ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ କୃଷ୍ଣସପ୍ତମୀ ତା୯/୭/୨୦୨୩ରିଖ ଦିନ
ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଗୁରୁମା ଚାରୁ ପଟ୍ଟନାୟକ ଦ୍ୱୀପ ପ୍ରଜ୍ବଳନ କରିଥିଲେ। ପ୍ରଧାନାଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମିଳନୀର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଶିଶୁ ମାତୃଗର୍ଭରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସ୍କାର ଗ୍ରହଣ କରିବା ସମୟ। ଏହି ବୟସରେ ଶିଶୁ ତା’ର ପରିବାର, ବିଦ୍ୟାଳୟ ଓ ସମାଜରୁ ବିଭିନ୍ନ କଥା ଶିଖେ। ଶିଶୁମାନେ ବିଦ୍ୟାଳୟରେ ଯେପରି କ୍ରିୟାକଳାପ କରନ୍ତି ତାହାକୁ ଘରେ ମା’ମାନଙ୍କ ଦ୍ୱାରା ଶିଶୁ ଅଭ୍ୟାସ କରିବା ଆବଶ୍ୟକ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଅତିଥି ପରିଚୟ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମା’ ମାନଙ୍କ ପ୍ରୟୋଗିକ କାଲାଂଶ ଶିଶୁବାଟିକାର ଗୁରୁମାମାନେ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଜ୍ୟୋଛନାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ
