ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ସ୍ୱୟଂପ୍ରକାଶ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଯାଇଛି। ଏଥିରେ ଜୁନିଅର ବିଭାଗରେ ସ୍ୱୟଂ ପ୍ରକାଶ ସାହୁ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ  ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇଛନ୍ତି। ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୩୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ କ୍ରମନ୍ୱୟରେ ସ୍ୱୟଂପ୍ରକାଶ ସାହୁ, ରାଜା ପ୍ରଧାନ, ଆୟୁଷ୍ମାନ ବେହେରା, ଐଶ୍ୱର୍ଯ୍ୟ ସ୍ୱାଇଁ…

Read More

ମଦ୍ୟପ ପୋଲିସ କର୍ମଚାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପିଙ୍କ ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ଜିଲ୍ଲାରେ ପୋଲିସ କର୍ମଚାରୀ ମଦନିଶାରେ ମତୁଆଲା ହୋଇ ମୋଟର ସାଇକେଲ ଉପରେ ପଡିବା ତ ଆଉ କେହି ରାସ୍ତା ଉପରେ ପଡିରହୁ ଥିବାର ଦୃଶ୍ୟ ବାରମ୍ବାର ଘଟୁଥିବାରୁ ସାଧାରଣରେ ନିନ୍ଦିତ ହେବା ସହିତ ପୋଲିସ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ଏବଂ ଭରସାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି। ମଦ ନିଶାରେ ମତୁଆଲା ପୋଲିସ ଶୀର୍ଷକ ଖବର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା କଂଗ୍ରେସ ଏହାକୁ ଗମ୍ଭୀରତା ସହ ନେଇଛି ଏବଂ ଏହି ଘଟଣାକ୍ରମ ପାଇଁ ନୟାଗଡ଼ ଏସପିଙ୍କୁ ଦାୟୀ କରି ତୁରନ୍ତ ରାଜ୍ୟ ଗୃହ ବିଭାଗୀୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ…

Read More