ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।
Related posts
-
ଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା... -
ତାଲୁକ ଲିଗାଲ ସର୍ଭିସ କମିଟି ଦ୍ୱାରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ ଲିଗାଲ ସର୍ଭିସ କମିଟି ତରଫରୁ ଗୁରୁବାର ଦହିଖାଇ... -
ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ...