ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସତ୍ୟତା ପ୍ରତି ଏକ ବଡ ଆହ୍ଵାନ । ବିଶ୍ବ ତାପନ ମାନବ ସମାଜ ପ୍ରତି ଘାତକ ହେବାକୁ ଯାଉଛି । ବୃକ୍ଷ ରୋପଣ ଏବଂ ସବୁଜତା- ମାନବ ସମାଜକୁ ରକ୍ଷା କରିପାରିବ । ଏହି ଆହ୍ବାନକୁ ନେଇ ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଅଛି । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରିଜା ରାଏ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା , ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ, ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା , ସମ୍ପାଦକ ସ୍ଵଦେଶ ମିଶ୍ର, କର୍ମଚାରୀ, ଜିଲ୍ଲା ଜଙ୍ଗଲ ଓ ପରିବେଶ ଅଧିକାରୀ ଶ୍ରୀମତୀ କ୍ଷମା ଶଡଙ୍ଗୀ ଓ ବିଭାଗୀୟ ଅଧିକାରିମାନେ ଏଥିରେ ସହଯୋଗ କରିଥିଲେ ।
ତତ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୂରିଆ ପ୍ରାଙ୍ଗଣରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଜଙ୍ଗଲ ବିଭାଗୀୟ ଅଧିକାରୀମାନେ ବୃକ୍ଷ ରୋପଣ କରିଥିଲେ । ସଚିବ ମହୋଦୟା ଛାତ୍ର ଛାତ୍ରୀ ମାନଙ୍କୁ ଆଲୋଚନା ମାଧ୍ୟମରେ ସଚେତନତା କରାଇଥିଲେ । ସହକାରୀ ଶିକ୍ଷକ ଶେଖ ଅବୁଦୁଲ ଖାଳିକ, ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ମହାରଣା, ଗୋଷ୍ଠୀ ଶିକ୍ଷାଅଧିକାରୀ ନିମାଇ ଚରଣ ପ୍ରଧାନ, ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ସଦସ୍ୟା କ୍ଷଣପ୍ରଭା କର ନିଜ ନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀ ମାନିନୀ ରାଉତ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ଓ ମିତାଲି ଲେଙ୍କା ବକ୍ତବ୍ୟ ରଖିଥିଲେ । ସଚିବ ମହୋଦୟା ଶପଥ ପାଠ ମାଧ୍ୟମରେ ବୃକ୍ଷ ରୋପନର ପ୍ରତିବଦ୍ଧତା ଦର୍ଶାଇଥିଲେ। ବିଦ୍ୟାଳର ପରିଚାଳନା ପରିଷଦ ସଭାପତି ନାରାୟଣ ସାହୁ, ପୁରାତନ ଛାତ୍ର ସଂଘ ସଭାପତି ଭଗବାନ ଜେନା, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରାଧିକରଣ କର୍ମଚାରୀ, ଗ୍ରାମୀଣ ସହାୟତା କର୍ମୀ ବୃକ୍ଷ ରୋପଣ କରିବା ସହିତ ସଚେତନତା ଲଭିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝୁମୁରି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।