ଭାପୁର,(୩୧/୦୮):- ଭାପୁର ବ୍ଳକ ଫତେଗଡ଼ ଥାନା ବାଇଗୁଣିଆ ପଞ୍ଚାୟତ ବୋରଗାଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଫତେଗଡ଼ ପୁଲିସ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏକ ପାରିବାରିକ କଳହକୁ ନେଇ ଗତ ୧୭ତାରିଖରେ ବୋରଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୮ଜଣ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ସୁଧିର ଦଳେଇଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଶିବାନନ୍ଦ ଦଳେଇ, ଅଚ୍ୟୁତ ଦଳେଇ, ଉତ୍ସବ ଦଳେଇ ଓ ପାର୍ବତୀ ଦଳେଇଙ୍କୁ ଗିରଫ କରି ଭାପୁର କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆନନ୍ଦ ଦଳେଇ ଓ ବିନୋଦ ଦଳେଇ ଏବେ ବି ଫେରାର ଥିବା ସୂଚନା ମିଳିଛି ।
ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୪ଜଣଙ୍କୁ କୋର୍ଟ ଚାଲାଣ, ଏବେ ବି ଦୁଇ ଫେରାର
