ନୟାଗଡ଼,(୦୯/୦୮):- ନୟାଗଡ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶାସକ ଦଳର ରାଜନେତାମାନଙ୍କ ବେନାମୀ ବେଆଇନ ଷ୍ଟୋନ କ୍ରସରକୁ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ଜିଲ୍ଲାର ପାହାଡ଼, ମୁଣ୍ଡିଆ, ମାଙ୍କେଡା ପଥର, ଜଙ୍ଗଲ ମାଟି, ମୋରମ ଭଳି ପ୍ରାକୃତିକ ସମ୍ପଦ ଲୁଟିବାରେ ରୋକ ଦେବାରେ ବିଫଳ, ଗତ ୨ ବର୍ଷରେ ୨୦୦ କୋଟି ଟଙ୍କାର ମନରେଗା ପାଣ୍ଠି ବ୍ୟୟରେ ଅନିୟମିତତା ସହ ଦୁର୍ନୀତି, ଜିଲ୍ଲାରେ ବର୍ଷବର୍ଷ ଧରି ଜିଲ୍ଲାପାଳଙ୍କ ଜାଣତରେ ନିମ୍ନମାନର ଅଖାଦ୍ୟ ଚାଉଳ ବଣ୍ଟନ ଉପରେ ମିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵଛ ଓ ନିରପେକ୍ଷତା ପାଇଁ ଶିକ୍ଷକ ସରକାରୀ କର୍ମଚାରୀମାନଙ୍କ ପାଇଁ ତିନିବର୍ଷିଆ ବଦଳି ନୀତି କାର୍ଯ୍ୟକାରୀ କରାଇବାରେ ଜିଲ୍ଲାପାଳଙ୍କ ଆନ୍ତରିକତା ଅଭାବ ଏବଂ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାରେ ବିଫଳ, କୋଭିଡ ମୃତକ…
Read MoreCategory: ନୟାଗଡ଼
ବିଭିନ୍ନ ବାମଦଳ ତରଫରୁ କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ
ନୟାଗଡ଼,(୦୯/୦୮):- ସିଆଇଟିୟୁ, ଆଇଏନଟିୟୁସି, ଏସୟୁସିଆଇ, କ୍ଷେତ ମଜଦୁର ୟୁନିଅନ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଜି କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରି ୩୫ ଜଣ କର୍ମୀ ଗିରଫ ହୋଇଛନ୍ତି । କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ କଳା ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ, ଆକାଶ ଛୁଆଁ ବଜାର ଦରବୃଦ୍ଧି, ନୟାଗଡ଼ ଚିନିକଳକୁ ଚାଲୁ କରିବା, ବୃତଙ୍ଗ ଯୋଜନା ଓ ପଦ୍ମାବତୀ ବ୍ୟାରେଜ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଏହି ସତ୍ୟାଗ୍ରହ ସଂଗଠିତ ହୋଇଥିଲା। କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଙ୍ଗାଧର ପଣ୍ଡା, ବିମଳ କୁମାର ଦାଶ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ବୁଦ୍ଧି ନାୟକ, କପିଳ ସାହୁ, ଗୋବିନ୍ଦ ନାୟକ, ଭଗବତ ପ୍ରଧାନ, ବିଭୁତି…
Read Moreଜିଲ୍ଲାରେ ନିର୍ମାଣ ହେବ ୫ଟି ଇନଡୋର ଷ୍ଟାଡିୟମ
ନୟାଗଡ଼,(୦୯/୦୮): ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବିକାଶ ନିମନ୍ତେ ସାରା ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାରି ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୫ଟି ଇନଡୋର ଷ୍ଟାଡିୟମ ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଏହା ମଧ୍ୟରେ ନୟାଗଡ଼ ପୈାରାଞ୍ଚଳ ସହିତ ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୪ ଟି ଇନ୍ଡୋର ଷ୍ଟାଡିୟମ ନିର୍ମାଣ ଅନୁମୋଦନ ମିଳିଛି । ଏହି ବହୁମୂଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ଘୋଷଣା କରିବା ଯିବା ପରେ ନୟାଗଡ଼ ଜିଲ୍ଲାରେ ଖୁସୀର ଲହରୀ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା…
Read Moreକଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ପକ୍ଷରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ
ନୟାଗଡ଼/ସାହିତ୍ୟ,(୦୮/୦୮):- ଭାରତୀୟ ସଂସ୍କୃତି ହେଉ କି ଓଡ଼ିଶାର ଜନଜୀବନ ପ୍ରତ୍ୟେକରେ ‘ପକ୍ଷୀ’ର ସ୍ଥାନ ସ୍ଵତନ୍ତ୍ର। ବେଦ, ପୁରାଣ, ଉପନିଷଦ ଠାରୁ ଆରମ୍ଭକରି ବର୍ତ୍ତମାନ ସାହିତ୍ୟ ପର୍ଯ୍ୟନ୍ତ ପକ୍ଷୀକୁ ନେଇ ଅଜସ୍ର ରଚନା ଦେଖିବାକୁ ମିଳେ। କୋଇଲି ଗୀତ ଓଡ଼ିଆ ସାହିତ୍ୟର ଅନ୍ୟତମ ସମୃଦ୍ଧ ବିଭବ।ପୁରାଣ ଓ ଇତିହାସରେ ପାରାକୁ ବାର୍ତ୍ତା ବାହାକ ଭାବେ ବ୍ୟବହାର କରାଯାଉଥିଲା । ନୟାଗଡ଼ ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ତରଫରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ବରେ ତଥା ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଯୋଗଦେଇ ପକ୍ଷୀ ବିଷୟରେ ବିଶଦ୍ ଆଲୋଚନା କରିଥିଲେ। ନୟାଗଡ଼ରେ ଓ ନୟାଗଡ଼ ବାହାରେ ରହୁଥିବା…
Read Moreସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଵୃକ୍ଷରୋପଣ
ଓଡ଼ଗାଁ,(୦୮/୦୮):- ଓଡ଼ଗାଁ ବଳଭଦ୍ରପୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ସବୁଜ ବିପ୍ଳବ ଅଭିଯାନ-୨୦୨୧ କାର୍ଯ୍ୟକ୍ରମ ଜରିଆରେ ପରିବେଶ ସୁରକ୍ଷା ନିମନ୍ତେ ଓଡଗାଁ ବ୍ଲକ ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ ଶତାଧିକ ବୃକ୍ଷ ଚାରା ବଣ୍ଟନ କରାଯିବା ସହିତ ଗାଁ ପୋଖରୀ ହୁଡାରେ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନୁଷ୍ଠାନର ସକ୍ରିୟ ସଭ୍ୟ ସତ୍ୟବାଦୀ ସ୍ବାଇଁ, ପ୍ରକାଶ କୁମାର ସାହୁ, ଭାସ୍କର ପ୍ରଧାନ, ଦୟାନିଧି ପ୍ରଧାନ, ଅଗାଧୁ ଦାଶ,ନାରାୟଣ ଭାଇ, ଭାବଗ୍ରାହୀ ମହାପାତ୍ର, କୈଳାଶ ବେହେରା, ଫୁକୁ ଭାଇ, ସ୍ନିଗ୍ଧାରାଣୀ ପଟ୍ଟନାୟକ, ସ୍ନେହଲତା ଭୂୟାଁ, ମାଳତି ନାୟକ, ମହାଲକ୍ଷ୍ମୀ ପଣ୍ଡା, ଟୁଲୁ ଭାଇ ପ୍ରମୁଖ ସହଯୋଗ କରିଥିଲେ ।
Read Moreନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମକର୍ତ୍ତା ସମ୍ମିଳନୀରେ ଦଳିୟ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ
ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୋସିଆଲ ମିଡିଆରେ ପ୍ରଚରା କର ନୟାଗଡ଼,(୦୮/୦୮):- ନୟାଗଡ଼ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଦଳିୟ କାର୍ଯ୍ୟାଳୟଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ଏହି କର୍ମକର୍ତ୍ତା ସମ୍ମିଳନୀରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା ସଂଗଠନକୁ ମଜବୁତ କରିବାର ମନ୍ତ୍ର ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ…
Read Moreଜୀବନ ବିନ୍ଦୁ ଆନୁକୁଲ୍ୟରେ ୧୦୭ ୟୁନିଟ ରକ୍ତ ସଂଗ୍ରହ
ନୟାଗଡ଼,(୦୮/୦୮):- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଉଚ୍ଚ ବିଦ୍ୟାଳୟଠାରେ ୧୪ ଜୋନର କର୍ମକର୍ତ୍ତାଙ୍କୁ ନେଇ ଜୀବନ ବିନ୍ଦୁ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ମୋଟ ୧୦୭ ୟୁନିଟ ରକ୍ତ ସଂଗୃହିତ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ଅଜୟ ପରିଡ଼ା, ମୁନା ପଣ୍ଡା, ସୁବାସ ଜେନ. ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟାନ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ…
