ନୟାଗଡ଼,(ନୟାଗଡ଼ ଦର୍ପଣ):- ବର୍ଷା ସବୁକାଳେ କବିଙ୍କୁ ଆକୃଷ୍ଟ କରେ। ପ୍ରାଚୀନ ଲୋକଗୀତରୁ ଆରମ୍ଭ କରି ବର୍ତ୍ତମାନ ସାହିତ୍ୟ ଯାଏଁ କବିର ଆବେଗାନୁଭୂତିରେ ବର୍ଷା ସ୍ୱତନ୍ତ୍ର ଭାବେ ପରିପୁଷ୍ଟ ହୋଇପାରିଛି। ଏହା ସତ୍ୟ ଯେ ବର୍ଷା କେବଳ ଆଶା ସଂଚାର କରେ ନାହିଁ ବରଂ ସମ୍ଭାବନାର ସ୍ୱର ଟିଏ। ବର୍ଷାକୁ ନେଇ ଓଡ଼ିଆ ସାହିତ୍ୟ ମଧ୍ୟ ବେଶ୍ ସମୃଦ୍ଧ। କଳା, ସାହିତ୍ୟ, ସଂସ୍କୃତି ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଆୟୋଜିତ କବିତା ଆସର “ଟିପି ଟିପି ବରଷାରାଣୀ” କାର୍ଯ୍ୟକ୍ରମ ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ୱ ଓ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କବି ତଥା ଅଧ୍ୟାପକ ରବି ଶତପଥି, କବି ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଅତିଥିଭାବେ ଯୋଗଦେଇଥିବା ବେଳେ ବିଦେଶରେ ରହୁଥିବା ନୟାଗଡ଼ର କବି ପ୍ରିୟଦର୍ଶୀ ଚନ୍ଦନ, ସୁଶାନ୍ତ ପାତ୍ରଙ୍କ ସହ ନୟାଗଡ଼ର ବରିଷ୍ଠ କବି ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ, ଶତ୍ରୃଜିତ୍,ବିଶ୍ଵାସିନୀ ମିଶ୍ର, ସୁଦୀପ୍ତାରାଣୀ ବିଶ୍ୱାଳ, ଗଣେଶ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ରଂଜନ କୁମାର ଦାଶ, ସୁକାନ୍ତି ମହାନ୍ତି, ନିରଂଜନ ନାୟକ ପ୍ରମୁଖଙ୍କ ସହ ଯୁବକବି ଜିତୁ ପ୍ରଧାନ, ଅନନ୍ୟା ଦାଶ, ଦୀପାଳୀ ପଟ୍ଟନାୟକ, ଯାଜ୍ଞସେନୀ ପାଣି ଆଦି ୨୫ ଜଣ କବି/କବୟିତ୍ରୀ କବିତା ପାଠ କରିଥିଲେ। ନୟାଗଡ଼ର କବି ସାହିତ୍ୟିକମାନଙ୍କୁ ଯୋଡିବାର ଏ ପ୍ରୟାସ ଅଭିନନ୍ଦନୀୟ ବୋଲି କବିମାନେ ପ୍ରଶଂସା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟିକା ସୌଦାମିନୀ ସ୍ୱ।ଇଁ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
February 1, 2025 Jajati Comments Off on ନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ...