“ଜୟ ବୋଲ ଲଡୁବାବା କି” ଭଜନ ଉନ୍ମୋଚିତ

ଶରଣକୁଳ,(୧୧/୦୮):- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇଯାଇଛି। ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ସହ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା, ସମୀର ରଥ, ସୁବାଷ ନାୟକ, ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା…

Read More

ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ଼ ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତି । କରୋନା ମହାମାରୀ କାରଣରୁ କଳାକାରମାନେ ବିପୁଳ କ୍ଷତି ସହିଥିବାରୁ ମାସିକ ୫ହଜାର ହିସାବରେ ୬ମାସ ପାଇଁ ୩୦ ହଜାର ଲେଖାଁଏ ସହାୟତା ଘୋଷଣା କରିବାକୁ ଦାବି ହୋଇଛି । ନାଇଟ କର୍ଫ୍ୟୁକୁ ତୁରନ୍ତ ପ୍ରତ୍ୟାହାର କରିବା ସହ କଳାକାର ଭତ୍ତାକୁ ମାସିକ ୩ହଜାରକୁ ବୃଦ୍ଧି କରିବାକୁ ଦାବି ହୋଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା ଏବଂ ସଂପାଦକ ବିଜୟ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକର ସବୁ ବର୍ଗର କଳାକାର, କର୍ମଚାରୀ, ଯାତ୍ରାପାର୍ଟି ମାଲିକ, ମିୟୁଜିକ, ସାଉଣ୍ଡ ମାଲିକଙ୍କ ସମେତ ନୟାଗଡ଼ ଜିଲ୍ଲାରୁ ଓଡ଼ିଶାର ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ…

Read More

ଆଜିଠୁ ଖୋଲିଲା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ନୟାଗଡ଼,(୦୬/୦୮):- ନୟାଗଡ଼ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାଷ୍ଠାନ ଖୋଲିବା ପାଇଁ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ମନ୍ଦିର, ମସଜିଦ୍ ଏବଂ ଗୀର୍ଜ୍ଜା ଖୋଲାଯିବ ବୋଲି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ମନ୍ଦିର ଖୋଲିବା ନିମନ୍ତେ ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ଦାବି ହେଉଥିଲା। ସମସ୍ତ ମନ୍ଦିର ଗୁଡ଼ିକରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଥିବା ବେଳେ ବିନା ମାସ୍କରେ ପ୍ରବେଶ ନିଷେଧ କରାଯାଇଛି । ୬ ଫୁଟ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି। ସେହିଭଳି ଭାବେ ମନ୍ଦିର ଗୁଡ଼ିକୁ ଦୀପ, ଭୋଗ ନେବାକୁ ବାରଣ କରାଯାଇଛି । ୬୫ ବର୍ଷରୁ ଉର୍ଦ୍ଧ୍ବ, ୧୦ ବର୍ଷରୁ କମ ଏବଂ ଗର୍ଭବତୀ ମହିଳାଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି । ସମସ୍ତ ବ୍ଲକର ତହସିଲଦାର ଏବଂ ଥାନା ଅଧିକାରୀ ମନ୍ଦିରରେ ଦର୍ଶନ…

Read More

ଟିପି ଟିପି ବର୍ଷାରେ ଭିଜିଲେ କବିମାନେ

ନୟାଗଡ଼,(ନୟାଗଡ଼ ଦର୍ପଣ):- ବର୍ଷା ସବୁକାଳେ କବିଙ୍କୁ ଆକୃଷ୍ଟ କରେ। ପ୍ରାଚୀନ ଲୋକଗୀତରୁ ଆରମ୍ଭ କରି ବର୍ତ୍ତମାନ ସାହିତ୍ୟ ଯାଏଁ କବିର ଆବେଗାନୁଭୂତିରେ ବର୍ଷା ସ୍ୱତନ୍ତ୍ର ଭାବେ ପରିପୁଷ୍ଟ ହୋଇପାରିଛି। ଏହା ସତ୍ୟ ଯେ ବର୍ଷା କେବଳ ଆଶା ସଂଚାର କରେ ନାହିଁ ବରଂ ସମ୍ଭାବନାର ସ୍ୱର ଟିଏ। ବର୍ଷାକୁ ନେଇ ଓଡ଼ିଆ ସାହିତ୍ୟ ମଧ୍ୟ ବେଶ୍ ସମୃଦ୍ଧ। କଳା, ସାହିତ୍ୟ, ସଂସ୍କୃତି ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଆୟୋଜିତ କବିତା ଆସର “ଟିପି ଟିପି ବରଷାରାଣୀ” କାର୍ଯ୍ୟକ୍ରମ ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ୱ ଓ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କବି ତଥା ଅଧ୍ୟାପକ ରବି ଶତପଥି, କବି ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଅତିଥିଭାବେ ଯୋଗଦେଇଥିବା ବେଳେ ବିଦେଶରେ ରହୁଥିବା ନୟାଗଡ଼ର କବି ପ୍ରିୟଦର୍ଶୀ ଚନ୍ଦନ, ସୁଶାନ୍ତ ପାତ୍ରଙ୍କ…

Read More

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ନିଧନ । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି । ଶନିବାର ରାତି ୧୧ ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି । ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ…

Read More

ଓଡ଼ଗାଁ ଶ୍ରୀଶ୍ରୀ ରଘୁନାଥଙ୍କ କ୍ଷେତ୍ର ଓଡ଼ିଶାର ଅନନ୍ୟ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ

ଓଡ଼ଗାଁ: ଓଡଗାଁ ଶ୍ରୀରଘୁନାଥ ଜିଉ ଓଡିଶା ରାଜ୍ୟରେ ସ୍ୱର୍ଣ୍ଣକଳସ କ୍ଷେତ୍ର ରୁପେ ପରିଚିତ । ୩ଶହ ବର୍ଷର ରାମ, ଲକ୍ଷ୍ମଣ ଓ ସୀତାଙ୍କ ଦାରୁ ବିଗ୍ରହ କୌଣସି ନବକଳେବର ହୋଇନଥିବା ବେଳେ ଶାନ୍ତ କାନ୍ତ କମନୀୟ ସୈାମ୍ୟ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ମୂର୍ତ୍ତି ସନ୍ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଜୁଗଳ । ମନରେ ଯାଗ୍ରତ ହୁଏ ଭକ୍ତିଭାବ । ଏବଂ ତାପରେ ଭକ୍ତ ସମ୍ପୁର୍ଣ୍ଣ ସମର୍ପିତ କରିଦିଏ ତାର ସମସ୍ତ ସତାକୁ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।ଦକ୍ଷୀଣ ପାଶ୍ୱର୍ରେ ଗୟଳସିଂ ଏବଂ ଉତ୍ତର ପାଶ୍ୱର୍ରେ ଶୁଳିଆ ପାହାଡର ସବୁଜ ବଳୟ ମଧ୍ୟସ୍ଥ ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରୁଥିବା ଓଡଗ୍ରାମ ଶ୍ରୀ ରଘୁନାଥ ଜିଉଙ୍କୁ କୋଳରେ ଧରି ସବୁ ବେଳେ କର୍ମ ପ୍ରବଣ ରହିଥାଏ । ୧୨ଦିନରେ୧୩ପରବ ବର୍ଷସାରା ମେଳା ମହୋତ୍ସବ ଜାନୀ…

Read More

ଅକ୍ଷୟ କୁମାରଙ୍କ ବେଲଵଟମ ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ

ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ ହେଇଥିବା ବେଳେ ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷୀତ ସିନେମା ବେଲବଟମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେ’ରେ ଥିଏଟରରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ ହଟଷ୍ଟାର ଲୋଭନୀୟ ଅର୍ଥ ଦେଇ ଏହାକୁ ଚୁକ୍ତି କରିଛି ବୋଲି ଜଣାପଡିଛି। ଫିଲ୍ମର ପ୍ରଡ୍ୟୁସର ନିଖିଳ ଆଡଭାନୀଙ୍କ ସବୁଜ ସଙ୍କେତକୁ ସମସ୍ତେ ଅପେକ୍ଷା କରିଛନ୍ତି । ବେଲବଟମରେ ଅକ୍ଷୟଙ୍କ ସହ ବନୀ କାପୁର, ହୁମା କ୍ୟୁରେଶୀ, ଲାରା ଦତ୍ତ ଓ ଅଦିଲ ହୁସେନ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ପୂର୍ବରୁ ଅକ୍ଷୟଙ୍କ ଲକ୍ଷ୍ମୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

Read More