ବୁଗୁଡା କନ୍ୟାଶ୍ରମରେ ବନ ମହୋତ୍ସବ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଦିବାସୀ ମଙ୍ଗଳ ବିଭାଗ ପରିଚାଳିତ ଦଶପଲ୍ଲା ବ୍ଳକ୍ ର ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀ ଛାତ୍ରୀମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଯତ୍ନ ନେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆରସିଂହ ଯୋଗ ଦେଇଥିବା ବେଳେ, ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶତାଧିକ ବୃକ୍ଷ ରୋପଣ ହୋଇଥିଲା । ପ୍ରକାଶ ଥାଉକି ବନାଞ୍ଚଳ ଅଧିକାରିଣୀଙ୍କ ନିର୍ଦ୍ଦେଶ କ୍ରମେଃ ବୁଗୁଡା ସେକ୍ସନ ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟଙ୍କ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଞ୍ଚଳର ବିଭିନ୍ନ…

Read More

କୃତଜ୍ଞତା ଜଣାଇଲେ ବିଧାୟକ ରମେଶ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।୪୪weww ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା, ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା, ୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ୧୭…

Read More

ଭାରୀଯାନ ଉପରେ ଲାଗିଲା ରୋକ, ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍‌), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…

Read More

ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ, ଚର୍ଚ୍ଚାରେ ଦଶପଲ୍ଲାର ପଶ୍ଚିମାଞ୍ଚଳ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶାର ସ୍ଥିତି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ। ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ, କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତିର ସଭ୍ଯମାନେ ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ…

Read More

ନୂତନ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସଭାପତିତ୍ୱରେ ଭାରତରେ ନୂତନ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରତ୍ୟେକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ୍ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍‌ରେ FIR କରିବାର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଂଚିଙ୍ଗ୍ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ୍‌ର ଅନ୍ତର୍ଭୁକ୍ତ, ସ୍ପଷ୍ଟ ଏବଂ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି ଏବଂ ଯାଂଚ୍‌ର ଅଡିଓ ଭିଡିଓ ରେକଡିଂ ଇତ୍ୟାଦିକୁ ନୂତନ ଅପରାଧିକ…

Read More

ଦଶପଲ୍ଲାରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ଅଡିସନ୍ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଦଶପଲ୍ଲା ସ୍ଥିତ ସୀତାରାମ ୟୁଥ୍ କ୍ଳବରେ “ନୟାଗଡ ଡ୍ୟାନ୍ସ ନୟାଗଡ”ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା ସୁନନ୍ଦା ସାହୁ ଉଦଘାଟନ କରିଥିବା ବେଳେ ଏନ ଏ ସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁ ଶିକ୍ଷକ ବିଘ୍ନେଶ୍ୱର ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପିଲାମାନଙ୍କର ପ୍ରତିଭାର ବିକାଶ ନିମିତ୍ତ କିପରି ଏହିପରି କିଛି ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୩ଜଣ…

Read More

ବନ୍ୟପ୍ରାଣୀ ବିଭାଗକୁ ବଡ ସଫଳତା, ବନ୍ଧୁକଧାରୀ ଶିକାରୀ ଗିରଫ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଶିକାରୀକଂ ଅମରାବତୀ ପାଲଟିଥିବା ଦଶପଲ୍ଲା ବନାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର। ବିଭିନ୍ନ ସମୟରେ ଶିକାରୀମାନେ ଫାଶ ଓ ବନ୍ଧୁକ ମାଧ୍ୟମରେ ଶିକାର କରୁଥିବା ବେଳେ, ଏବେ ଦଶପଲ୍ଲା ବନାଞ୍ଚଳର (ଟେରିଟୋରିଆଲ) ଓ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଅଭୟାରଣ୍ୟ ମଧ୍ୟରେ ଅହରହ ଘୂରି ବୁଲୁଛନ୍ତି ଆନ୍ତଃରାଜ୍ୟ ବନ୍ଧୁକଧାରୀ ଶିକାରୀ। ଦୈନିକ ବନ୍ୟଜନ୍ତୁଙ୍କୁ ଶିକାର କରି ଖୋଲାଖୋଲି ଭାବରେ ମାଂସକୁ ଛକ ବଜାରରେ ବିକ୍ରୟ କରାଯାଉଛି। ହେଲେ ଟେର୍ ପାଉନି ବନବିଭାଗ। ଏଭଳି ସ୍ଥିତିରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ବିଭାଗକୁ ଏକ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ଘୂରି ବୁଲୁଥିବା ଜଣେ ବନ୍ଧୁକଧାରୀ ଶିକାରୀକୁ ଅଟକ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏନେଇ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ…

Read More

ଛାଡ୍ ଲୋନ୍ କରାଇଦେବାକୁ କହି, ମହିଳା କରୁଛନ୍ତି ଅର୍ଥ ଆଦାୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି, ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି । ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ, ଖବର ପ୍ରକାଶ ପାଇଥିଲେ ମଧ୍ୟ, ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ, ଅର୍ଥ ଦେଇଥିବା ଲୋକେ, ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର…

Read More

ରୋଗ ଯନ୍ତ୍ରଣାରେ ଛଟପଟ ମାନସୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଜିଁଇଛି ମରିମରି, ବଞ୍ଚିବାକୁ ଆଉ ଇଚ୍ଛାନାହିଁ କିନ୍ତୁ ବଞ୍ଚିବାକୁ ପଡୁଛି ମୋର ୨ଟି ପୁଅ ପାଇଁ । ସତେ ଯେମିତି ପାଲଟି ଯାଇଛି ମୁଁ ଜିଅନ୍ତା ଶବ । ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଜାମୁସାହି ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ବଞ୍ଚିବା ପାଇଁ କରୁଛି ଆକୁଳ ନିବେଦନ ମତେ ବଞ୍ଚାଇଦିଅ… ଘରର ଚାରିକାନ୍ଥ ମଧ୍ୟରେ ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜାମୁସାହି ଗ୍ରାମର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ । ମାନସୀଙ୍କ ପରିବାର କହିଲେ ସ୍ବାମୀ ଶେଷଦେବ, ପୁଅ ରାକେସ ନାୟକ ଓ ସାନ ପୁଅ ଆୟୁଷ ନାୟକ। ସୂଚନା ଅନୁସାରେ ଆଗରୁ ମାନଶୀଙ୍କ ପରିବାରରେ ଅଭାବଅନାଟନ ଲାଗି ରହିଥିଲେ ସୁଧା ଶେଷଦେବ ଦିନ…

Read More

ପ୍ରଥମ ବର୍ଷର ରଥଯାତ୍ରାକୁ ନେଇ ଉତ୍ସାହିତ ସାତପାଟଣା ବାସୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାବୀରକ୍ଷେତ୍ର କୁଞ୍ଜବନ ଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ ପତିତ ପାବନ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରା କୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।ବିଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ଵତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକ ମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା ।ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁ ଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକ ମାନଙ୍କ ଦ୍ବାରା ରଥ କାର୍ଯ୍ୟ ଆୟମାରମ୍ଭ ହୋଇଥିଲା ।ବର୍ତ୍ତମାନ…

Read More