ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ କେ.ସି କ୍ଳବର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଭାଗିରଥି ଦାସ, ଉପସଭାପତି ଭାବେ ଭବାନୀ ଶଙ୍କର ଦାସ, ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର, କୋଷାଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ରଙ୍କ ସମେତ କାର୍ଯ୍ୟକାରୀ କମିଟିକୁ ଆଶୁତୋଷ ରଥ, ଭବରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଶତପଥୀ, ଜୟଦେବ ଖୁଣ୍ଟିଆ, ଲଷ୍ମୀଧର ସାହୁ, ପ୍ରଦୀପ୍ତ କୁମାର ପାତ୍ର, ରବୀନ୍ଦ୍ର ନାଥ ସାହୁ, ରାମକୃଷ୍ଣ ରଥ, ରାମ ପ୍ରସାଦ ବାରିକ, ସାରଙ୍ଗାଧର ଇନ୍ଦ୍ରଜିତ, ସୁରେନ୍ଦ୍ର କୁମାର ମହାପାତ୍ର, ଉମେଶ ଚନ୍ଦ୍ର ମଙ୍ଗୁଆଳ ପ୍ରମୁଖ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଏକମାତ୍ର ସମ୍ପାଦକ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସମ୍ପାଦକ ଭାବେ ସଂଗ୍ରାମ କେଶରୀ ଗୁମାନ ସିଂ ପୁନର୍ବାର ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନର ପ୍ରଭାତ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶ୍ରୀଯୁକ୍ତ ଗୁମାନସିଂ ୧୨୦ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ଏକ ମାତ୍ର ପ୍ରତିଦ୍ବନ୍ଦୀ ଅଶେଷ କୁମାର ଦାଶ ୮୭ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
Related posts
-
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର... -
ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ... -
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ...