ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ହେଲେ ସଞ୍ଜୟ

ନୂଆଗାଁ,(୩୧/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ବ୍ଲକ୍ ସହକାରୀ କୃଷି ଅଧିକାରୀ ପୂଜା କଅଁର, ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ, ବି ଭି ଓ ନରେନ୍ଦ୍ର କୁମାର ବେହେରା, ବ୍ଲକ୍ ବୈଷୟିକ ପରିଚାଳକ ଗଣେଶ ରଞ୍ଜନ ମାର୍ଥାଙ୍କ ଉପସ୍ଥିତିରେ ନୂଆଗାଁ ବ୍ଲକର ୨୦ଜଣ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଆତ୍ମା ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଭାବେ ୧୬ ନଂ ଜିଲ୍ଲାପରିଷଦ ଜୋନରୁ କଳ୍ପନା ସାହୁ ଏବଂ ୧୭ ନଂ ଜିଲ୍ଲାପରିଷଦ ଜୋନରୁ ରାଜ୍ କିଶୋର ପ୍ରଧାନଙ୍କୁ ଜିଲ୍ଲା କମିଟିକୁ ମନୋନୀତ କରାଯାଇଥିବା ଜଣାଯାଇଛି।

Related posts