ନୟାଗଡ଼ ଜିଲ୍ଲା ଓ ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ଦ୍ବାରା ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୟାଗଡ ଜିଲ୍ଲା କୋର୍ଟ ପରିସରରେ ତଥା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କୋର୍ଟ ପରିସରରେ ହୋଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା କୋର୍ଟ ଅଧିବକ୍ତା, ଜିଲ୍ଲା ଜଜ ଆନନ୍ଦ ନାରାୟଣ ମହାରଣା, ସରକାରୀ ଓକିଲ ଦଣ୍ଡପାଣି ସ୍ବାଇଁ, ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ, କୋର୍ଟ କର୍ମଚାରୀ, ଗ୍ରାମୀଣ ଆଇନ ସହାୟତା କର୍ମୀ ଅଂଶ ଗ୍ରହଣ କରିଥିଲେ ।

ସେହିପରି ଜବାହାର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃକ୍ଷ ରୋପଣକରି ବନ ମହୋତ୍ସବ
ପାଳନ କରିବା ସହିତ ‘ବସୁଧା ପାଇଁ ବୃକ୍ଷଟିଏ’ର ମହତ୍ଵ ଉପରେ ସଚେତନ କରାଇଥିଲେ। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଉପଖଣ୍ଡ ବନାଞ୍ଚଳ ଅଧିକାରୀ କ୍ଷମା ଷଡଙ୍ଗୀ ତଥା ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ ତଥା ସାଫଲ୍ୟ ମଣ୍ଡିତ କରିଥିଲା। ଉକ୍ତ ମହୋତ୍ସବକୁ ପ୍ରାଧିକରଣର ସଚିବ ବିଶେଷ କୁମାର ସାହୁ ପରିଚାଳନା କରୁଥିଲେ ଏବଂ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts