରାମର ଦେବତ୍ତୋର ପଡିଆ ଜମିକୁ ଜୋର ଜବରଦସ୍ତ ଡାଳିଆମଡ଼ା ଗ୍ରାମବାସୀ ଦଖଲ କରି ଅଛନ୍ତି । ଉକ୍ତ ସ୍ଥାନରେ ନିର୍ମାଣ ହେଉଥିବା ସ୍ମଶାନକୁ ରୋକ ଲଗାଇବା ସହିତ ୧୪୪ ଜାରି କରାଯାଇଥିଲା । ୧୪୪ ଧାରାକୁ ଅମାନ୍ୟ କରି ଡାଳିଆମଡ଼ା ଗ୍ରାମବାସୀ ପୁଣି ଦଖଲ କରିବା ସହ ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ଅଭିଯୋଗ ହୋଇଛି । ଏପରିକି ତହସିଲଦାରଙ୍କ ଦ୍ୱାରା ପୋତାଯାଇଥିବା ପତାକାକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି । ଆଜି ଗ୍ରାମବାସୀ ନୂଆଗାଁ ତହସିଲଦାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Related posts