ବନ୍ୟପ୍ରାଣୀ ବିଭାଗକୁ ବଡ ସଫଳତା, ବନ୍ଧୁକଧାରୀ ଶିକାରୀ ଗିରଫ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଶିକାରୀକଂ ଅମରାବତୀ ପାଲଟିଥିବା ଦଶପଲ୍ଲା ବନାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର। ବିଭିନ୍ନ ସମୟରେ ଶିକାରୀମାନେ ଫାଶ ଓ ବନ୍ଧୁକ ମାଧ୍ୟମରେ ଶିକାର କରୁଥିବା ବେଳେ, ଏବେ ଦଶପଲ୍ଲା ବନାଞ୍ଚଳର (ଟେରିଟୋରିଆଲ) ଓ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଅଭୟାରଣ୍ୟ ମଧ୍ୟରେ ଅହରହ ଘୂରି ବୁଲୁଛନ୍ତି ଆନ୍ତଃରାଜ୍ୟ ବନ୍ଧୁକଧାରୀ ଶିକାରୀ। ଦୈନିକ ବନ୍ୟଜନ୍ତୁଙ୍କୁ ଶିକାର କରି ଖୋଲାଖୋଲି ଭାବରେ ମାଂସକୁ ଛକ ବଜାରରେ ବିକ୍ରୟ କରାଯାଉଛି। ହେଲେ ଟେର୍ ପାଉନି ବନବିଭାଗ। ଏଭଳି ସ୍ଥିତିରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ବିଭାଗକୁ ଏକ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ଘୂରି ବୁଲୁଥିବା ଜଣେ ବନ୍ଧୁକଧାରୀ ଶିକାରୀକୁ ଅଟକ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏନେଇ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ କହିଛନ୍ତି, ଜଣେ ଶିକାରୀକୁ ଅଟକ ରଖାଯିବା ସହ ଏକ ବନ୍ଧୁକ ଜବତ ହୋଇଛି। ଏ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Related posts