ଖଣ୍ଡପଡା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2023 ଆଜି ଖଣ୍ଡପଡ଼ା ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତିର କର୍ମକର୍ତା ମାନେ ବିଭିର୍ଣ୍ଣ ଅଭାବୀ ପରିବାରଙ୍କୁ ସହାୟତାର ହାତ ବଢ଼ାଇଥିଲେ l ଖଣ୍ଡପଡ଼ା ବ୍ଲକର ଖଳିସାହି ଓ ଖଣ୍ଡପଡ଼ା ବିଜ୍ଞାପିତ ପରିଷଦର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଚପଲ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସରୋଜ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ,ଗାୟତ୍ରୀ ପ୍ରିୟଦର୍ଶିନୀ ,ରାଜଲକ୍ଷ୍ମୀ ମହାନ୍ତି,ପରମେଶ୍ୱର ସାହୁ,ଲିଙ୍କନ ସାହୁ,ଶ୍ରୀମାନ ଅଭିଜିତ କର , ସ୍ମୃତିଶିଖା ପରିଡ଼ା,ଏସ ଓଁକାର,ମଳୟ ରଂଜନ ରାୟ,ଯୁଧିଷ୍ଠିର ବେହେରା,କରଣ ବଡ଼ଟିଆ ପ୍ରମୁଖ ସାମିଲ ହୋଇଥିଲେ l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା l ଗତ ଜୁଲାଇ ୧ ତାରିଖରୁ ଆୟୋଜିତ ଏହି ଜିଲ୍ଲାବ୍ୟାପି ଉତ୍ସବ ଆସନ୍ତା ଜୁଲାଇ ୧୫ ତାରିଖରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଉଦଯାପନ ହେବବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l
ଖଣ୍ଡପଡ଼ାର ବିଭିନ୍ନ ସ୍ଥାନରେ ସେବା ଉତ୍ସବ ଅନୁଷ୍ଠିତ
