କୃତଜ୍ଞତା ଜଣାଇଲେ ବିଧାୟକ ରମେଶ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।୪୪weww ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା, ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା, ୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡ଼ାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ବିଜୁ ଜନତା ଦଳର ସଂଗଠକ, କର୍ମୀ ଉପସ୍ଥିତ ଥିଲେ। ସମସ୍ତେ ଏକତ୍ରିତ ହୋଇ ବିଜେଡି ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଥିଲେ।ନୂଆଗାଁ ବ୍ଲକ୍ ଡ୍ରାଇଭର ମହାସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଜୁ ଭବନ ଠାରୁ ଦଶପଲ୍ଲା ବିଧାୟକଙ୍କୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ଜୟ ନବୀନ, ଜୟ ରମେଶ ସ୍ଲୋଗାନ ଦେଇ କର୍ମୀମାନେ ବ୍ଲକ୍ ପର୍ଯ୍ୟନ୍ତ ନେଇଥିଲେ।

Related posts