ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ବ୍ଲକ ଏବଂ ନୟାଗଡ଼ ପୌରପରିଷଦର ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସମସ୍ତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜନପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ରାଜନୀତି ହେଉଛି ସମାଜସେବାର ଉତ୍କୃଷ୍ଟ ମାଧ୍ୟମ, ସର୍ବଦା ଧୀର, ସ୍ଥିର ଓ ବିନମ୍ରତାର ସହ ଅହଂକାରଠାରୁ ଦୂରେଇ ରହି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଜଣେ ଜନପ୍ରତିନିଧିର ପରମ କର୍ତ୍ତବ୍ୟ। ନିର୍ବାଚନ ଲଢ଼ିବା ସମୟରେ ଜଣେ ନେତାର ଯେଉଁ ମନୋବୃତ୍ତି ଥାଏ ସେହି ମନୋବୃତ୍ତି ସହିତ ଆଗାମୀ ୫ ବର୍ଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ…
Read MoreCategory: ନୂଆଗାଁ ବ୍ଲକ
ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ
ନୟାଗଡ଼,(ନୟାଗଡ଼ ଦାର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ (TIER-III) ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ରାଜୀବ କୁମାର ତ୍ରିପାଠୀ, ସଞ୍ଜୟ କୁମାର ନାୟକ, ଶ୍ରୀ ସଚିଦାନନ୍ଦ ପୃଷ୍ଟି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସୁରେଶ ପ୍ରଧାନ, ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ…
Read Moreଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହେଲେ ବିଷ୍ନୁପ୍ରିୟା ବେହେରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହ (ସୃଜନ)ଠାରେ ନୟାଗଡ଼ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବ୍ଲକ ୭ ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ଶ୍ରମତୀ ବିଷ୍ନୁପ୍ରିୟା ବେହେରା ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଚୟନ ପ୍ରକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲଗ୍ନକିତ ରାଉତ ଏବଂ ଜିଲ୍ଲା ପରିଷଦର ନବ ନିର୍ବାଚିତ ସଭ୍ୟମାନେ ଉପସ୍ଥିତ ଥିଲେ।
Read Moreନୟାଗଡ଼ ଜିଲ୍ଲାର ବିଭିନ୍ନ ବିଜ୍ଞାପିତ ଅଂଚଳ ପରିଷଦ ଓ ପୌର ପରିଷଦରେ ମତଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୌର ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌର ପରିଷଦ ସହ ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଶେଷ ହୋଇଯାଇଛି । ଏହି ମତଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଘଟିକାରେ ସମାପ୍ତ ହୋଇଛି । ଏହି ନିର୍ବାଚନରେ ମତଦାନ ଇଭିଏମ ମେସିନ ଜରିଆରେ ହୋଇଅଛି। ନୟାଗଡ ପୌର ପାଳିକାରେ ୬୨.୨୫ପ୍ରତିଶତ ମତଦାନ ହୋଇଥିବା ସ୍ଥଳେ ଖଣ୍ଡପଡ଼ାରେ ୭୫.୩୯, ଦଶପଲ୍ଲାରେ ୭୫ ଏବଂ ରଣପୁରରେ ୭୩.୭୦ପ୍ରତିଶତ ମତଦାନ ହୋଇଛି । ମତଦାନ ସମାପ୍ତ ପରେ ନୟାଗଡ଼ ପୌର ପାଳିକା ପାଇଁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ, ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଦଶପଲ୍ଲା ବ୍ଲକ ପରିସରରେ, ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ଏବଂ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ…
Read Moreବିଶ୍ୱ ଜଳ ସଂରକ୍ଷଣ ଦିବସ ପାଳିଲେ ଛାତ୍ରଛାତ୍ରୀ
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ବ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କଦ୍ବାରା ବିଶ୍ବ ଜଳ ସଂରକ୍ଷଣ ଦିବସ ଆଜି ପାଳିତ ହୋଇଯାଇଛି। କାଯ୍ୟକ୍ରମ ଅଧିକାରୀ ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଜଳ ସଂରକ୍ଷଣ ବିଷୟରେ…
Read Moreଇଟାମାଟିରେ “ବିଶ୍ୱ କବିତା ଦିବସ” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ବିଶ୍ୱ କବିତା ଦିବସ’ ଅବସରରେ ଏକ କବିତା ପାଠୋତ୍ସଵ ଇଟାମାଟିସ୍ଥିତ ଚନ୍ଦ୍ରକାନ୍ତି ନିଳୟ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କବିତା ଆସରରେ ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, ଶିଶୁ ସହିତ୍ୟିକା ବସିରନ ବିବି ପ୍ରମୁଖ ଯୋଗଦାନ କରି ସାହିତ୍ୟ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ତ୍ରଚାରଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ…
Read Moreବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନରେ ହାରିବା ପରେ ଘରୁ ଡାକି ନେଇ ବିଜେଡି କର୍ମୀଙ୍କୁ କାଚ ବୋତଲ ଭୁସି ଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ନହରସାହିର ସୁନୀଲ ସେଠୀଙ୍କ ସମ୍ପର୍କୀୟ ଭାଉଜ ସମିତିସଭ୍ୟ ଭାବେ ବିଜେଡି ସମର୍ଥନରେ ନିର୍ବାଚିତ ହୋଇଛନ୍ତି । ସୁନୀଲ ବିଜେଡିର ଜଣେ ଭଲ କର୍ମୀ ହୋଇଥିବା ବେଳେ ତାଙ୍କ ଉପରେ ବିଜେପି କର୍ମୀ ରାଗ ରଖିଥିଲେ। ଗତକାଲି ଉକ୍ତ ଗ୍ରାମର ବିଜେପି କର୍ମୀ ମୁନା ସେଠୀ ସୁନୀଲଙ୍କୁ କୌଣସି ବାହାନା କରି ଘରୁ ଡାକି ନେଇଥିଲେ । ଏକାଠି ମଦ୍ୟପାନ ପରେ ମଦ ବୋତଲ କାଚ ଭାଙ୍ଗି ତାଙ୍କ ପେଟରେ ଭୁଶି ଦେଇଥିବା ଅଭିଯୋଗ ହୋଇଛି। ସୁନୀଲ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ…
Read Moreଘରଚଟିଆଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଗ୍ରୀନ୍ ଆର୍ଥ ନୟାଗଡ଼ ତରଫରୁ ଓଡ଼ଗାଁ ଶ୍ରୀଶ୍ରୀରଘୁନାଥଙ୍କ ପୀଠରୁ ଘରଚଟିଆ ମାନଙ୍କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଗ୍ରୀନ୍ ଆର୍ଥର ମୁଖ୍ୟ ତଥା ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଆଦିତ୍ୟ କୁମାର ଦାଶ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜ ସେବୀ ସୁକାନ୍ତ ଚନ୍ଦ୍ର ଚୈ।ଧୁରୀ, ଶିକ୍ଷକ ପଞ୍ଚାନନ ପଣ୍ଡା ଓ ଦିବାକର ମଙ୍ଗରାଜ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ଗାଁ ଅଧିକାରୀ ସାହିର ବ୍ରଜବନ୍ଧୁ ଅଧିକାରୀ ଓ ତ୍ରିନାଥ ପୃଷ୍ଟିଙ୍କ ବାସଭବନରେ ଦୁଇଟି ଘରଚଟିଆ ବସା ଏବଂ ମାଟିରେ ନିର୍ମିତ ପାଣିପାତ୍ର ରଖାଯାଇଥିଲା। ସାହିର ଉପସ୍ଥିତ ଲୋକମାନେ ଏଭଳି…
Read Moreଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ତା.୦୭.୦୩.୨୦୨୨ରିଖ ଠାରୁ ତା.୧୭.୦୩.୨୦୨୨ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ନୟାଗଡ଼ ଠାରେ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ତାଲିମ ଶିବିରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪ଗୋଟି ବ୍ୟାଚ୍ରେ ୧୩୫ଜଣ ପଂଚାୟତ ସ୍ତରୀୟ ମାଷ୍ଟର ବୁକ୍ କିପରମାନଙ୍କୁ ଆର୍ଥିକ ସାକ୍ଷରତା ତାଲିମ ଯୋଗାଇ ଦିଆଯାଇଥିଲା । ଏହା ଦ୍ୱାରା ସମାଜରେ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ପରିଚାଳନାରେ ସୁଧାର ଆସିପାରିବ। ଗ୍ରାମାଂଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି, ଅନୁନ୍ନତ ଦୁର୍ବଳ ଶ୍ରୈଣୀ ବ୍ୟକ୍ତି ବିଶେଷ ଏବଂ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମନଙ୍କୁ ଆର୍ଥିକ ସଚେତନତା ବାର୍ତା ମାଧ୍ୟମରେ ସରକାର ଓ ବ୍ୟାଙ୍କର ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କଲେ ପ୍ରତ୍ୟେକ ପରିବାରର ଆର୍ଥିକ ସମ୍ବଳରେ ଉନ୍ନତି ଅଣାଯାଇପାରିବ ।…
Read Moreଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବାଦ ବିବାଦ, ଶାନ୍ତି କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲା ଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଆହୁତ ହୋଇଥିଲା । ବୁଝାମଣା ମାଧ୍ୟମରେ ଉଭୟ ପକ୍ଷ ଜାକେଡ଼ା ଗ୍ରାମରେ ସହାବସ୍ଥାନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ,ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଏସ.ଡି.ପି.ଓ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ସିହ୍ନ. ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ, ଜିଲ୍ଲା…
Read More