ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ, ଚର୍ଚ୍ଚାରେ ଦଶପଲ୍ଲାର ପଶ୍ଚିମାଞ୍ଚଳ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶାର ସ୍ଥିତି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ। ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ, କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତିର ସଭ୍ଯମାନେ ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ ଅଧାରାସ୍ତାରେ ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ବେଛାସେବୀ ସଂଗଠନ ପବନପୁତ୍ର ସେବା ସମିତିର ସଦସ୍ୟମାନେ ମହିଳା ରୋଗୀଙ୍କୁ ପ୍ରାୟ ୧କିଲୋମିଟର କାଦୁଅ ରାସ୍ତାରେ ଷ୍ଟ୍ରେଚରରେ ବୋହିବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ ଯେ ମାନସୀ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଅତ୍ୟନ୍ତ ଗରିବ ମହିଳା ଅଟନ୍ତି । ତାକଂ ସ୍ବାମୀ ମୁଲ ମଜୁରୀ କରି ପରିବାର ପ୍ରତିପୋପଣ କରୁଥିବାବେଳେ, ମାନସୀଙ୍କ ଅଜଣା ରୋଗ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ଭଳି ଦାଉସାଧିଛି । ଏ ସମ୍ପର୍କରେ ସ୍ଥାନୀୟ କୁଲୁରୁକୁମ୍ପା ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ । କିଛି ଗଣମାଧ୍ୟମ ପ୍ରତିନିଧି ସରପଞ୍ଚଙ୍କୁ ଏ ବିଷୟରେ ଅବଗତ କରିବାପାଇଁ ପଂଚାୟତ କାର୍ଯ୍ୟାଳୟ ଓ ସରପଞ୍ଚଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ସରପଞ୍ଚଙ୍କ ଦେଖା ମିଳିନଥିଲା । ଶେଷରେ ନିରୁପାୟ ହୋଇ ଗ୍ରାମବାସୀ ଓ ପରିବାର ଲୋକେ ଦଶପଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପବନପୁତ୍ର ସେବା ସମିତି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ମାନସୀଙ୍କୁ ଆଜି ୧କିମି କାଦୁଅ ରାସ୍ତାରେ ବୋହି ବୋହି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛନ୍ତି।

Related posts