ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା। ଜିଲ୍ଲାରୁ ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି । ସୂଚନା ଥାଉକି, ଇଟାମାଟି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଛି। ଇନ୍ସିପେକ୍ଟର ବଦ୍ୟନାରାୟଣ ଭୋଇଙ୍କର ପୁରୀ ଜିଲ୍ଲାକୁ, ନୂଆଗାଁ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ କେନ୍ଦ୍ରାପଡ଼ା, ଫତେଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ଖୋର୍ଦ୍ଧା, ଓଡ଼ଗାଁ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କର ପୁରୀ, ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରାପଡ଼ା, ସଦର ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କ ଜଗସିଂହପୁର, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କର ପୁରୀ, ବାଣିଗୋଚ୍ଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକଙ୍କର କେନ୍ଦ୍ରାପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କର ଖୋର୍ଦ୍ଧା, ଇନ୍ସପେକ୍ଟର ନିଶାମଣୀ ମହାନ୍ତିଙ୍କର ଯାଜପୁର ଜିଲ୍ଲାକୁ ବଦଳି ହୋଇଛି ।
ସେହିଭଳି ଭାବେ ପୁରୀ ଜିଲ୍ଲାରୁ ଦିଲ୍ଲୀପ କୁମାର ସ୍ବାଇଁଙ୍କର ନୟାଗଡ଼, ସୁଜିତ କୁମାର ଦାଶଙ୍କ ପୁରୀରୁ ନୟାଗଡ଼, ନାରାୟଣ ଲେଙ୍କାର ପୁରୀରୁ ନୟାଗଡ଼, ଜ୍ୟୋତିପ୍ରକାଶ ସ୍ବାଇଁ କେନ୍ଦ୍ରାପଡ଼ାରୁ ନୟାଗଡ଼, ବିଜୟ ସାହୁ କଟକରୁ ନୟାଗଡ଼, ରଶ୍ମିରଞ୍ଜନ ସାହୁ ଖୋର୍ଦ୍ଧାରୁ ନୟାଗଡ଼, ଦିଗବିଜୟ ବିଶ୍ବାଳ ଖୋର୍ଦ୍ଧାରୁ ନୟାଗଡ଼, ଦେବେନ୍ଦ୍ର ମହାପାତ୍ର ଜଗତସିଂହପୁରରୁ ନୟାଗଡ଼, ଲକ୍ଷ୍ମଣ ଦଣ୍ଡସେନା ଯାଜପୁରରୁ ନୟାଗଡ଼, ଏସ. ଦାଶରଥି ପାତ୍ର ଯାଜପୁରରୁ ନୟାଗଡ଼, ଜଗଦୀଶ କର ଯାଜପୁରରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି ।
