ନୂତନ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସଭାପତିତ୍ୱରେ ଭାରତରେ ନୂତନ ଅପରାଧିକ ଆଇନ୍‌ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରତ୍ୟେକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ୍ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍‌ରେ FIR କରିବାର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଂଚିଙ୍ଗ୍ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ୍‌ର ଅନ୍ତର୍ଭୁକ୍ତ, ସ୍ପଷ୍ଟ ଏବଂ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି ଏବଂ ଯାଂଚ୍‌ର ଅଡିଓ ଭିଡିଓ ରେକଡିଂ ଇତ୍ୟାଦିକୁ ନୂତନ ଅପରାଧିକ ଆଇନ୍‌ରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଇଣ୍ଡିଆନ୍ ପେନାଲ କୋଡ୍ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିୟର ୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଇଣ୍ଡିଆନ୍ ଏଭିଡେନସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩କୁ ଡିସେମ୍ବର ୨୫. ୨୦୨୩ରେ ରାଷ୍ଟ୍ରପତିଙ୍କ ସ୍ୱିକୃତି ପରେ ଆଜି ଅର୍ଥାତ୍ ଜୁଲାଇ ୧ତାରିଖ ୨୦୨୪ରେ ସମଗ୍ର ଦେଶରେ ଲାଗୁ କରାଯାଇଛି ।

ଏହି ପରିବର୍ତିତ ଆଇନ୍ ବିଷୟରେ ଜନସାଧାରଣଙ୍କୁ ଅବଗତ ଏବଂ ସଚେତନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀମତୀ ସିଂ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ସାଧାରଣ ନାଗରିକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ହେବ ନାହିଁ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜୈନ୍ ପରିବର୍ତିତ ଆଇନ୍ ବିଷୟରେ ବିଷଦ୍ ଭାବରେ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ । ସେ ନୂତନ ଏବଂ ପୂରାତନ ଆଇନ୍ ଏବଂ ଏଥିରେ ଥିବା ପାର୍ଥକ୍ୟ ବିଷୟରେ ଜନସାଧାରଣ ଘଉଜଈ ସଂକଳନ ବକ୍ଟ୍ରକ୍ଟ୍ରରୁ ଉପଲବ୍ଧ ହୋଇପାରିବେ ବୋଲି କହିଥିଲେ। ଛୋଟ ଛୋଟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ସମାଜସେବା ଭଳି ଦଣ୍ଡ ବିଧାନ ନୂତନ ଆଇନ୍‌ରେ ପ୍ରବର୍ତନ କରାଯାଇଛି। ଏହି ବୌଠକରେ ନୟାଗଡ଼ର ସରକାରୀ ଓ ବେସରକାରୀ ଅଧିବକ୍ତା, ସାମ୍ବାଦିକ, ବରିଷ୍ଠ ନାଗରିକ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସଭା ସଂଯୋଜନା କରିଥିଲେ । ଉପ ଆରକ୍ଷୀ ଅଧୀକ୍ଷକଙ୍କ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

Related posts