ଦଶପଲ୍ଲାରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ଅଡିସନ୍ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଦଶପଲ୍ଲା ସ୍ଥିତ ସୀତାରାମ ୟୁଥ୍ କ୍ଳବରେ “ନୟାଗଡ ଡ୍ୟାନ୍ସ ନୟାଗଡ”ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା ସୁନନ୍ଦା ସାହୁ ଉଦଘାଟନ କରିଥିବା ବେଳେ ଏନ ଏ ସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁ ଶିକ୍ଷକ ବିଘ୍ନେଶ୍ୱର ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପିଲାମାନଙ୍କର ପ୍ରତିଭାର ବିକାଶ ନିମିତ୍ତ କିପରି ଏହିପରି କିଛି ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ମୋଟ ୨୩ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ସୋନାଲି ମିଶ୍ର, ଅମ୍ରିତା ସ୍ନେହା ଶ୍ରଦ୍ଧା, ସୌମ୍ୟାଶ୍ରୀ ବେହେରା, ଆର୍ଯ୍ୟଗ୍ରନ୍ଥ ଶତପଥୀ, ସୁଚିସ୍ମିତା ମହାନ୍ତି, ଆଦ୍ୟାଶା ପ୍ରିୟଦର୍ଶିନୀ ସେମି ଫାଇନାଲ କୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖରେ ନୟାଗଡ ସଦର ମହକୁମା ଠାରେ ଏହାର ସେମି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୃଜନିକାର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ଅଧ୍ୟାପିକା ନିଳୀମା ନନ୍ଦ ଓ ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଗୋପୀନାଥ ସେଠୀ, ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ଦେବେନ୍ଦ୍ର ପ୍ରସାଦ ପରମଗୁରୁ ବିଚାରକ ଭାବେ ଉପସ୍ଥିତ ଥିଲେ। ପରିଷଦର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts