ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ନେତ୍ରୋତ୍ସବ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ଦେବୋତ୍ତର ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ସାଂସ୍କୃତିକ ମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତିଷ୍ଠିତ ସମାଜିକ, ସାଂସ୍କୃତିକ, ସାହିତ୍ୟ, ସଙ୍ଗୀତ ଅନୁଷ୍ଠାନମାନଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଜୟଶ୍ରୀ ଦେବୀ, ପ୍ରଭାତ ଦାଶ, ନବକିଶୋର ମିଶ୍ର, ଅନିତା ରାମ, ବିଜୟାନନ୍ଦ ମହାପାତ୍ର, ସରୋଜ ମିଶ୍ର, ମାଧବ ଡାକୁଆ, କାଳିଦାସ ମହାପାତ୍ର, ଗୋପୀନାଥ ସେଠୀଙ୍କ ସମେତ ଅନେକ ଶିଶୁ କଳାକାର କଣ୍ଠଦାନ କରିଥିଲେ। କବି ଅଶୋକ ମଲ୍ଲଙ୍କ ସଂଯୋଜନାରେ ପରିବେଷିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟୋଜକ ଭାବେ ନାଟ୍ୟଧାରା, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା, ସୁଧା ସାଂସ୍କୃତିକ ଅନୁଷ୍ଠାନ,…

Read More

ସେବାଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୬ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…

Read More

ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଂଚାସୀନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…

Read More

“ପରମ୍ପରା”ର ରଜଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ଚଳିତ ବର୍ଷର ରଜଉତ୍ସବ ମହାସମାରୋହରେ ପାଳିତ କରିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଶିତୁପ୍ରକାଶ ରଥ ଓ ମଦନ ମୋହନ କ୍ଷେତୀ ଯୋଗଦେଇଥିଲେ। ଅତିଥିମାନେ ରଜଉତ୍ସବର ମହନୀୟତା ସଂପର୍କରେ ଆଲଚନା କରି ଏହା କିପରି ଆମର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁଗାରୀମାମୟ କରିଛି ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।ଏକ ରାଜ୍ୟସ୍ତରୀୟ କବିତା ପାଠୋସ୍ଛଵର ଆୟୋଜନ ହୋଇଥିଲା ଏବଂ ଏହାକୁ ହରପ୍ରିୟା ଦ୍ବିବେଦୀ ସଂଯୋଯନା କରିଥିଲେ। ପରିଷଦର ସଭାପତି ଡ଼. ସୁକାନ୍ତି ମହାନ୍ତିଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିବାବେଳେ ସମ୍ପାଦକ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

Read More

ଓଡ଼ଗାଁରେ ରଜ କବିତା ଆସର ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ ତରଫରୁ ରଜ ଉପଲକ୍ଷେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ କବିତା ଆସରକୁ ବରିଷ୍ଠ କବି ଲୋକନାଥ ମିଶ୍ର (ଭରଦ୍ୱ।ଜ) ଉଦଘାଟନ କରିଥିଲେ।ଏହାପରେ ଉପସ୍ଥିତ ସମସ୍ତ କବିକବୟିତ୍ରୀ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।କବି ଦିବାକର ନାୟକ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଦ୍ୱିତୀକୄଷ୍ଣ ମିଶ୍ର, ରଞ୍ଜନ କୁମାର ଦାଶ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ରଜପର୍ବର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିବା ବେଳେ କବି ପରମାନନ୍ଦ ସ୍ୱାଇଁ,ସତ୍ୟବାଦୀ ସାହୁ,ଯୁବକବି ଜୀବନଜ୍ୟୋତି ଷଡ଼ଙ୍ଗୀ,କବୟିତ୍ରୀ ସବିତା ପାତ୍ର ଓ ଆରତି ରାଉତ ପ୍ରମୁଖ ରଜ କବିତା ପାଠ କରିଥିଲେ।କବି ପ୍ରହଲ୍ଲାଦ…

Read More

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଯୁବ ଉନ୍ନୟନ ସଂସ୍ଥାର ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ‘Dreaming behind the shadow ‘ ଓ ‘ A handbook on human right to water & sanitation in India’ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ଼ୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉକ୍ତ ପୁସ୍ତକ ଦ୍ବୟ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପଥ ପ୍ରଦର୍ଶକ ହୋଇପାରିବ ବୋଲି ପ୍ରକାଶକ ଆଶା ବ୍ୟକ୍ତ କରିଛନ୍ତି। ଉକ୍ତ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସହିତ ମୈତ୍ରୀ ସଂଗଠନର ପ୍ରଦୀପ କୁମାର ସାହୁ, ଜଳ ଓ ପରିମଳ ବିଭାଗର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଇଂ ବିପିନ ବିହାରୀ ପଣ୍ଡା, ବିନାୟକପୁରର ଜଳ ଓ ପରିମଳ ସମ୍ପର୍କିତ ପରାମର୍ଶ…

