ଦଶପଲ୍ଲା, (ନୟାଗଡ଼ ଦର୍ପଣ) ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି, ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି । ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ, ଖବର ପ୍ରକାଶ ପାଇଥିଲେ ମଧ୍ୟ, ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ, ଅର୍ଥ ଦେଇଥିବା ଲୋକେ, ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର ଘଟଣାର ବିଧ୍ଵବଦ୍ଧ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି ।
Related posts
-
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ... -
ନାଟ୍ୟପୁରୁଷ ତଥା ସାହିତ୍ୟ ସାଧକ ହରିହର ମିଶ୍ରଙ୍କୁ ସୃଜନୀ ପରିବାର ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଅବସରପ୍ରାପ୍ତ ଅଧ୍ୟକ୍ଷ,ଓଡିଆ ଭାଷା ସାହିତ୍ୟର ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସାରସ୍ୱତ ସାଧକ,ନାଟ୍ୟକାର,ଚଳଚ୍ଚିତ୍ର ନିର୍ଦ୍ଦେଶକ...