ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

ନୟାଗଡ,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ପରିଷଦ, ନୟାଗଡ ତରଫରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ବିଭିନ୍ନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜୁଲାଇ ୯ରେ କନିଷ୍ଠ ବର୍ଗ ଓ ଜୁଲାଇ ୧୬ରେ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୦ଟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ବରଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସୂଚନା ଥାଉ କି, ବିଗତ ବର୍ଷରେ ନୟାଗଡ ଜିଲ୍ଲାରୁ ୮ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଏହି ବର୍ଷ ମଧ୍ୟ ଅନୁରୂପ ଭାବେ ନୟାଗଡ ଜିଲ୍ଲାରୁ ଅନେକ ପିଲା କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି। ଏହି ପ୍ରତିଯୋଗିତାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଓଡିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ ।

ବିକାରକ ଭାବରେ ଶରତ ଚନ୍ଦ୍ର ଆଚାର୍ୟ, ନିର୍ମଳ ଚନ୍ଦ୍ର ସୁରଦେଓ, ଦିଲ୍ଲୀପ କୁମାର ସାହୁ ,ଶେଖ ଅବଦୁଲ ଖାଲିକ, ଅଧ୍ୟାପିକା ବିନ୍ଦୁଲତା ଷଣ୍ଢ, ଅଧ୍ୟାପିକା ରିନାବାଳା ଆଚାର୍ଯ, ସୌଦାମିନୀ ସ୍ବାଇଁ, ପ୍ରଫୁଲ୍ଲ କୁମାର ସାହୁ, ଗୋଦାବରୀଶ ମିଶ୍ର, କବୟିତ୍ରୀ ସୁକାନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ୮ଗୋଟି ବ୍ଲକରୁ ୬୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର
କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Related posts