ନୟାଗଡ଼,(ନୟାଗଡ଼ ଦର୍ପଣ): ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଏସ୍ପି ଭାବେ ମିହିର କୁମାର ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ନୟାଗଡ଼ ଏସ୍ପି ଭାବେ ରାହୁଲ ଜୈନଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ନୟାଗଡ଼ ଏସପି ଭାବେ ୨୦୧୫ ବ୍ୟାଚର ଆଇପିଏସ୍ ରାହୁଲ ଜୈନ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ବରଗଡ଼ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଫିନ ଅହମ୍ମଦ କେ ହେଲେ କ୍ରାଇମବ୍ରାଞ୍ଚ ଆଇଜି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ହୋଇଥିବା ବେଳେ ସତ୍ୟଜିତ ନାୟକ ହେଲେ ଏଚ୍ଆର୍ପିସି ଡିଆଇଜି।
ଆଇପିଏସ୍ ସ୍ତରରେ ଅଦଳବଦଳ, ନୟାଗଡ଼ ଏସ୍ପି ହେଲେ ରାହୁଲ ଜୈନ
