କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଷାଠିଏ ବର୍ଷ ନିର୍ଦ୍ଧାରିତ ବୟସ ସୀମା ଛୁଇଁଲା ପରେ ରାଜ୍ୟର ସରକାରୀ କର୍ମଚାରୀ ଚାକିରିରୁ ଅବସର ନିଅନ୍ତିଉକ୍ତ ନୀତି ନିୟମ ଆଧାରରେ ଆଞ୍ଚଳିକ ସାଧନ କେନ୍ଦ୍ର ସିନ୍ଦୁରିଆ ଅଧୀନରେ ଥିବା ଜାମୁସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜନାନା ମକ୍ତବ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବେବର୍ତ୍ତାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନୂଆଘଡୁଆଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ଦେଇ, ମେନକା ସୁନ୍ଦରୀ ଦେଇ, ଜୟନ୍ତୀ ପଣ୍ଡା ଓ ଉର୍ବଶୀ ବାରିକ ପ୍ରମୁଖ ଜୁନ୍ ତିରିଶି ତାରିଖରେ ଅବସର ନେଇଛନ୍ତିଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ ବାରିକ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା

ଆଜିର ସଭାରେ ଅପସାରିତ ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନୂତନ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୀବ ମଲ୍ଲଙ୍କୁ ସ୍ବାଗତ କରାଯାଇଥିଲାସଭା ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭା ଶେଷରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଧନ୍ୟବାଦ୍ ଦେଇଥିଲେସମସ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାଆଜିର ସମାରୋହରେ ବ୍ଲକ୍ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପୂର୍ବତନ ପ୍ରଧାନଶିକ୍ଷକ ଗୋଦାବରୀଶ ମିଶ୍ର ଓ ସୁଦର୍ଶନ ପ୍ରଧାନ୍ ଅତିଥି ଭାବରେ ଯୋଗଦେଇ ସଭିଙ୍କ ଗୁଣଗାନ କରିଥିଲେଆଜିର କାର୍ଯ୍ୟକ୍ରମକୁ ଯଥାକ୍ରମେ ପ୍ରକାଶ ମହାପାତ୍ର, ସଲିମ୍ ଇବ୍ରାହିମ୍, ପ୍ରଫୁଲ୍ଲ ପାତ୍ର, ଜିତେନ୍ଦ୍ର ଗୁରୁ ଓ ତାଜୁଦ୍ଦିନ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ

Related posts