Read Moreନୋତର ଏବଂ ଜହ୍ନିପଦା ପଞ୍ଚାୟତରେ ମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା
ନୟାଗଡ଼,(୦୮/୦୮):- ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକ ନୋତର ଏବଂ ଜହ୍ନିପଦା (ଶରଣକୁଳ) ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗାଁ ଲୋକଙ୍କ ସହ ହୋଇଥିବା କାମ ସମ୍ପର୍କରେ ଆଲୋଚନା କରିବା ସହ ରହିଥିବା ସମସ୍ୟାର ତାଲିକା ପ୍ରସ୍ତୁତ ହୋଇଛି । ଗ୍ରାମର ମୁରବୀମାନେ ଗାଁର ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଗାଁ ବିକାଶ ପାଇଁ ରହିଥିବା ଆବଶ୍ୟକତା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ଏବଂ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
Read Moreବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଚୟନ
ନୟାଗଡ଼,(୦୮/୦୮):- ନୟାଗଡ଼ ସହରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଭିନନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ ଶେଷ ହୋଇଯାଇଛି । ନୂତନ କର୍ମକର୍ତ୍ତାମାନେ ଦୁଇ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଅମୂଲ୍ୟ କୁମାର ମହାନ୍ତି ସଭାପତି, ହରିହର ମିଶ୍ର ଉପସଭାପତି, ଗୋପାଳଚନ୍ଦ୍ର ନାୟକ ସଂପାଦକ, କୃପାସିନ୍ଧୁ ପଣ୍ଡା କୋଷାଧ୍ୟକ୍ଷଙ୍କ ସମେତ ୭ଜଣ ଉପଦେଷ୍ଟା ଏବଂ ୯ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ଏହି ଅବସରରେ ବରିଷ୍ଠ ନାଗରିକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକରେ ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ବିଶ୍ୱନାଥ ନାୟକ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଦୁର୍ଯ୍ୟୋଧନ ସାହୁ ନୂତନ କର୍ମକର୍ତ୍ତାଙ୍କୁ ସହଯୋଗର…
Read Moreଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୪ଜଣ ଷ୍ଟାଫନର୍ସ ନିଯୁକ୍ତ
ନୟାଗଡ଼,(୦୮/୦୮):- ସ୍ୱାସ୍ଥ୍ୟସେବାକୁ ସୁଧାର ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରି ଚାଲିଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ସହ ଏବେ ନିଯୁକ୍ତି ପ୍ରକିୟା ମଧ୍ୟ ଜୋରଦାର କରି ଚାଲିଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ ଗତ ସପ୍ତାହରେ ୧୧୪ ଜଣ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ପାଇବା ସହ ସେମାନେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮ ଜଣ, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୬ ଜଣ, ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୦ ଜଣ, ନୂଆଗଡ଼ିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୫ ଜଣ, ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୮ ଜଣ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୮ ଜଣ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୩ ଜଣ, ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୨ ଜଣ,…
Read More