Read More

ଭୁମଣ୍ଡଳୀକରଣ ଓ ଉଦାରୀକରଣ ସମୟରେ ଅନୁବାଦକାର୍ଯ୍ୟ ବ୍ୟାପକ ହେଉଅଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଥମେ ଅନୁବାଦ ଏକ ସୀମିତ ସୀମାରେଖା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବିଶେଷଭାବେ କେବଳ ପୌରାଣିକ, ଧାର୍ମିକ ଓ ସାହିତ୍ୟିକ କ୍ଷେତ୍ରଥିଲା ଏହାର ପୃଷ୍ଠଭୂମି। କିନ୍ତୁ ଆଧୁନିକ ସମୟରେ ଏହାର କ୍ଷେତ୍ର ବେଶ୍ ବ୍ୟାପକ ହୋଇପାରିଛି। ଭୁମଣ୍ଡଳୀକରଣ ଓ ଉଦାରୀକରଣ ଯୋଗୁଁ ଅନୁବାଦ କାର୍ଯ୍ୟ ବ୍ୟାପକ ହେବାସହ ବିଭିନ୍ନ କ୍ଷେତ୍ରରେ ନିଜର ନିଜ ମହତ୍ତ୍ୱ ପ୍ରତିପାଦିତ କରିପାରିଛି। ଏଥିପାଇଁ ଅନୁବାଦର ପ୍ରାସଙ୍ଗିକତା ବୃଦ୍ଧି ପାଇବା ସହ ଚିକିତ୍ସା, ବାଣିଜ୍ୟ – ବେପାର,ବିଜ୍ଞାନ, ଉଦ୍ୟୋଗ ଆଦି କ୍ଷେତ୍ରରେ ମଧ୍ୟ ଅନୁବାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଅଛି। ବର୍ତ୍ତମାନ ସମୟରେ ଅନୁବାଦକୁ ଆଧାର କରି ଯୁବାବର୍ଗ ଜୀବିକା ଉପାର୍ଜନ କରିପାରୁଛନ୍ତି ତେଣୁ ଛାତ୍ରଛାତ୍ରୀ ଓ ଯୁବକମାନେ ଏ ଦିଗରେ ଆଗ୍ରହ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ବିଭିନ୍ନ ଭାରତୀୟ ଭାଷାର ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଛନ୍ତି। ଭାରତୀୟ ଅନୁବାଦ…

Read More

ଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ଅଧିକାର ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତାମାନେ କାଜୁ ଜମିକୁ ବେଆଇନ ନିଲାମ ପ୍ରତିବାଦରେ ଭୁବନେଶ୍ୱରଠାରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆନ୍ଦୋଳନର ପ୍ରମୁଖ ନେତା ବିଶ୍ୱନାଥମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ନକୁଳ ପ୍ରଧାନ, ଭଗବାନ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, ଦୁତିକୃଷ୍ଣ ପ୍ରଧାନ, କମସନ ପ୍ରଧାନ, ପ୍ରକାଶ ଜାନି ମନ୍ତ୍ରୀଙ୍କ ବାସଭବନରେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବନ ଉନ୍ନୟନ ନିଗମ କିଭଳି ଶୋଷଣ ପାଇଁ ରାସ୍ତା ଖୋଲୁଛି, ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ମନ୍ତ୍ରୀ ନିଶ୍ଚିତଭାବେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି! ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ପ୍ରତିନିଧିମାନେ ଭେଟି ସମସ୍ୟା ଉପରେ ଆଲୋଚନା କରଛନ୍ତି ଏବଂ ବିଧାୟକ ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିଗମର…

Read More

ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ (RSETI)ର ପ୍ରଥମ ଆର୍ଥିକ ସ୍ଵାକ୍ଷରତା ତାଲିମ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI)ରେ ପ୍ରଥମ ଦୁଇଦିନିଆ ଆର୍ଥିକ ସ୍ବାକ୍ଷରତା ଉପରେ ତାଲିମ କାର୍ଯ୍ୟକ୍ରମ RSETର ନିର୍ଦ୍ଦେଶକ ଶଅଜିତ୍ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ FIC OLM ଅଶୋକ କୁମାର ସାହୁ , ଏପିଡି ମିଶନ ଶକ୍ତି ବିଶ୍ଵଜିତ୍ ଦାସ ଏବଂ ପ୍ରଶିକ୍ଷକ RSETI ଗୋପାଳ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥ୍‌ ଭାବେ ଯୋଗଦାନ କରିଥିଲେ । ଏହି ଆର୍ଥିକ ପରିଚାଳନା ତାଲିମ କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ MBK ତାଲିମାର୍ଥୀ ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ସାହୁ ସମସ୍ତ MBK…

Read More

ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ବ ଢାବାରେ ଅବକାରୀ ବିଭାଗର ଚଢ଼ାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତକାଲି ବୁଧବାର ରାତ୍ର ୧୦ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ଵ ଶ୍ରୀକୃଷ୍ଣପୁରର ରୟାଲ ଢାବା ଏବଂ ବିହାରୀ ଢାବାରେ ନୟାଗଡ଼ ଅବକାରୀ ଅଧୀକ୍ଷକ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ଇପ୍‌ସିତ କୁମାର ସାହୁଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇ ରୟାଲ ଢାବାରୁ ୬୫୦ମି.ଲି. ବିଶିଷ୍ଟ ୧୪ଟି ଏବଂ ବିହାରୀ ଢାବାରୁ ୬୫୦ମି.ଲି. ବିଶିଷ୍ଟ ୧୦ଟି ବିୟର ବୋତଲ ଜବତ କରାଯାଇଥିଲା । ରୟାଲ ଢାବାର ମ୍ୟାନେଜର ଦଣ୍ଡପାଣି ବେହେରା ଓ ସହକାରୀ ମ୍ୟାନେଜର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଅଟକ ରଖାଯାଇ କେସ ନଂ.୧୪/ ୨୩-୨୪, ତା.୦୭.୦୬.୨୦୨୩ ରିଖରେ ଅବକାରୀ କେସ ରୁଜୁ କରାଯାଇଛି । ସେହିପରି ବିହାରୀ ଢାବାର ମ୍ୟାନେଜର ଗୋବିନ୍ଦ ଖମାରିଙ୍କୁ ଅଟକ ରଖାଯାଇ କେସ ନଂ ୧୫|୨୩-୨୪ ତା.୦୭.୦୬.୨୦୨୩…

Read More